ବଳକା ତେଲର ବ୍ୟବହାର କରୁଛନ୍ତି କି? ହୋଇପାରେ ଏହିସବୁ ରୋଗ

ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃଉପଯୋଗ ସ୍ବାସ୍ଥ୍ୟ ପାଇଁ କେତେ ବିପଜ୍ଜନକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ତେଲରେ ଥରେ କୌଣସି ଜିନିଷ ଫ୍ରାଏ କରିଦିଆଯାଏ, ତେବେ ତାକୁ ଅନ୍ୟ ବ୍ୟଞ୍ଜନରେ ବ୍ୟବହାର ଦ୍ୱାରା ପ୍ରି ରାଡିକାଲ୍ସ ଜନ୍ମ ନେଇଥାଏ। ଏହାଦ୍ୱାରା ଶରୀରରେ ଜ୍ୱଳନ, ଗ୍ୟାଷ୍ଟ୍ରିକ୍‌ ସାଙ୍ଗକୁ ଆହୁରି ଅନେକ ରୋଗ ଉପତ୍ନ୍ନ ହୁଏ। ଏହି ପ୍ରି ରାଡିକାଲ୍ସ ଶରୀରର ସୁସ୍ଥ କୋଷିକା ସହ ନିଜକୁ ଯୋଡ଼ିଦିଏ। ଏଥିରୁ ଅନେକ ସମୟରେ କ୍ୟାନସର୍‌ ଉପତ୍ନ୍ନ ହୋଇଥାଏ। ଏହାଛଡ଼ା ଶରୀରରେ ଖରାପ କୋଲେଷ୍ଟୋରଲ୍‌ ଜନ୍ମ ନେଇଥାଏ, ଯାହାଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ। ଯଦି ବଳକା ତେଲର ଉପଯୋଗ କରିବାକୁ ଚାହଁୁଛନ୍ତି, ତେବେ ଏହାକୁ ଥଣ୍ଡା ହେବା ପରେ ଏୟାର୍‌ଟାଇଟ୍‌ ଡବାରେ ବନ୍ଦ କରି କିଛିସମୟ ରଖିଦିଅନ୍ତୁ। ଏହାଦ୍ୱାରା ତେଲରେ ଥିବା ଫୁଡ୍‌ ପାର୍ଟିକିଲ୍ସ ବାହାରିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି ଖାଲିପେଟରେ ଖାଆନ୍ତୁ ନାହିଁ ଏହି ୫ ଜିନିଷ

ସୁସ୍ଥ ରହିବାକୁ ହେଲେ ଆମକୁ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ଭଲ ନିଦ ଏବଂ ଜଙ୍କ୍‌ଫୁଡ୍‌ ଠାରୁ ଦୂରରେ...

କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ

କଥାରେ ଅଛି ରକ୍ତଦାନ ମହାପୁଣ୍ୟ। ଅନେକେ ଏହାକୁ ଜୀବନର ଏକ ଅଙ୍ଗ ଭାବରେ ଧରିନେଇଥାଆନ୍ତି। ତେବେ ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ କ୍ୟାଲୋରି ପରିମାଣ...

ଚିଙ୍ଗୁଡ଼ି ମଲାଇ

ଆବଶ୍ୟକ ସାମଗ୍ରୀ: ମିଡିୟମ୍‌ ସାଇଜ ଚିଙ୍ଗୁଡ଼ି ୫୦୦ ଗ୍ରାମ୍‌, ତେଜ ପତ୍ର ୨ଟି, ୨ ଖଣ୍ଡ ଡାଳଚିନି, ଲବଙ୍ଗ ୩-୪ଟି, ହଳଦୀ ୨ଟି ସ୍ପୁନ,ଗରମ ମସଲା...

ଲଭ୍‌ଲି କୁପ୍ତା

ପୁରୀରେ ଥିବା ବିଭିନ୍ନ ହୋଟେଲ ଏବଂ ରେସ୍ତୋରା ମାଲିକମାନେ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଖାଦ୍ୟକୁ ପ୍ରାଥମିକତା ଦେଇଥାନ୍ତି। ଏହିଭଳି ଏକ ହୋଟେଲ ହେଉଛି ସିଟିରୋଡ୍‌ସ୍ଥିତ ପାନ୍ଥନିବାସ...

ପ୍ରଥମ ଦେଖାରେ ପୁଅଙ୍କ କ’ଣ ପ୍ରଭାବିତ କରିଥାଏ ଝିଅଙ୍କୁ

ପହିଲି ପ୍ରେମ ପରି ପ୍ରଥମ ଦେଖା। ପ୍ରେମିକାପ୍ରେମିକାଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା...

ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା

କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।  ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ୍‌ରେ ଭରପୂର କଞ୍ଚାଲଙ୍କା...

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ...

ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ,...

Advertisement


Archives

Model This Week