ବଲିଉଡ୍‌ ଛାଡି ପାରନ୍ତି ଦଙ୍ଗଲ ଗର୍ଲ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ ବଲିଉଡ୍‌ ଛାଡିବାକୁ ସ୍ଥିର କରିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି ତାକୁ ଦେଖିଲେ ଅନୁମାନ କରାଯାଉଛି କି ସେ ବଲିଉଡ୍‌ ଛାଡିଦେଇ ପାରନ୍ତି। ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ମୁଁ ଭାବିଥିଲି ମୋ ଜୀବନର ଗତିପଥ ବଦଳି ଯାଇଛି। ଏଠି ମୁଁ ନିଜକୁ ଖାପଖୁଆଇ ଆହୁରି ଆଗକୁ ବଢିପାରିବି। ହେଲେ ଏହା ମୋର ଭୁଲ୍‌ ଧାରଣା ଥିଲା। କାରଣ ଏହି ସ୍ଥାନ ମୋ ପାଇଁ ଫିଟ୍‌ ନୁହେଁ। କୋରାନର ଉଦାହରଣ ଦେଇ ଜାଇରା କହିଛନ୍ତି ବଲିଉଡ୍‌ରେ ପ୍ରବେଶ କରିବା ପରେ ମୁଁ ଯେମିତି ଆଲ୍ଲାଙ୍କ ପାଖରୁ ଦୂରେଇ ଯାଉଛି। ତେଣୁ ମୋତେ ପୂର୍ବ ପରିଚୟକୁ ଫେରିଯିବାକୁ ପଡିବ। ପାଖାପାଖି ୬ ପୃଷ୍ଠାର ଏକ ଲମ୍ବା ପୋଷ୍ଟ ଏବେ ଜାଇରାଙ୍କ ପ୍ରଶଂସକଙ୍କୁ ଏକ ପ୍ରକାର ନିରାଶ କରିଛି। ତେବେ କେହି କେହି ଏହା ଜାଇରା କୌଣସି ଚାପଗ୍ରସ୍ତ ହୋଇ ପୋଷ୍ଟ କରିଛନ୍ତି ବୋଲି କହିଛନ୍ତି। ସତକୁ ସତ ଦଙ୍ଗଲ ଗର୍ଲ ବଲିଉଡ୍‌ ଛାଡୁଛନ୍ତି କି ନା ତାହା କେବଳ ସମୟ କହିବ। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ ନଜର ଆସିବେ। ଏହାର ଶୁଟିଂ ସରିବା ପରେ ଜାଇରାଙ୍କ ଏଭଳି ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ...

ସେନା ପୋଷାକରେ ନଜର ଆସିଛନ୍ତି ଏହି ବଲିଉଡ୍‌ କଳାକାର

ମୁମ୍ବାଇ: ବଲିଉଡ୍‌ରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହଣୀକୁ ନେଇ ନିର୍ମାଣ କରାଯାଇଥାଏ ଫିଲ୍ମ। ଏମିତିକି ସତ ଘଟଣାକୁ ନେଇ ତିଆରି ହୋଇଥିବା ଫିଲ୍ମ ଦର୍ଶକଙ୍କ...

ଇଦ୍‌ରେ ଆସିବ ‘ରାଧେ’

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍‌ଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡ଼ିଆରେ ପ୍ରଚାର...

ସାମ୍ନାକୁ ଆସିଲା କାଜଲଙ୍କ ସର୍ଟ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ନାୟିକା କାଜଲ ଦେବଗନ ଏବେ ସର୍ଟ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏବେ ଏହି ନାରୀ କୈନ୍ଦ୍ରୀକ ଫିଲ୍ମ ‘ଦେବୀ’ର ଫାଷ୍ଟ...

‘ସିନେମାର କାହାଣୀ ଭଳି ମୋ ଜୀବନ’

ମୁମ୍ବାଇ: କୋଲକାତାର ରେଳଷ୍ଟେଶନ୍‌ରେ ସିନେମା ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ମୁମ୍ବାଇ ସଂଗୀତ ଜଗତର ଅନ୍ୟତମ ସେଲିବ୍ରିଟି। ତାଙ୍କ ଗାୟନ ଶୈଳୀକୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌!

ମୁମ୍ବାଇ: ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ଠିକ୍‌ ଏହି ସମୟରେ ରିୟାଙ୍କ...

ପ୍ରେମ ଅନ୍ତରାଳେ

ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ପ୍ରାୟ ଅନେକ ସମୟରେ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ।...

ଭାଜପା ଜିତିଲେ ହିଟ୍‌ ହେବ ବିବେକଙ୍କ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ !

ମୁମ୍ବାଇ: ଦୁଇ ଦିନ ପରେ ଅର୍ଥାତ ଶୁକ୍ରବାର ପରଦାକୁ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’। ନିର୍ବାଚନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *