Posted inଖେଳ

ବଲିଉଡ୍‌ ଗୀତରେ ନାଚିଲେ ଆମେରିକୀୟ ଟେନିସ ଷ୍ଟାର

ଓ୍ବାଶିଂଟନ,୨୨।୧୭- ଆମେରିକାନ ଟେନିସ ଖେଳାଳି ଆଲିସନ ରିସ୍କେ ସଭିଙ୍କୁ ଚକିତ କରିଦେଇଛନ୍ତି। ବିଶ୍ୱର ନଂ ମହିଳା ସିଙ୍ଗଲ୍ସ ଖେଳାଳି ଆଶଲେ ବାର୍ଟିଙ୍କୁ ଓ୍ବିମ୍ବେଲଡନ ଓପନରେ ହରାଇବା ପରେ ସେ ତାଙ୍କ ବନ୍ଧୁ ଷ୍ଟିଫେନ ଅମ୍ରିତରାଜଙ୍କୁ ବିବାହ କରିଛନ୍ତି। ଷ୍ଟିଫେନ ଭାରତକୁ ଟେନିସ ଖେଳାଳି ଭାବେ ପ୍ରତିନିଧିତ୍ୱ କରିସାରିଛନ୍ତି। ସେ ଦେଶର ପୂର୍ବତନ ଓ୍ବାଲର୍‌ଡ ଟୁର ଖେଳାଳି ଆନନ୍ଦ ଅମ୍ରିତରାଜଙ୍କ ପୁଅ। ଏହି ବିବାହ ପିଟ୍ସବର୍ଗଠାରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଆଲିସନ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଉକ୍ତ ଭିଡିଓରେ ଆଲିସନ ତାଙ୍କ ଭଉଣୀ ସାରାଙ୍କ ସହ ଏକ ବଲିଉଡ ଗୀତ ‘ନଚଦେ ଶାରେ’ରେ ଡ୍ୟାନ୍ସ କରୁଛନ୍ତି। ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ରିଟୁଇଟ୍‌ କରି ଉଭୟ ଆଲିସନ ଓ ଅମ୍ରିତରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ଶେଷ ହୋଇଥିବା ଓ୍ବିମ୍ବେଲଡନ ଓପନରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଆଲିସନ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ। ତାଙ୍କୁ କ୍ୱାର୍ଟର ଫାଇନାଲରେ କିମ୍ବଦନ୍ତୀ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମସ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଫୁଟବଲ ଶିବିରରେ ୩ ଓଡ଼ିଆ

କଟକ ଅଫିସ,୩୦ା୧୦- ଆସନ୍ତା ନଭେମ୍ବର ପହିଲାରୁ ଗୋଆର ମରଗାଓ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୧୭ବର୍ଷରୁ କମ ଜାତୀୟ ବାଳିକା ଫୁଟବଲ ଦଳର ପ୍ରସ୍ତୁତି ଓ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ

ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌/ପିସ୍ତଲ ବିଶ୍ୱକପ୍‌ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ...

ଟେଷ୍ଟ କ୍ରିକେଟରୁ ଅମିରଙ୍କ ସନ୍ନ୍ୟାସ

କରାଚୀ,୨୬।୭(ପିଟି)- ପାକିସ୍ତାନର ବାମହାତୀ ପେସର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୀମିତ ଓଭର ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବା ଲାଗି...

କୋଭିଡ୍‌- ୧୯ ଭ୍ୟାକ୍ସିନ୍‌: ଆଥଲେଟ୍‌ଙ୍କୁ ଅଗ୍ରାଧିକାର ଦେବାକୁ ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ, ୧୭।୯(ପି.ଟି.): ଆଗମୀ ଦିନରେ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ଉପଲବ୍ଧ ହେବାର ସମ୍ଭାବନା ଦୃଢ ହେବାରେ ଲାଗିଛି। ଏପରିସ୍ଥଳେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବାର ଆଥଲେଟ୍‌ଙ୍କୁ ଏ...

ଦୁଇ ମାସ ପରେ ଟ୍ରେନିଂକୁ ଫେରିଲେ ରୋନାଲ୍ଡୋ

ଟୁରିନ,୧୯।୫(ଏଏଫ୍‌ପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇମାସ ପରେ ଟ୍ରେନିଂକୁ ଫେରିଛନ୍ତି। ଟୁରିନ୍‌ରେ ଜଣାଶୁଣା କ୍ଲବ ଜୁଭେଣ୍ଟସ ତରଫରୁ ଖେଳୁଥିବା ୩୫ ବର୍ଷୀୟ ରୋନାଲ୍ଡୋ...

ଦିନେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ଏହି କ୍ରିକେଟର ଏବେ ଶ୍ରମିକ

ଅହମ୍ମଦାବାଦ,୯।୮: ୨୦୧୮ ମସିହାରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଶ୍ୱକପ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ବିଜୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଫାଇନାଲରେ...

ନେଟ୍‌ ରନରେଟ୍‌ ଛାଡ଼ି ସବୁ ଜିତିଲା ମୁମ୍ବାଇ

ଆବୁଧାବି,୮।୧୦: ଟସ୍‌ ଠାରୁ ଆରମ୍ଭ କରି ମ୍ୟାଚ୍‌ର ଫଳାଫଳ ପର୍ଯ୍ୟନ୍ତ ସବୁ କିଛି ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ତଥାପି ଆବଶ୍ୟକ ନେଟ୍‌ ରନରେଟ୍‌କୁ ହାସଲ...

ଉଚ୍ଚାଭିଳାଷୀ ଆର୍ଯ୍ୟନ

ଆଖିରେ ଅସୁମାରି ସ୍ବପ୍ନ, ଏହାକୁ ସାକାର କରିବା ପାଇଁ ଅସୀମ ମନୋବଳ । ରାଜ୍ୟରେ ଲୋକପ୍ରିୟ ନ ଥିବା ଏକ କ୍ରୀଡ଼ାକୁ କ୍ୟାରିୟର କରି ଆଗକୁ...

Advertisement
Ten Cric Info


Archives

Model This Week