Posted inଜାତୀୟ

ବଲିଉଡ୍‌ ଗାୟିକାଙ୍କଠାରୁ କରୋନା ସଂକ୍ରମିତ ହେଲେ ଭାଜପା ନେତା!

ନୂଆଦିଲ୍ଲୀ,୨୦।୩: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂ କରୋନା ଚେକ୍‌ଅପ୍‌ ପାଇଁ ଶୁକ୍ରବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡିଛି। ବଲିଉଡ୍‌ ଗାୟିକା କନିକା କପୁରଙ୍କ ଏକ ପାର୍ଟିରେ ଯୋଗ ଦେବାକୁ ଦୁଷ୍ୟନ୍ତ ରବିବାର ଲକ୍ଷ୍ନୌ ଯାଇଥିଲେ। ତାଙ୍କ ସହ ଆଉ କେତେଜଣ ଭାଜପା ଓ କଂଗ୍ରେସ ନେତା ମଧ୍ୟ ଉକ୍ତ ପାର୍ଟିରେ ଯୋଗ ଦେଇଥିଲେ। ଶୁକ୍ରବାର କନିକାଙ୍କ ନିକଟରେ କରୋନ ପଜିଟିଭ ଆସିବା ପରେ ଏବେ ସେଠାରେ ଯୋଗଦେଇଥିବା ନେତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଉକ୍ତ ପାର୍ଟିରୁ ଆସିବା ପରେ ଦୁଷ୍ୟନ୍ତ ସଂସଦରେ ଯୋଗଦେବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହ ମଧ୍ୟ ମିଶିଥିବା କୁହାଯାଉଛି। ଏବେ ଦୁଷ୍ୟନ୍ତ ନିଜକୁ ଆଇସୋଲେଶନରେ ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାରେ ସିଡିଏସ୍‌ଙ୍କ ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ, ୧୧ା୧୨: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଶନିବାର...

ଚାଷୀ ଆନ୍ଦୋଳନରେ ସାମିଲ ହେବେ ମମତା

କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ...

ଫେବୃୟାରୀ ପ୍ରଥମ ସପ୍ତାହରେ ବର୍ଷା ସହ ତୁଷାରପାତ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ଘନ କୁହୂଡି, ବର୍ଷା ଓ ଶୀତ ଲହରୀ ଜାରି ରହିଛି । ପାଣପାଗ ବିଭାଗର ସୂଚନା...

ମହାରାଷ୍ଟ୍ର ଅଚଲପୁରରେ କର୍ଫ୍ୟୁ

ମୁମ୍ବାଇ,୧୯।୪: ମହାରାଷ୍ଟ୍ରର ଅମରାବତୀ ଜିଲା ଅନ୍ତର୍ଗତ ଅଚଲପୁର ସହରରେ ଧର୍ମୀୟ ପତାକା ହଟାଇବାକୁ କେନ୍ଦ୍ର କରି ରବିବାର ମଧ୍ୟରାତ୍ରରେ ଦୁଇ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ...

ଅଗଷ୍ଟ ୮ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ସଞ୍ଜୟ

ମୁମ୍ବାଇ,୪ ।୮: ମହାରାଷ୍ଟ୍ରର ପାତ୍ର ଚଲ ଜମି ଦୁର୍ନିତି ମାମଲାର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ରହିଛି । ଏହାରି ଭିତରେ ଶିବସେନା ନେତା...

ବାହୁବଲୀ ନିର୍ଦ୍ଦେଶକଙ୍କ ଘରେ କରୋନା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପୁରା ପରିବାର

ମୁମ୍ବାଇ,୩୦।୭: ବେଶ୍‌ ଲୋକପ୍ରିୟ ଫିଲ୍ମ ବାହୁବଲୀ ଓ ବାହୁବଲୀ-୨ ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜାମୌଲି ଓ ତାଙ୍କ ପରିବାରର ମମସ୍ତ...

‘ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ୍‌ ଲିଡର କଂଗ୍ରେସ’

ନୂଆଦିଲ୍ଲୀ,୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାର୍ଲାମେଣ୍ଟରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟିଶ ଶାସକ ଚାଲିଯାଇଛନ୍ତି ହେଲେ ସେମାନଙ୍କ ‘ବିଭାଜନ ଓ ଶାସନ’...

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ...

Advertisement
Archives

Model This Week