ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର ରିଲିଜକୁ ବର୍ଷେ ସମ୍ପୂର୍ଣ୍ଣ ହୋଇଛି। ସୋସିଆଲ୍‌ ମିଡିଆରେ ଏ ସମ୍ପର୍କରେ ସେମାନେ ଭାବାବେଗପୂର୍ଣ୍ଣ ଲେଖା ପୋଷ୍ଟ କରିଛନ୍ତି। ଶଶାଙ୍କ ଖତିଆନ୍‌ଙ୍କ ନିର୍ଦ୍ଦେଶିତ ଧଡକ ମରାଠୀ ଫିଲ୍ମ ‘ସଇରାତ୍‌’ର ରୂପାନ୍ତର। କରନ୍‌ ଜୋହରଙ୍କ ଦ୍ୱାରା ଏହା ପ୍ରସ୍ତୁତ। ଜାହ୍ନବୀ ଉକ୍ତ ଫିଲ୍ମରେ ଅଭିନୟ ପାଇଁ କରନଙ୍କ ମାର୍ଗଦର୍ଶନକୁ ଧନ୍ୟବାଦ ଜଣାଇଛନ୍ତି। ସେ ମଧ୍ୟ ଶଶାଙ୍କ ଓ ଇଶାନ୍‌ଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଧଡକରେ ଅଭିନୟ କରିବା ପୂର୍ବରୁ ଇଶାନ୍‌ ମଜିଦ୍‌ ମଜିଦିଙ୍କ ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟ ‘ବିୟଣ୍ଡ ଦି କ୍ଲାଉଡ୍ସ’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ମଧ୍ୟ କରନ୍‌, ଶଶାଙ୍କ ଏବଂ ଜାହ୍ନବୀଙ୍କୁ ଧନ୍ୟବାଦ ଜଣାଇବା ସହ ଅତୀତର ସ୍ମୃତିଚାରଣ କରିଛନ୍ତି। ଫିଲ୍ମ ନିର୍ମାଣରେ ସମସ୍ତଙ୍କର ଗଠନମୂଳକ ସହଯୋଗକୁ ସେ ପ୍ରଶଂସା କରିବା ସହିତ ସେମାନଙ୍କ ବିନା ଫିଲ୍ମର ହୃଦ୍‌ଯନ୍ତ୍ର ସ୍ପନ୍ଦିତ ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ସ୍କ୍ରିନରେ ରିଏଣ୍ଟ୍ରି କରିବ ‘ଆଖେଁ’

ମୁମ୍ବାଇ: ପ୍ରାୟ ୨ଦଶକ ପୂର୍ବେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଆଖେଁ’ ପୁଣିଥରେ ୨୦ ହଜାର ସ୍କ୍ରିନରେ ରିଏଣ୍ଟ୍ରି କରିବ ବୋଲି...

‘ମିଶନ ମଙ୍ଗଲ’କୁ ମହାରାଷ୍ଟ୍ର ସରକାରଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’। ଏହା ଏବେ ୧୫୦ କୋଟି...

ନମସ୍କାରର ସଠିକ୍‌ ଅର୍ଥ ବୁଝାଇଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ...

ବଲିଉଡ୍‌ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ: ଆର୍‌ଆର୍‌ଆର୍‌ ଗୀତ ‘ନାଟୁ ନାଟୁ’ରେ ଦମ୍‌ଦାର ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ପୁଣି ଥରେ ତାଙ୍କ ବନ୍ଧୁଙ୍କ ବିବାହର...

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ...

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି...

ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ପରିଚୟର ଆବଶ୍ୟକତା ବୋଧହୁଏ ନାହିଁ । କେବଳ ସାଉଥ୍ କାହିଁକି ବଲିଉଡରେ ବି ସେ ଅଭିନୟ ଜରିଆରେ ନିଜର...

ବିକିଙ୍କ ନାଁରେ ମାମଲା ରୁଜୁ

ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ...

Advertisement
Archives

Model This Week