ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି

ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି ା ଜୁନ୍‌ ଓ ଜୁଲାଇ ମାସରେ ଅସ୍ବାଭାବିକ ବର୍ଷା ଯୋଗୁଁ ଏଥର ମରୁଡି ହେବାର ଆଶଙ୍କା ପ୍ରକାଶ ପାଇଲାଣି ା ପାଣିପାଗ ବିଭାଗ ପକ୍ଷରୁ ଜୁନ୍‌ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମରୁ ଭଲ ବର୍ଷା ହେବ ବୋଲି କୁହାଯାଉଥିଲା ା ଜୁନ୍‌ ମାସରେ ଜିଲାର ସାଧାରଣ ବୃଷ୍ଟିପାତ ୨୦୨.୮ ମିଲିମିଟର ରହିଥିବାବେଳେ ସମଗ୍ର ଜିଲାରେ ମାତ୍ର ୧୨୩.୩୦ ମିି ହାରରେ ବୃଷ୍ଟିପାତ ରେକର୍ଡ କରାଯାଇଥିଲା ା ତେବେ ଜିଲାର ୧୪ଟି ବ୍ଳକ୍‌ରୁ ଅଧିକାଂଶ ବ୍ଳକରେ ହୋଇଥିବା ଅସ୍ବାଭାବିକ ବର୍ଷା ସତ୍ତ୍ୱେ ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିରେ ଧାନ ବୁଣା କାର୍ଯ୍ୟ ହୋଇଥିଲା ା ସମସ୍ତ ଚାଷୀ ଜୁନ୍‌ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି ଆଶା ରଖିଥିଲେ ା ମାତ୍ର ଇତିମଧ୍ୟରେ ଜୁଲାଇ ମାସର ୧୮ ଦିନ ବିତିଯାଇଥିଲେ ମଧ୍ୟ ବର୍ଷାର ଦେଖାନାହିଁ ା ଫଳରେ ୮୦ ହଜାର ହେକ୍ଟର ବୁଣା ଧାନର ଅବସ୍ଥା ବେହାଲ ହୋଇଗଲାଣି ା ଜୁଲାଇ ମାସରେ କେତେକ ସ୍ଥାନରେ ସ୍ବଳ୍ପବୃଷ୍ଟି ଛାଡିଦେଲେ ଜିଲାର ପ୍ରାୟ ସମସ୍ତ ବ୍ଳକର ବିଭିନ୍ନ ସ୍ଥାନରେ କଁା ଭଁା ବର୍ଷା ହୋଇଛି ା ଜୁଲାଇରେ ଜିଲାରେ ସାଧାରଣ ବୃଷ୍ଟିପାତ ୩୬୦.୫ ମିଲି ମିଟର ରହିଛି ା ଏ ପର୍ଯ୍ୟନ୍ତ ଜିଲାରେ ମାତ୍ର ୧୫୧.୭୦ ହାରରେ ବର୍ଷା ରେକର୍ଡ କରାଯାଇଛି ା
ବଲାଙ୍ଗୀର ଜିଲାର ପ୍ରାୟ ୧୪ଟି ବ୍ଳକ୍‌ର ଚାଷ ଅବସ୍ଥା ସାଂଘାତିକ ହୋଇପଡିଛି ା ବୁଣାଧାନ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି ା ବର୍ଷା ଅଭାବରୁ ବହୁ ଚାଷୀଙ୍କ ବୁଣାଧାନ ମରିବାକୁ ବସିଲାଣି ା ଯେଉଁ ଚାଷୀମାନେ ରୁଆ ଧାନ କରିବାକୁ ପହ୍ଳା ପକାଇଛନ୍ତି ା ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟରେ ପଡିଛି ା ବର୍ଷା ଅଭାବରୁ ପହ୍ଳା ବଞ୍ଚାଇବା ବି କଷ୍ଟକର ହୋଇପଡିଲାଣି ା ଏଭଳି ସ୍ଥିତିରେ ଚାଷୀ ଆସନ୍ନ ମରୁଡି ଭୟରେ ରହିଛନ୍ତି ା ବଲାଙ୍ଗୀର ସଦର ବ୍ଳକ୍‌ ଅନ୍ତର୍ଗତ ବିଡିଘାଟ ଅଞ୍ଚଳରେ ଗଜା ମରୁଡି ସ୍ଥିତି ଉପୁଜିଥିତ୍ବା ଅଭିଯୋଗ ହେଲାଣି ା ଅନେକ ଜମିରେ ଯେଉଁମାନେ ଖରଡି ବୁଣିଥିଲେ ସେମାନଙ୍କ ଚାଷ ପ୍ରାୟତଃ ମରିବା ସ୍ଥିତିକୁ ଆସିଯାଇଛି ା ବିଡିଘାଟର ଚାଷୀ ବରୁଣ ବେହେରା ଓ ଲକ୍ଷ୍ମୀଧର କାଲସାଏ କହିଛନ୍ତି ଯେ ସେମାନେ ଗଜା ମରୁଡି କ୍ଷତିରେ ପଡିଛନ୍ତି ା ଧାନ ବୁଣି ଦେବା ପରେ ବର୍ଷା ନ ହେବାରୁ ଏହା ଗଜା ହୋଇପାରି ନ ଥିବା କହିଛନ୍ତି ା ଏଭଳି ସ୍ଥ୍‌ିତିରେ ସେମାନେ କ’ଣ କରିବେ ସେନେଇ ଚିନ୍ତାରେ ଥିବା କହିଛନ୍ତି ା ସରକାର କୃଷିବୀମା କଥା କହୁଥିଲେ ବି ଚାଷୀ ଠିକଣା ସମୟରେ କୃଷିବୀମା କ୍ଷତିପୂରଣ ପାଉ ନ ଥିବାରୁ ଏହା ଏକ ପ୍ରହସନରେ ପରିଣତ ହେଲାଣି ା ଜିଲାରେ ଜଳସେଚନ ସୁବିଧା ନାହିଁ ା ଏଭଳି ସ୍ଥିତିରେ ଚାଷୀମାନେ ସାମାନ୍ୟ ବର୍ଷାର ବ୍ୟତିକ୍ରମ ହେଲେ ମରୁଡିର ସମ୍ମୁଖୀନ ହେଉଛନ୍ତି ା ଫାଇଲିନ୍‌ଳ, ହୁଡହୁଡ୍‌ ଓ ତିତିଲି ପ୍ରଭାବିତ ଚାଷୀମାନେ ସରକାରଙ୍କ ଘୋଷିତ ସହାୟତା ପାଇ ନ ଥିବା ଜିଲା କୃଷକ ମହାସଂଘ ସଭାପତି ତଥା ଚାଷୀନେତା ଡା ସୁଧୀର ପରିଚ୍ଛା କହିଛନ୍ତି ା ସରକାର ପାଣି ସୁବିଧା ନକରି କୃଷିବୀମା ନଁାରେ କେତେଦିନ୍‌ ଜିଲା ଚାଷୀଙ୍କ ସ୍ବାର୍ଥ ସହ ଖେଳ ଖେଳୁଥିତ୍ବେ ବୋଲି ପ୍ରଶ୍ନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri