ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ ୧୫ଟି ଜିଲା କରୋନା ସଂକ୍ରମିତ ଜିଲା ତାଲିକାକୁ ଆସିଛି।

ପୂର୍ବରୁ ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଳାହାଣ୍ଡି, ଦେଓଗଡ଼, କୋରାପୁଟ, ଝାରସୁଗୁଡ଼ା, କେନ୍ଦୁଝର, କଟକ, ଢ଼େଙ୍କାନାଳ ଏବଂ ପୁରୀରେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଅପରାହ୍ନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବଲାଙ୍ଗୀର ଜିଲା ଲେଖାରିଆ ଗ୍ରାମର। ସେମାନେ ତାମିଲନାଡ଼ୁରୁ ଫେରିଥିଲେ। ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଓଲଟିଲା ବିଲାତି ବୋଝେଇ ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ରୂପ୍‌ସା/ବସ୍ତା, ୨୯।୬(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ୍‌ଠାରେ ଏକ ବିଲାତି ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଏହି...

ଆବାସ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନର ତତ୍ପରତା

ଯାଜପୁର ଅଫିସ,୩।୨: ଯାଜପୁର ଜିଲାରେ ଆବାସ ଗୃହ ନିର୍ମାଣରେ ଅଗ୍ରଗତି ନୈରାଶ୍ୟଜନକ ରହିଛି। ପୂର୍ବରୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳି ନ ଥିବାବେଳେ...

ବଦଳିଲେ ରାଜ୍ୟପାଳଙ୍କ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ପରିବହନ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରାଯାଇଛି।...

ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ...

ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଛତ୍ରପୁର,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ...

ବେଆଇନ ଚିପ୍‌ସ, ବାଲି ଚାଲାଣ : ୧୨ ଟିପ୍ପର ଜବତ

ବଅଁରପାଳ,୧।୧୧(ଡି.ଏନ୍‌.ଏ.):ଅନୁଗୋଳ ଜିଲା ବଅଁରପାଳ ତହସିଲଦାର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଶୁକ୍ରବାର ଭୋର୍‌ ସମୟରେ ବେଆଇନ ବାଲି ଚିପିସି ଚାଲାଣ କରିଥିବା ୧୨ଟି...

ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୭।୧୧: ବରଗଡ଼ ଟାଉନ ଥାନା ପୋଲିସ ବୁଧବାର ରାତିରେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ...

ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ତେଲକୋଇ,୨୪।୫(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳ ଦେଇ ପ୍ରବାହିତ ସାମାକୋଇ ନଦୀ ଗଣ୍ଡରୁ ଗଣେଶ୍ୱର ଧୀବର (୬୩) ନାମକ ଜଣେ ବ୍ୟକ୍ତିଙ୍କର ମୃତଦେହକୁ ପୋଲିସ ଗୁରୁବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *