Posted inଖେଳ

ବଲବୀର ସିଂ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୫: ଭାରତୀୟ ହକି ଲିଜେଣ୍ଡ ବଲବୀର ସିଂ ଚଣ୍ଡିଗଡର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡକୁ ନିଆଯାଇଥିଲା। କିନ୍ତୁ ଶେଷରେ ଶନିବାର ତାଙ୍କୁ ଫୋର୍ଟିଜ ମୋହାଲିରେ ଭର୍ତ୍ତି କରାଯାଇଛି। ୧୯୪୮ ଲଣ୍ଡନ, ୧୯୫୨ ହେଲସିଙ୍କି ଓ ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ୩ଟି ଅଲିମ୍ପିକ୍ସରେ ଭାରତ ତରଫରୁ ପ୍ର୍‌ତିନିଧିତ୍ୱ କରି ବଲବୀର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅଲିମ୍ପିକ୍ସ ଫାଇନାଲରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ତାଙ୍କ ନାମରେ ଏବେବି ଅତୁଟ ରହିଛି। ୧୯୫୨ ଅଲିମ୍ପିକ୍ସ ଫାଇନାଲରେ ଭାରତ ପ୍ରତିପକ୍ଷ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲା। ଏହି ନିର୍ଣ୍ଣାୟକ ମୁକାବିଲାରେ ସେ ୫ଟି ଗୋଲ ସ୍କୋର କରିଥିଲେ। ୧୯୭୫ ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୋଇଥିଲା। ଏହି ବିଶ୍ୱକପ୍‌ରେ ବଲବୀର ଭାରତ କୋଚ୍‌ ଦାୟିତ୍ୱ ସମ୍ପାଦନ କରିଥିଲେ। ପୁଣି ତାଙ୍କ ତତ୍ତ୍ୱାବଧାନରେ ଭାରତ ୧୯୭୧ ବିଶ୍ୱକପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲା।
ପୂର୍ବରୁ ତାଙ୍କୁ ୨୦୧୯ ଜୁଲାଇରେ ମଧ୍ୟ ଅସୁସ୍ଥତା କାରଣରୁ ଚଣ୍ଡିଗଡସ୍ଥିତ ପିଜିଆଇଏମ୍‌ଇଆରରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ସେତେବେଳେ ତାଙ୍କୁ ଦେଖା କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧୀ ହସ୍ପିଟାଲ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଆରଆରସିରେ ପଏଣ୍ଟ ଜିତିଲେ ରାଜୀବ

ଭୁବନେଶ୍ୱର, ୨୭।୯(ସ୍ପୋଟର୍‌ସ ବ୍ୟୁରୋ)- ମାଲେସିଆର ସେପଙ୍ଗ ଇଣ୍ଟରନ୍ୟାଶନାଲ ସର୍କିଟରେ ଅନୁଷ୍ଠିତ ଏସିଆନ ରୋଡ ରେସିଂ ଚାମ୍ପିୟନଶିପ(ଏଆରଆରସି)ର ଚୂଡ଼ାନ୍ତ ତଥା ଷଷ୍ଠ ପର୍ଯ୍ୟାୟ ରେସରେ ଇଡିମିତ୍‌ସୁ ହୋଣ୍ଡା...

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ଟି-୨୦ ବିଶ୍ୱକପ୍‌ରେ ଭାରତ ଫେଲ୍‌ ମାରିବାର ୫ଟି ପ୍ରମୁଖ କାରଣ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଭାରତ ସେମିଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍‌ ପଡିଛି। ପ୍ରାରମ୍ଭରେ ଲଗାତାର ଦୁଇଟି...

ପିତା ହେଲେ ଏହି କ୍ରିକେଟର୍‌, ମେଡିକାଲ ଯିବା ପୂର୍ବରୁ ଫ୍ୟାନ୍‌ଙ୍କୁ ଦେଇଥିଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରେମିକା ନତାଶା ଷ୍ଟାନକୋଭିକ୍‌ ଏକ ପୁତ୍ର ସନ୍ତାନ ଜନ୍ମ...

ଟେଷ୍ଟ କ୍ରିକେଟ୍‌ରେ ୧୧ ବର୍ଷ ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୧।୬:ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୧୧ ଜୁନ ୨୦ରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଜାମାଇକାର କିଙ୍ଗଷ୍ଟୋନରେ...

ହାଇଦ୍ରାବାଦ ସାମ୍ନାରେ ୨୦୯ ରନର ବିଶାଳ ଟାର୍ଗେଟ୍‌ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଶାରଜା, ୪।୧୦: ଚଳିତ ଆଇପିଏଲ୍‌ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

ଜାତୀୟ ସିନିୟର ଭଲିବଲ୍‌ : ୨୬ ବର୍ଷ ପରେ ନକ୍‌ଆଉଟରେ ଓଡ଼ିଶା

ଭୁବନେଶ୍ୱର, ୯।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ସୋମବାର ୩-୦...

ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା

ଜୁଭେଣ୍ଟସ, ୨୫।୫ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଟାଲିର ସିରି ଏ’ କ୍ଲବ ଜୁଭେଣ୍ଟସ ଛାଡ଼ିପାରନ୍ତି। ୩୬ ବର୍ଷୀୟ ରୋନାଲ୍ଡୋଙ୍କ...

Advertisement
Archives

Model This Week