Posted inଖେଳ

ବଲବୀର ସିଂଙ୍କୁ ଭାରତ ରତ୍ନ ପାଇଁ ଦାବି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୨୨।୮ (ପି.ଟି.)- କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଅମରିନ୍ଦର ତାଙ୍କ ଚିଠିରେ ୯୫ ବର୍ଷୀୟ ବଲ୍‌ବୀରଙ୍କୁ ତାଙ୍କ ସମୟର ଜଣେ ଚମତ୍କାର କ୍ରୀଡ଼ାବିତ୍‌ ଭାବେ ଅଭିହିତ କରିଛନ୍ତି। ‘ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରି ଅନୁରୋଧ କରୁଛି କି ବଲ୍‌ବୀର ସିଂ ସିନିୟରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ, ଯିଏ ସ୍ବାଧୀନ ଭାରତର ସବୁଠାରୁ ସମ୍ମାନସ୍ପଦ ଏବଂ ଚମତ୍କାର ଖେଳାଳି ରହିଥିଲେ’ ବୋଲି ଅମରିନ୍ଦର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ‘ଫିଲ୍ଡ ହକିରେ ଜଣେ ଚମତ୍କାର ଖେଳାଳି ରହିଥିବା ବଲ୍‌ବୀର ୧୯୪୮, ୧୯୫୨ ଓ ୧୯୫୬ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିଲେ। ହକିକୁ ଅବଦାନ ଲାଗି ପୂର୍ବରୁ ୧୯୫୭ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏବେ ଭାରତ ରତ୍ନ ପୁରସ୍କାର ପାଇଁ ବଲ୍‌ବୀର ସିଂ ସିନିୟରଙ୍କ ନାମକୁ ବିଚାରକୁ ନିଆଯାଉ’ ବୋଲି ଅମରିନ୍ଦର ଏହି ଚିଠିରେ ଲେଖିଛନ୍ତି। ଗୋଟିଏ ଅଲିମ୍ପିକ ଫାଇନାଲରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଗୋଲସ୍କୋର କରିବାର ରେକର୍ଡ ବଲ୍‌ବୀରଙ୍କ ନାମରେ ଆଜି ବି ଲିପିବଦ୍ଧ ହୋଇରହିଛି। ୧୯୫୨ ଅଲିମ୍ପିକ ଫାଇନାଲରେ ସେ ନେଦରଲାଣ୍ଡ୍ସ ବିପକ୍ଷରେ ଏକାକୀ ୫ଟି ଗୋଲସ୍କୋର କରିଥିଲେ। ଏହି ମ୍ୟାଚ୍‌କୁ ଭାରତ ୬-୧ ଗୋଲରେ ଜିତି ଚାମ୍ପିୟନ ହୋଇଥିଲା। ସେହିଭଳି ୧୯୭୫ ବିଶ୍ୱ ବିଜୟୀ ଭାରତୀୟ ଦଳର ସେ ମ୍ୟାନେଜର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଣଜୀ ଟ୍ରଫି:ବସନ୍ତଙ୍କୁ ୬; ସର୍ଭିସେସ୍‌ ୨୭୧ରେ ଅଲଆଉଟ

କଟକ ଅଫିସ,୧୮ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା-ସର୍ଭିସେସ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ମଙ୍ଗଳବାର ଆରମ୍ଭ ହୋଇଛି। ପେସ୍‌ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ସର୍ଭିସେସ୍‌ ପ୍ରଥମେ ବ୍ୟାଟିଂ...

ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରିଲିଆନ୍ସ ଫାଉଣ୍ଡେଶନ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଏବଂ ଦୌଡ଼କୁଦ ପ୍ରତିଯୋଗିତାର ଜୁନିୟର ବାଳିକା ଶଟ୍‌ପୁଟ୍‌ ଇଭେଣ୍ଟରେ...

୪୭ ବର୍ଷରେ ପଦାର୍ପଣ କଲେ ସନ୍‌ ପୋଲକ୍‌

ଜୋହାନ୍ସବର୍ଗ, ୧୬।୭- ଏକ କ୍ରିକେଟ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ସନ୍‌ ପୋଲକ ଗୁରୁବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ପୋଲକଙ୍କୁ...

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ...

ଗୁରୁକୁଳ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ...

ପ୍ରସ୍ତୁତ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ଷ୍ଟାଡିୟମ

ଟୋକିଓ,୦୧।୧୧(ଏଏଫ୍‌ପି)- ୨୦୨୦ ଅଲିମ୍ପିକ୍‌ର ମୁଖ୍ୟ ଷ୍ଟାଡିୟମ ଶନିବାର ଅଫିସିଆଲ ଭାବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ୧.୪ ବିଲିଅନ ଡଲାରର ଖର୍ଚ୍ଚରେ ତିଆରି ଏହି ଷ୍ଟାଡିୟମ ଗ୍ରୀଷ୍ଣ...

ନେସନ୍ସ କପ୍‌: ଚାଇନା ଅଗ୍ରଣୀ

ଚେନ୍ନାଇ, ୭ା୫: ଫିଡେ ଚେସ୍‌ ଅନ୍‌ଲାଇନ୍‌ ନେସନ୍ସ କପ୍‌ର ପ୍ରଥମ ଦିବସ ଶେଷସୁଦ୍ଧା ଚାଇନା ଅଗ୍ରଣୀଲାଭ କରିଛି । ଚାଇନା ଏକମାତ୍ର ଦଳଭାବେ ପ୍ରଥମ ଦିବସର...

ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍କ୍ବାଶ ଖେଳାଳି ରନିମଙ୍କ ଅବସର

କାଇରୋ, ୨୬ା୬ (ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ସ୍କ୍ବାଶ ଖେଳାଳି ଇଜିପ୍ଟର ରନିମ୍‌ ଏଲ୍‌. ଓ୍ବିଲିଲି ଗୁରୁବାର ଅବସର ଘୋଷଣା କରିଛନ୍ତି। କୌଣସି କ୍ରୀଡ଼ାରେ ବିଶ୍ୱର ନମ୍ବର...

Coronavirus Update


Archives

Model This Week

Why Dharitri