ବର୍ଷ ଆରମ୍ଭରୁ ଦୁର୍ଘଟଣା: ୨ ଦିନରେ ୬ ମୃତ

ରାୟଗଡ଼ା ଅଫିସ/ଜୟପୁର/ପାଣ୍ଡ୍ରିପାଣି/ସୁନାବେଡ଼ା, ୨ା୧(ନି.ପ୍ର./ଡି.ଏନ୍‌.ଏ.): ନୂଆବର୍ଷ ଆରମ୍ଭରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ଗୁରୁତର ଓ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ବାଲିଆଠାରେ ବୁଧବାର ବିଳମ୍ବିତ ରାତିରେ ଅଟୋ ଓ ବାଇକ ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣାରେ ବାଇକ୍‌ରେ ଥିବା ବୈପାରିଗୁଡ଼ା ଥାନା ଗୌଡ଼ଗୁଡ଼ା ଗ୍ରାମର ପବିତ୍ର ପୂଜାରୀ (୨୩) ଓ ବରୁଣ ନାୟକ (୨୨)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ କୁମ ମାଝି ଗୁରୁତର ରହିଛନ୍ତି। ସେହିପରି ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ଗ୍ରାମ ନିକଟରେ ଗୁରୁବାର ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ କାଣ୍ଡୁ କଣ୍ଡାଗରି (୨୫)ଙ୍କ ମୃତ୍ୟୁ ଘଟିଛି। ସମା ଉଲ୍ଲାକା ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ା ଏନେଇ ଚାନ୍ଦିଲି ଥାନାରେ ଏକ ମାମଲା (୧/୨୦) ରୁଜୁ ହୋଇଛି। ଅନ୍ୟ ଏକ ଘଟଣାରେ ୩୨୬ ନମ୍ବର ଜାତୀୟ ରାଜପଥର ଗୁମ୍ମା ଘାଟିରେ ଗୁରୁବାର ଏକ ଆଲୁମିନିୟମ ପାଉଡ଼ର ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି। ଏଥିରେ ଡ୍ରାଇଭର ରାଘବେନ୍ଦ୍ର ସିଂ (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ପୁଷ୍ପେନ୍ଦ୍ର ସିଂ ଗୁରୁତର ହୋଇଛନ୍ତି। ଟିକିରିସ୍ଥିତ ଉତ୍କଳ ଆଲୁମିନାରୁ ଆଲୁମିନିୟମ ପାଉଡ଼ର ବୋଝେଇ ଧରି ମଧ୍ୟପ୍ରଦେଶ ଯାଉଥିବା ଟ୍ୟାଙ୍କରଟି ଗୁମ୍ମା ଘାଟି ଚଢୁଥିବା ବେଳେ ଭାରସାମ୍ୟ ୨୦ ଫୁଟ ତଳକୁ ଖସିପଡ଼ିଥିଲା। କୋରାପୁଟରୁ ଫୁଲବାଣୀ ଆସୁଥିବା ଏକ ବୋଲେରୋ ବୁଧବାର ବିଳମ୍ବିତ ରାତିରେ କୁମ୍ଭିକୋଟା ନିକଟସ୍ଥ ପୋଲରୁ ଖସିପଡ଼ିଥିଲା। ଏଥିରେ ୨ ଜଣ ଗୁରୁତର ଓ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଆହତମାନଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେହିପରି ନୂଆବର୍ଷ ପାଳିବା ପାଇଁ ମାଲକାନଗିରି ଜିଲା ପାଣ୍ଡ୍ରିପାଣିର ସୁନ୍ଦର ରାୟ ସେଡ଼ାଙ୍କ ସାନପୁଅ ପଙ୍କଜ (୨୫) ବୁଧବାର ବାଇକ୍‌ (ଓଡି-୩୦ବି-୦୩୫୧) ନେଇ ସେମିଳିଗୁଡ଼ାସ୍ଥିତ ମାମୁଘରକୁ ଯାଉଥିଲେ। ନନ୍ଦପୁର ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ସହ ପଙ୍କଜ ଗଛରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଶିବଲିଙ୍ଗ ଆକୃତିର ପଣସ

ବୈପାରୀଗୁଡ଼ା,୧୮।୪(ଡି.ଏନ୍‌.ଏ.): ମହାଦେବଙ୍କ ଲିଙ୍ଗ ଆକୃତିର ପଣସକୁ ନେଇ ଏବେ ବୈପାରୀଗୁଡ଼ା ଅଞ୍ଚଳରେ ଚର୍ଚ୍ଚା । ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ମୁଣ୍ଡାଗୁଡ଼ାର ଜଣେ ଯୁବକଙ୍କ ବଗିଚାରେ...

ଜମିବାଡ଼ିକୁ ନେଇ ଗଣ୍ଡଗୋଳ: ବଡ଼ଭାଇ ଆକ୍ରମଣରେ ସାନ ଭାଇ ମୃତ

କୋରାପୁଟ, ୮।୬(ସ୍ବ.ପ୍ର.): କୋରାପୁଟ ବ୍ଲକ ଦେଓଘାଟି ଗ୍ରାମରେ ଶୁକ୍ରବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ଓ ଧାନକୁ ନେଇ ୨ ଭାଇ ଲଳିତ ମୁଦୁଲି...

ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ

ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି...

କସ୍ତୁରିନଗର ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ: ତ୍ରିକୋଣୀୟ ପ୍ରେମ ଲାଗି କରାଯାଇଥିଲା ହତ୍ୟା

ରାୟଗଡା ଅଫିସ୍‌, ୨୦।୬- ଗତ ୧୬ ତାରିଖ ଘଟିଥିବା ଛାତ୍ର ମହାଦେବ ସୁରେଶ କୁମାର ହତ୍ୟା ଘଟଣା ଉପରୁ ପୋଲିସ ପରଦା ହଟାଇଛ। ଏହି ଘଟଣାରେ...

ରୁଗ୍‌ଣ ଅବସ୍ଥାରେ ମାଟି କାରିଗରୀ

ମାଲକାନଗିରି,୧୫।୫(ଡି.ଏନ.ଏ)-ମାଟିର ମହକ ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି| ଦିନଥିଲା କୁମ୍ଭାର ମାନେ ସାହି...

ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୪ ଗୁରୁତର

ରାୟଗଡା ଅଫିସ, ୩୦।୧: ରାୟଗଡ଼ା ଜିଲା ବିଷମ କଟକ ଥାନା ଅଧୀନ ବେଠିଆପଡା ନିକଟରେ ଶନିବାର ଭାରସାମ୍ୟ ହରାଇ ‘ରଘୁନାଥ’ ନାମକ ଏକ ଯାତ୍ରୀବାହୀ ବସ୍‌...

ସାବେରୀ ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଛତିଶଗଡ଼ ପଡିଆ ଥାନା ଅଞ୍ଚଳ ସାବେରୀ ନଦୀ କୂଳରେ ଥିବା ସିଙ୍ଗାଣିଗୁଡ଼ା ଗ୍ରାମର ଲାକା ପଡ଼ିଆମି ନଦୀରେ ଭାସି ଯାଇ ନିଖୋଜ...

ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ

ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା...

Advertisement


Archives

Model This Week