ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୩୦ଟି ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀପ୍ରାପ୍ତ ହୋଇଥିଲା। ତେବେ ଏଥିରୁ ମାତ୍ର ଗୋଟିଏ ରାସ୍ତା ନିର୍ମାଣ ସରିଛି। ସେହିପରି ଜିଲାର ୪୫୬ ରାସ୍ତା ଅବସ୍ଥା ଖରାପ ଥିବାରୁ ନିର୍ମାଣ ପାଇଁ ଜିଲା ପ୍ରଶାସନର ମଞ୍ଜୁରୀ ଅପେକ୍ଷାରେ ଅଛି। ଧୋୟାଞ୍ଚଳ ଭାବେ ପରିଚିତ ସିଂହ ଗଁ। ପଞ୍ଚାୟତକୁ ରାସ୍ତା ନିର୍ମାଣ ସରି ନ ଥିବାରୁ ଯାତାୟାତ ଠପ୍‌ ହୋଇଛି। ସେହିପରି ରାସ୍ତା ଅଭାବରୁ ମହାକାଳପଡା ଓ ରାଜନଗର ବ୍ଲକର ବହୁ ଗ୍ରାମବାସୀ ଜରୁରୀ ସେବାରୁ ବଞ୍ଚତ୍ତ ହେବେ ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
ମହାକାଳପଡା ୟୁଥ୍‌ କ୍ଲବ ସଭାପତି ସୁନୀଲ ଗନ୍ତାୟତ କୁହନ୍ତି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁଦୃଢ଼ୀକରଣ ଆଳରେ ବିଭିନ୍ନ ନଦୀବନ୍ଧ ରାସ୍ତାର ପିଚୁ ଖୋଳାଯାଇ କାମ ଚାଲିଥିଲେ ମଧ୍ୟ ଅଦ୍ୟାବଧି ସରିନାହିଁ। ଲୁଣାନଦୀର କଳପଡାଠାରୁ ରଙ୍କାଳ ଗ୍ରାମ, ଚିତ୍ରୋତ୍ପଳାର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା ଯାତାୟାତ ଉପଯୋଗୀ ହୋଇ ନାହିଁ। କେବଳ ଜଳସମ୍ପଦ ବିଭାଗ ନୁହେଁ, ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବ୍ଲକ ପ୍ରଶାସନର ପଞ୍ଚାୟତିରାଜ ବିଭାଗ, ଆଳି ତଟବନ୍ଧ ବିଭାଗର ଅବହେଳା ପାଇଁ ଜିଲାବାସୀଙ୍କ ଗମନାଗମନ ପଥକୁ ବର୍ଷା ବେହାଲ କରୁଛି। ମହାକାଳପଡା ବ୍ଲକ ସାମାଜିକ କର୍ମୀ ବିଭୂତି ରାଉତ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ମହାକାଳପଡା ଓ ରାଜନଗର ବ୍ଲକରେ ଯାତାୟାତ ପଥକୁ ନଦୀ ନାଳ ରୋକୁଥିବା ବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହେଉଛି। ବଡକୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମାଉଣ୍ଟ ପର୍ଯ୍ୟନ୍ତ ରାସ୍ତା, ବିଜୟନଗର ହାଟଠାରୁ ବିଶ୍ୱାଳ ସାହି, ବିଜୟନଗର ଫେରିଘାଟରୁ କେୟାରବାଙ୍କ, ଗୋଗୁଆ ପଞ୍ଚାୟତର ଗୁଲୁଦୁଆ ଓ କୁରୁତୁଙ୍ଗା, କଂସାର ବଡାଦାଣ୍ଡୁଆ, ବଗଗହଣ, ପଙ୍କପାଳ, ବଡପାଳ ଆଦି ରାସ୍ତା ଏବେ ଅଗମ୍ୟ ହୋଇଛି। ସିଂହଗଁ। ପଞ୍ଚାୟତ ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଯେନା କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ଅନୁଦାନ ପ୍ରାପ୍ତ ହୋଇଥିଲେ ମଧ୍ୟ ଗମନାଗମନ ସମସ୍ୟା ପୂର୍ବବତ୍‌ ରହିଛି। କଣ୍ଠିଆ ନାଳ ସେତୁ ଅଧାପନ୍ତରିଆ ସହିତ ଦାଣ୍ଡିସାହିରୁ ସିଂହଗଁ। ରାସ୍ତାରେ ଥିବା ଛୋଟ ପୋଲ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ଆଗାମୀ ବର୍ଷାରେ ପୋଲ ତଳ ରାସ୍ତାରେ ୬ ଫୁଟ ଉଚ୍ଚର ପାଣି ଜମି ରହି ଯାତାୟାତ ଠପ କରିବ। ଅଧିକ ବର୍ଷା ହେଲେ ବ୍ରାହ୍ମଣୀ ନଦୀରେ ପାଣି ଆସି ଧୋୟା ଅଞ୍ଚଳର ଦୁଃଖ ବଢ଼ାଇବ। ଏ ସମ୍ପର୍କରେ ପିଡି ଦିଲୀପ ପରିଡା କୁହନ୍ତି, ରାସ୍ତା ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଚଳିତ ଆର୍ଥିକ ବର୍ଷ କରୋନା ସଂକ୍ରମଣ ପାଇଁ ଦେଶରେ ତାଲାବନ୍ଦ ଓ ଅମ୍ଫନ୍‌ ବାତ୍ୟା ରାସ୍ତା ନିର୍ମାଣରେ ବାଧା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ହଟିଲା କୋଭିଡ୍‌ କଟକଣା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାର ଶନିବାର ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ରାଜ୍ୟରେ ଆଉ...

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ...

ପକ୍କାଘର ଆବଣ୍ଟନକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜ୍ୟରେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ପ୍ରାୟ ତିନି ବର୍ଷ କାଳ ରାଜ୍ୟ ସରକାର କେନ୍ଦ୍ର...

ମହିଳା ବୋହିଲେ ଦୋଳ ବିମାନ

ବଲାଙ୍ଗୀର ଅଫିସ,୧୮।୩: ବଲାଙ୍ଗୀର ଜିଲା ଯାଦବ ମହାସଭା ପକ୍ଷରୁ ମହାସମାରୋହରେ ଦୋଳ ମହୋତ୍ସବ ପାଳିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବର ଶୁକ୍ରବାର...

ନିଆଁ ପୁଇଁବା ସମୟରେ ପୋଡ଼ିଗଲେ ବୃଦ୍ଧା, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର,୪ା୧୨(ସ୍ବ.ପ୍ର.): ନିଆଁ ପୁଇଁବା ସମୟରେ ପୋଡ଼ି ହୋଇ ଜଣେ ବୃଦ୍ଧା ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବରେଶ୍ୱର...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ...

ମଦ ପିଆକୁ କେନ୍ଦ୍ର କରି ଭୁଜାଲି ମାଡ଼: ଜଣେ ମୃତ, ୪ ଗୁରୁତର

ସୋହେଲା,୯।୧୦(ଡି.ଏନ.ଏ.): ବରଗଡ ଜିଲା ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା...

ପାଣି ପାଇଁ ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୪ା୨ ରାସ୍ତା ମରାମତି ଏବଂ ପାନୀୟ ଜଳଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ପୌରାଞ୍ଚଳର ୯ନଂ. ୱାର୍ଡ କଣ୍ଟାନାଳୀ ବାଉତିଖୋଲ ଅଞ୍ଚଳବାସୀ। ପ୍ରତିବାଦ...

Advertisement
Archives

Model This Week