ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୩୦ଟି ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀପ୍ରାପ୍ତ ହୋଇଥିଲା। ତେବେ ଏଥିରୁ ମାତ୍ର ଗୋଟିଏ ରାସ୍ତା ନିର୍ମାଣ ସରିଛି। ସେହିପରି ଜିଲାର ୪୫୬ ରାସ୍ତା ଅବସ୍ଥା ଖରାପ ଥିବାରୁ ନିର୍ମାଣ ପାଇଁ ଜିଲା ପ୍ରଶାସନର ମଞ୍ଜୁରୀ ଅପେକ୍ଷାରେ ଅଛି। ଧୋୟାଞ୍ଚଳ ଭାବେ ପରିଚିତ ସିଂହ ଗଁ। ପଞ୍ଚାୟତକୁ ରାସ୍ତା ନିର୍ମାଣ ସରି ନ ଥିବାରୁ ଯାତାୟାତ ଠପ୍‌ ହୋଇଛି। ସେହିପରି ରାସ୍ତା ଅଭାବରୁ ମହାକାଳପଡା ଓ ରାଜନଗର ବ୍ଲକର ବହୁ ଗ୍ରାମବାସୀ ଜରୁରୀ ସେବାରୁ ବଞ୍ଚତ୍ତ ହେବେ ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
ମହାକାଳପଡା ୟୁଥ୍‌ କ୍ଲବ ସଭାପତି ସୁନୀଲ ଗନ୍ତାୟତ କୁହନ୍ତି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁଦୃଢ଼ୀକରଣ ଆଳରେ ବିଭିନ୍ନ ନଦୀବନ୍ଧ ରାସ୍ତାର ପିଚୁ ଖୋଳାଯାଇ କାମ ଚାଲିଥିଲେ ମଧ୍ୟ ଅଦ୍ୟାବଧି ସରିନାହିଁ। ଲୁଣାନଦୀର କଳପଡାଠାରୁ ରଙ୍କାଳ ଗ୍ରାମ, ଚିତ୍ରୋତ୍ପଳାର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା ଯାତାୟାତ ଉପଯୋଗୀ ହୋଇ ନାହିଁ। କେବଳ ଜଳସମ୍ପଦ ବିଭାଗ ନୁହେଁ, ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବ୍ଲକ ପ୍ରଶାସନର ପଞ୍ଚାୟତିରାଜ ବିଭାଗ, ଆଳି ତଟବନ୍ଧ ବିଭାଗର ଅବହେଳା ପାଇଁ ଜିଲାବାସୀଙ୍କ ଗମନାଗମନ ପଥକୁ ବର୍ଷା ବେହାଲ କରୁଛି। ମହାକାଳପଡା ବ୍ଲକ ସାମାଜିକ କର୍ମୀ ବିଭୂତି ରାଉତ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ମହାକାଳପଡା ଓ ରାଜନଗର ବ୍ଲକରେ ଯାତାୟାତ ପଥକୁ ନଦୀ ନାଳ ରୋକୁଥିବା ବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହେଉଛି। ବଡକୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମାଉଣ୍ଟ ପର୍ଯ୍ୟନ୍ତ ରାସ୍ତା, ବିଜୟନଗର ହାଟଠାରୁ ବିଶ୍ୱାଳ ସାହି, ବିଜୟନଗର ଫେରିଘାଟରୁ କେୟାରବାଙ୍କ, ଗୋଗୁଆ ପଞ୍ଚାୟତର ଗୁଲୁଦୁଆ ଓ କୁରୁତୁଙ୍ଗା, କଂସାର ବଡାଦାଣ୍ଡୁଆ, ବଗଗହଣ, ପଙ୍କପାଳ, ବଡପାଳ ଆଦି ରାସ୍ତା ଏବେ ଅଗମ୍ୟ ହୋଇଛି। ସିଂହଗଁ। ପଞ୍ଚାୟତ ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଯେନା କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ଅନୁଦାନ ପ୍ରାପ୍ତ ହୋଇଥିଲେ ମଧ୍ୟ ଗମନାଗମନ ସମସ୍ୟା ପୂର୍ବବତ୍‌ ରହିଛି। କଣ୍ଠିଆ ନାଳ ସେତୁ ଅଧାପନ୍ତରିଆ ସହିତ ଦାଣ୍ଡିସାହିରୁ ସିଂହଗଁ। ରାସ୍ତାରେ ଥିବା ଛୋଟ ପୋଲ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ଆଗାମୀ ବର୍ଷାରେ ପୋଲ ତଳ ରାସ୍ତାରେ ୬ ଫୁଟ ଉଚ୍ଚର ପାଣି ଜମି ରହି ଯାତାୟାତ ଠପ କରିବ। ଅଧିକ ବର୍ଷା ହେଲେ ବ୍ରାହ୍ମଣୀ ନଦୀରେ ପାଣି ଆସି ଧୋୟା ଅଞ୍ଚଳର ଦୁଃଖ ବଢ଼ାଇବ। ଏ ସମ୍ପର୍କରେ ପିଡି ଦିଲୀପ ପରିଡା କୁହନ୍ତି, ରାସ୍ତା ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଚଳିତ ଆର୍ଥିକ ବର୍ଷ କରୋନା ସଂକ୍ରମଣ ପାଇଁ ଦେଶରେ ତାଲାବନ୍ଦ ଓ ଅମ୍ଫନ୍‌ ବାତ୍ୟା ରାସ୍ତା ନିର୍ମାଣରେ ବାଧା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri