ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା: ୨୪ ଘଣ୍ଟା ମଧ୍ୟରେ ବର୍ଷା ବଢ଼ିବା ନେଇ ପୂର୍ବାନୁମାନ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ଶେଷହେବାକୁ ବସିଥିବା ବେଳେ ରାଜ୍ୟରେ ସ୍ବାଭାବିକ ବର୍ଷା ହେଉନାହିଁ। ଧାନବିଲ ଫାଟି ଆଁ କଲାଣି। ଚାଷୀ ମୁଣ୍ଡରେ ହାତ ଦେଲେଣି। ବିଧାନସଭାରେ ମଧ୍ୟ ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ବିଧାୟକମାନେ ଆଶଙ୍କା କଲେଣି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୃଷି ବିଶେଷଜ୍ଞମାନେ ଆକଳନ କଲେଣି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ୨୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ୪ଟି ଜିଲାରେ ୪୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ବେଳେ ଅନ୍ୟ ଜିଲାଗୁଡିକରେ ମଧ୍ୟ ପରିସ୍ଥିତି ଅସମ୍ଭାଳ ହେଲାଣି। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଜେଡି...

ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୮ା୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ...

ପିପିଲି ଉପନିର୍ବାଚନ:ଆରମ୍ଭ ହେଲା ପ୍ରଚାର

ଭୁବନେଶ୍ୱର,୨୧।୯(ବ୍ୟୁରୋ)/ପିପିଲି:ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।...

୨୧ ବର୍ଷ ପରେ ଜାତୀୟ ପରେଡରେ କମାଲ ଦେଖାଇବ ବଜାଶାଲ ନୃତ୍ୟ

ଭବାନୀପାଟଣା,୩।୧(ଡି.ଏନ.ଏ.): ଘୁମୁରା ନାଚର ୨୧ ବର୍ଷ ପରେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପରେଡରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର...

ବନ୍ୟାର ୩ମାସ ପରେ ବି ସୁଧୁରିନି ସ୍ଥିତି

ବଲାଙ୍ଗୀର ଅଫିସ/ପୁଇଁତଲା, ୨୦ା୧୧ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲାରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଦେଖାଦେଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଘରଦ୍ୱାର ଭାଙ୍ଗି ପ୍ରଭୁତ...

୭୨ ଘଣ୍ଟାର ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍‌ ଥିଲେ ବିମାନ ବନ୍ଦରରେ ଟେଷ୍ଟ ହେବନି

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସ୍ବତନ୍ତ୍ର...

ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ, ଭାଙ୍ଗିଦେଲେ ଦାନ୍ତ

ଗଞ୍ଜାମ,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା...

ବିନ୍ଦୁସାଗରରେ କୂଳରେ ଏଥର ପିଣ୍ଡ ମନା

ଭୁବନେଶ୍ୱର, ୧୩।୧୧ (ବ୍ୟୁରୋ): ମହାମାରୀ କରୋନାକୁ ଲକ୍ଷ୍ୟକରି ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପୟା ଶ୍ରାଦ୍ଧ ତଥା ପିଣ୍ଡଦାନକୁ ବନ୍ଦ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ...

Advertisement
Archives

Model This Week