ବର୍ଷାରେ ଧୋଇଗଲା ପାଙ୍ଗାଲପଦର ରାସ୍ତା : ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କୋଟଗଡ଼,୧୮ା୮(ଡି.ଏନ.ଏ.)-କୋଟଗଡ ବ୍ଲକ ସଦର ମହକୁମାଠାରୁ ସାରତୁଲ ପଞ୍ଚାୟତ ପାଙ୍ଗାଲପଦର ଗାଁ ୧୨ କି.ମି ଦୂର। ଗତ ଲଗାଣ ବର୍ଷାରେ ଗାଁକୁ ଯାଇଥିବା ରାସ୍ତା ଧୋଇଯିବା ସହ ମାଟି ଅତଡା ପଡି ଯାତାୟାତରେ ଅସୁବିଧା ହେଉଛି। ବର୍ଷା ଛାଡିବାର ୪ ଦିନ ପରେ ବି ବ୍ଲକ ପକ୍ଷରୁ ରାସ୍ତା ମରାମତି କରାଯାଇନାହିଁ। ଲୋକେ ନିଜେ ଶ୍ରମଦାନ କରି ରାସ୍ତା କରିଛନ୍ତି। ମରାମତି ସହ ପକ୍କାରାସ୍ତା ନିର୍ମାଣ କରିବା ନେଇ ପୂର୍ବରୁ ଗ୍ରାମବାସୀ ବହୁବାର ଜିଲା ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ଏଭଳି ସ୍ଥିତିରେ ଶୁକ୍ରବାର ସକାଳେ ପାଙ୍ଗାଲପଦରର ଜଣେ ବୃଦ୍ଧା ଅସୁସ୍ଥ ହେବାରୁ ଗ୍ରାମବାସୀ ତାଙ୍କୁ ଦୋଳାରେ ବୋହି କୋଟଗଡ ଡାକ୍ତରଖାନାକୁ ଆଣିଥିଲେ। ଶନିବାର ପଙ୍ଗାଲପଦର ଗ୍ରାମ ସମେତ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ ପଞ୍ଚାୟତ ତଥା ପକାରି, ପାରିଗଡ, ରାଣିପଙ୍ଗା ଭଳି ଦୁର୍ଗମ ପଞ୍ଚାୟତର ଗ୍ରାମବାସୀ ବାଲିଗୁଡା ଉପଜିଲାପାଳ ରାଜେନ୍ଦ୍ର କୁମାର ରଣଜିତଙ୍କୁ ଭେଟି ସମସ୍ୟା ଜଣାଇବା ସହ ଏକ ପକ୍କାରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁ କହିଛନ୍ତି, କୋଟଗଡ ଠାରୁ ପାଙ୍ଗାଲପଦର ରାସ୍ତାର ଉନ୍ନତୀକରଣ ପାଇଁ ୪୦ ଲକ୍ଷ ଟଙ୍କା ଆକ୍ସନ ପ୍ଲାନ ରଖାଯାଇଛି। ଧୋଇ ଯାଇଥିବା ରାସ୍ତାର ମରାମତି ପାଇଁ ୧ଲକ୍ଷ ଟଙ୍କା ପଞ୍ଚାୟତ ସମିତି ପକ୍ଷରୁ ରଖାଯାଇଛି। ଖୁବଶୀଘ୍ର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଆରଏସ୍‌ ପାଇବାରେ ଜାଲିଆତି: ୨ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଲା ଅମଲା ସଂଘ

ଫୁଲବାଣୀ ଅଫିସ, ୧୬ା୫- ରାଜ୍ୟ ସରକାର ଓଡିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏଥିରେ କନ୍ଧମାଳ ଜିଲାର ଦୁଇ ଶିକ୍ଷକ...

ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଥମ

ଫୁଲବାଣୀ ଅଫିସ, ୧୬ା୧-କୋଚିନ୍‌ଠାରେ ଚାଲିଥିବା ୧୨ତମ ଜାତୀୟସ୍ତରୀୟ ଆଦିବାସୀଙ୍କ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାକୁ ସଫଳତା ମିଳିଛି ା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ...

କୋଭିଡ୍‌ ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ

ଦାରିଙ୍ଗବାଡି,୨୩।୫: ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ...

ପୋଲିସ ଗୁଳିରେ ଟଳିଲେ ୪ କ୍ୟାଡର ମାଓବାଦୀ

ବାଲିଗୁଡା,୫।୭.(ଡି.ଏନ୍‌.ଏ.): କନ୍ଧମାଳ ଜଙ୍ଗଲରେ ପୁଣି ପୋଲିସ-ମାଓବାଦୀ ଗୁଳିବିନମୟ। କନ୍ଧମାଳ ଜିଲା ପୋଲିସର ଏସ୍‌ଓଜି ଓ ଡିଭିଏଫ୍‌ର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।...

ଦାଦାଙ୍କ ଜୀବନ ନେଲା ପୁତୁରା

ରାଇକିଆ,୮ା୭: କନ୍ଧମାଳ ଜିଲା ରାଇକିଆ ଥାନା ରଣବା ପଞ୍ଚାୟତ ଇରିପୁଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ପୁତୁରାର ଠେଙ୍ଗା ମାଡ଼ରେ...

କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର

କୋଟଗଡ,୧୮।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍‌-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ...

ନକଲି ପୋଲିସ ପୋଷାକ ପିନ୍ଧି କରୁଥିଲେ ଡକାୟତି ଯୋଜନା, ଧରିଲା ଅସଲି ପୋଲିସ

ବାଲିଗୁଡ଼ା,୬।୩(ଡି.ଏନ୍‌.ଏ): ବାଲିଗୁଡ଼ା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛ। ଘଟଣାରେ ଦୁଇଜଣ ନକଲି ପୋଲିସ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ...

ଲାଗିଲା ସଚେତନତା ପୋଷ୍ଟର, ବୁଲିଲା ପ୍ରଚାର ଗାଡ଼ି

ଫୁଲବାଣୀ ଅଫିସ୍‌,୨ା୨-ଫୁଲବାଣୀରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ବାହାରିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଉଠିଛି। ରବିବାର ଜିଲାର ବିଭିନ୍ନ ସ୍ଥାନରେ କରୋନା ରୋଗର...

Advertisement


Archives

Model This Week