ବର୍ଷାପବନରେ ପାନ ବରଜ, ଫସଲ ନଷ୍ଟ

ହିଞ୍ଜିଳିକାଟୁ,୯ା୩(ଡି.ଏଡ଼୍‌.ଏ.) ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅପରାହ୍ନ ପ୍ରାୟ ୫ରେ କାଳବୈଶାୀଖୀ ସହ ବର୍ଷାପବନ ହୋଇଛି। ଫଳରେ ବ୍ୟାପକ ଫସଲ ସହ ପାନ ବରଜ ନଷ୍ଟ ହୋଇଛି। ପ୍ରାୟ ୨୦ ମିନିଟ ଧରି ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ଆଙ୍କୋରଡ଼ା, ହିଞ୍ଜିଳି, ଖରିଡ଼ା, ଶିକିରି, ରାଳବ, ଆଲପୁର, ନନ୍ଦିକ, ପୁଟିଆପଦର,ଶାସନ ଆମ୍ବଗାଁ, ବାଳକୃଷ୍ଣପୁର ପ୍ରଭୃତି ପଞ୍ଚାୟତରେ ପରିବା ଫସଲ ସହ ପ୍ରାୟ ଶହେ ଏକର ଜମିର ପାନ ବରଜ ନଷ୍ଟ ହୋଇଯାଇଛି। ମନ୍ଦା ଲାଗି ହେଉଥିବା ପରିବା ବାଡ଼ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପବନ ଯୋଗୁ ହିଞ୍ଜିଳିକାଟୁ ପରିବା ବଜାରରେ ନିର୍ମାଣାଧୀନ ପରିବା ଭେଣ୍ଡିଂ ଜୋନ୍‌ ଟିଣ ଉଡ଼ି ଯାଇଛି। ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ଦାରୁଭଦ୍ରାଠାରେ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ଗୃହର ଆଜବେଷ୍ଟସ ଉଡ଼ି ଯାଇଥିବା ରିପୋର୍ଟ ହୋଇଛି ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଠାରୁ ପ୍ରକାଶ। ବ୍ଲକର ବିଭିନ୍ନ ଗ୍ରାମରେ ବିଦ୍ୟୁତ ତାର ଛିଡ଼ି ଯାଇଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ବର୍ଷା ଛାଡିବା ପରେ ସାଉଥ୍‌କୋ ପକ୍ଷରୁ ମରାମତି କାମ ଆରମ୍ଭ ହୋଇଛି। ମ୍ୟୁନିସିପାଲିଟି ଓ ପାଖାପାଖି ଅଞ୍ଚଳରେ ରାତି ପ୍ରାୟ ୭ସୁଦ୍ଧା ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଛି। କାଳବୈଶାଖୀରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୋମବାର ସର୍ଭେ କରାଯିବ ବୋଲି ବିଡ଼ିଓ ପାତ୍ରଙ୍କ ସମେତ କୃଷି ସହକାରୀ ଅଧିକାରୀ ପ୍ରଶାନ୍ତ କୁମାର ନାଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ବୋହୁଛି ବର୍ଜ୍ୟଜଳ: ଗାଁକୁ ଆସିବାକୁ ରାଜି ହେଉନାହାନ୍ତି ଅତିଥି

ରସୁଲପୁର,୬।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ୫ଟି ସାହିରୁ ପ୍ରଥମ ଓ ପଞ୍ଚାୟତର ବଡ ସାହି ଭାବେ ଗଣାଯାଉଥିବା ନୂଆସାହି ରାସ୍ତା ଗମନାଗମନ ଉପଯୋଗୀ ହୋଇ...

ଗ୍ରାମବାସୀଙ୍କ ନର୍ସିଂହୋମ ଘେରାଉ ଘଟଣା: ଥାନାରେ ଏତଲା, ସମାଧାନ ପାଇଁ ଉଦ୍ୟମ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ହୁଲୁରୁସିଂହା ଜେମାଦେଈପୁରରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ଗଁା ମଝି ଦେଇ ଲିଙ୍ଗରାଯୋଡି ନାଳକୁ ଛଡ଼ାଯାଉଥିବା ଅଭିଯୋଗ କରି...

ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ବାନ

ଫୁଲବାଣୀ ଅଫିସ, ୭ା୧୨-ଲୋକଙ୍କ ସମସ୍ୟା ସମାଧାନ କରିବାକୁ ହେଲେ ସରକାରଙ୍କୁ ଲୋକଙ୍କ ଆଖିରେ ହିଁ ସମସ୍ୟା ଦେଖିବାକୁ ପଡିବ। ଚାରି କାନ୍ଥ ଭିତରେ ବସି ଯୋଜନା...

ଢେଙ୍କାନାଳରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ପୁଣି ୧୦ ନୂଆ ପଜିଟିଭ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ହୋଇଛି। ନୂଆ ଆକ୍ରାନ୍ତଙ୍କ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଥାନାରେ ୨ ଅଟକ

ଡେରାବିଶ,୧୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ...

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ନୂଆଗାଁ,୧୯।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଗଦାଧରପୁରଠାରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌କୁ ବାଇକ୍‌ ପଛରୁ ଧକ୍କା ଦେଇଛି। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି...

ଭତ୍ତାରେ ପୂରୁନି ପରିବାରର ପେଟ; ସାହା ଖୋଜୁଛନ୍ତି ୭୦ ବର୍ଷୀୟା ଚମ୍ପା

ଛେଣ୍ଡିପଦା,୧୪।୧୦(ସ୍ବ.ପ୍ର.) ରୋଗରେ ବୋହୂ ଓ ସାପ କାମୁଡ଼ାରେ ପୁଅର ମୃତ୍ୟୁ ପରେ ୩ ନାତୁଣୀନାତିଙ୍କ ଭରଣପୋଷଣ କରୁଛନ୍ତି ବୃଦ୍ଧା ଜେଜେମା’। ବର୍ଷ କେଇଟା ତଳେ ଦେହରେ ବଳ...

କନ୍ଧମାଳରେ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଲା

ଫୁଲବାଣୀ ଅଫିସ, ୬|୬ – କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗୁରୁବାର ସୁଦ୍ଧା ଜିଲାରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଆଉ...

Coronavirus Update

Archives

Model This Week

Why Dharitri