ବର୍ଷକୁ ୭ କୋଟି ଲୋକ ଦେଶାନ୍ତର ହେଉଛନ୍ତି

ଜେନେଭା,୨୦ା୬(ଆଇଏଏନ୍‌ଏସ୍‌): ହିଂସାକାଣ୍ଡ, ମାଲିମକଦ୍ଦମା, ବିବାଦ ଆଦି ବିଭିନ୍ନ କାରଣରୁ ୨୦୧୮ରେ ସାରା ବିଶ୍ୱରୁ ୭ କୋଟିରୁ ଅଧିକ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ଗତ ୭୦ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ (ୟୁଏନ୍‌ଏଚ୍‌ସିଆର୍‌) ରିପୋର୍ଟରୁ ଜଣାପଡିଛି। ଉକ୍ତ ଏଜେନ୍ସିର ବାର୍ଷିକ ଅନ୍ତର୍ଜାତୀୟ ଦେଶାନ୍ତର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଗତବର୍ଷ ୭ କୋଟି ୮ ଲକ୍ଷ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ଏହା ୨୦ ବର୍ଷ ତଳର ରେକର୍ଡର ଦୁଇଗୁଣ ଏବଂ ଗତବର୍ଷ ତୁଳନାରେ ୨୩ ଲକ୍ଷ ଅଧିକ। ତେବେ ରିପୋର୍ଟ ତୁଳନାରେ ବାସ୍ତବ ବିସ୍ଥାପିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। କାରଣ ଭେନିଜୁଏଲାରେ ସଙ୍କଟ ଲାଗି ରହିଥିବାବେଳେ ସେଠାରୁ ଯେତିକି ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେଉଛନ୍ତି ତାହାର କିଛି ଅଂଶ ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟରେ ସ୍ଥାନ ପାଇଛି।
ଭେନିଜୁଏଲାରୁ ୪ ନିୟୁତରୁ ଅଧିକ ଲୋକ ଦେଶ ଛାଡ଼ିଥିବା ସେଠାକାର ସରକାରଙ୍କ ପାଖରେ ଥିବା ତଥ୍ୟରୁ ଜଣାପଡିଛି। ନିକଟରେ ବିଶ୍ୱରେ ଏହା ସର୍ବାଧିକ ବିସ୍ଥାପନ ସମସ୍ୟା ବୋଲି କୁହାଯାଉଛି। ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତର୍ଜାତୀୟ ଶରଣାର୍ଥୀ ସୁରକ୍ଷା ଆବଶ୍ୟକ କରନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୫ ଲକ୍ଷ ଏଥିପାଇଁ ଆବେଦନ କରିଥିବା ଜଣାପଡିଛି। ଅସୁବିଧାରେ ପଡ଼ି ଦେଶ ଛାଡୁଥିବା ସମସ୍ତଙ୍କର ସୁରକ୍ଷା ଆବଶ୍ୟକ ବୋଲି ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡି କହିଛନ୍ତି। ଶରଣାର୍ଥୀ ଓ ଦେଶାନ୍ତରୀ ଭାଷାକୁ ନେଇ ବିଭେଦ ରହିଥିବାବେଳେ ବିଭିନ୍ନ ଦେଶରୁ ସେମାନଙ୍କ ପ୍ରତି ଉଦାରତା ଓ ଐକ୍ୟଭାବ ବୃଦ୍ଧି ପାଉଥିବା ଦେଖାଯାଉଛି। ବିଶେଷ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବହୁସଂଖ୍ୟାରେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଉଛନ୍ତି।
ବିସ୍ଥାପିତଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଶରଣାର୍ଥୀ, ଯେଉଁମାନେ ଯୁଦ୍ଧ, ବିଦ୍ରୋହ କିମ୍ବା ମକଦ୍ଦମା ଆଦି କାରଣରୁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୮ରେ ବିଶ୍ୱବ୍ୟାପୀ ଶରଣାର୍ଥୀଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ବୋଲି ଜଣାପଡିଛି, ଯାହା କି ୨୦୧୭ ତୁଳନାରେ ୫ ଲକ୍ଷ ଅଧିକ। ଏଥିରେ ୫୫ ଲକ୍ଷ ପାଲେଷ୍ଟାଇନ୍‌ ଶରଣାର୍ଥୀ ଅଛନ୍ତି। ଦ୍ୱିତୀୟ ଗୋଷ୍ଠୀ ହେଲେ ଆଶ୍ରୟ ଆଶାୟୀ। ସେମାନଙ୍କ ସଂଖ୍ୟା ୩୫ ଲକ୍ଷ। ସେମାନେ ନିଜ ଜନ୍ମଭୂମି ବାହାରେ ଅନ୍ତର୍ଜାତୀୟ ସୁରକ୍ଷା ଚାହାନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଶରଣାର୍ଥୀ ମାନ୍ୟତା ଦିଆଯାଇ ନାହିଁ। ତୃତୀୟ ଗୋଷ୍ଠୀ ହେଲେ ଆଭନ୍ତରୀଣ ଭାବେ ବିସ୍ଥାପିତ ହେଉଥିବା ବ୍ୟକ୍ତିବିଶେଷ। ରିପୋର୍ଟ ଅନୁଯାୟୀ ଗତବର୍ଷ ସାରା ବିଶ୍ୱରେ ସେମାନଙ୍କ ସଂଖ୍ୟା ୪ କୋଟି ୧୩ ଲକ୍ଷ ରହିଛି। ଦୁଇତୃତୀୟାଂଶରୁ ଅଧିକ ଶରଣାର୍ଥୀ କେବଳ ସିରିଆ, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ, ମ୍ୟାନ୍‌ମାର ଓ ସୋମାଲିଆରୁ ଆସିଥାନ୍ତି। ଏହାବ୍ୟତୀତ ଇରାକ, ୟେମେନ, କଙ୍ଗୋ, ସୁଦାନରେ ମଧ୍ୟ ବିଦ୍ରୋହ କାରଣରୁ ସେଠାକାର ଲୋକେ ଦେଶ ଛାଡୁଛନ୍ତି। ୨୦୧୭ ଶେଷ ଭାଗରେ ବହୁସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀ ମ୍ୟାନମାରର ରାଖାଇନ୍‌ ପ୍ରଦେଶରୁ ବିତାଡିତ ହେବା ପରେ ବାଂଲାଦେଶର ଶରଣ ନେଇଥିଲେ। ୨୦୧୮ରେ ସିରିଆରୁ ସର୍ବାଧିକ ୬୭ ଲକ୍ଷ ଏବଂ ଆଫଗାନିସ୍ତାନରୁ ୨୭ ଲକ୍ଷରୁ ଅଧିକ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ତେବେ ଗତବର୍ଷ ମାତ୍ର ୯୨,୪୦୦ ଶରଣାର୍ଥୀଙ୍କୁ ଆଶ୍ରୟ ପ୍ରଦାନ କରାଯାଇଛି, ଯାହା କି ୭ ପ୍ରତିଶତରୁ କମ୍‌। ଲୋକସଂଖ୍ୟା ବଢ଼ିବା ସହ ଦେଶାନ୍ତରୀଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୦୯ରେ ଦେଶାନ୍ତରୀଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା...

ପଡ଼ୋଶିନୀଙ୍କୁ ବିଭତ୍ସ ହତ୍ୟା ପରେ ….

ଆମେରିକାର ଓକଲାହୋମା ରାଜ୍ୟର ଚିକାଶା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ନୃସଂଶ ଘଟଣା। ଜଣେ ବ୍ୟକ୍ତି ପଡ଼ୋଶିନୀଙ୍କୁ ହତ୍ୟା କରିବା ପରେ କଲିଜାକୁ ରୋଷେଇ କରି...

ବୁଦ୍ଧଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାଇଛନ୍ତି। ସେ ଲୁମ୍ବିନୀରେ ପହଞ୍ଚିବା ପରେ...

ଟ୍ରମ୍ପ୍‌ଙ୍କୁ ବୋକା କହିଲେ ମୋରଗାନ

ଓ୍ବାଶିଂଟନ,୨୧।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ନିକଟରେ ବ୍ରିଟିଶ ଟେଲିଭିଜନ ପକ୍ଷରୁ ଆୟୋଜିତ ଏକ ସାକ୍ଷାତ୍‌କାରରେ...

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର...

ପିସୋଚିନ ପହଞ୍ଚିଲା ଭାରତ ସରକାରଙ୍କ ବସ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନର ପିସୋଚିନରେ ଫସି ରହିଥିବା ପ୍ରାୟ ୨୯୮ ଭାରତୀୟ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ୟୁକ୍ରେନରେ ଥିବା...

ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର...

ଓମିକ୍ରନ୍‌ଠାରୁ ସୁରକ୍ଷା ଦେବ ବୁଷ୍ଟର ଡୋଜ, ‘ଡବଲ ଡୋଜ’ ଉପରେ ବି ଫାଇଜରର ବଡ ଦାବି

ନ୍ୟୁୟର୍କ,୯ ।୧୨: କୋଭିଡ-୧୯ ମହାମାରୀ ପାଇଁ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର କହିଛି ଗୋଟିଏ ଡୋଜ ବୁଷ୍ଟର ଓମିକ୍ରନ୍‌ଠାରୁ ସୁରକ୍ଷା ଦେଇପାରିବ । ଫାଇଜର...

Advertisement
Archives

Model This Week