ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ହଟୁନି, ବଢୁଛି ଦୁର୍ଘଟଣା

ବରୀ,୨୫।୧୦(ଡି.ଏନ.ଏ.): ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟୁନି। ଏଥିଯୋଗୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ରାସ୍ତାକୁ ଜବରଦଖଲ କରି ଦୋକାନୀମାନେ ବ୍ୟବସାୟ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଏହି ରାସ୍ତାର ସୁଜନପୁର, ଶିବାଛକ, ବାଲିଆପାଳ, ସନ୍ଥନଛକ, ବରୀ ମାଉଣ୍ଡ ଆଦି ସ୍ଥାନମାନଙ୍କରେ ସାପ୍ତାହିକ ହାଟ ଦିନ କିଛି ବ୍ୟବସାୟୀ ରାସ୍ତାକଡ଼ରେ ବସି ରହୁଥିବାରୁ ଯାତାୟାତ ପ୍ରଭାବିତ ହେଉଛି। ବରୁଅଁ। ଛକରେ ବରୀ ଓ ଯାଜପୁର ଟାଉନ୍‌ ଯିବାକୁ ଯାତ୍ରୀ ଅପେକ୍ଷା କରୁଥିବାରୁ ସେଠାରେ ସବୁ ସମୟରେ ଭିଡ଼ ଜମୁଛି। ମାତ୍ର ଏହା ସତ୍ତ୍ୱେ କେତେକ ବ୍ୟବସାୟୀ ରାସ୍ତାକୁ ମାଡ଼ ବେପାର କରୁଛନ୍ତି। ପରିବା ବ୍ୟବସାୟୀମାନେ ରାସ୍ତା କଡରେ ବସି ରହୁଥିବାରୁ ଆମ୍ବୁଲାନସ୍‌ ଟିଏ ମଧ୍ୟ ଯାତାୟାତ କରିବାରେ ସମସ୍ୟା ଦେଖାଦେଉଛି। ଏରବାଙ୍କ, ସୁଜନପୁର, ଶିବାଛକ ଆଦି ଅଞ୍ଚଳର କେତେଜଣ ଲୋକ ସରକାରୀ ଜାଗା ଜବରଦଖଲ କରି ଦୋକାନ କରିଛନ୍ତି। ତେଣୁ ଏମାନଙ୍କୁ ଜବରଦଖଲରୁ ହଟାଇବା ପାଇଁ ଯାଜପୁର ଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ବିଗତ ଦିନରେ ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ରାସ୍ତା କଡ଼ରେ ଥିବା ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଅଦ୍ୟାବଧି ଫଳପ୍ରଦ ହୋଇପାରି ନାହିଁ। ତେଣୁ ବର୍ତ୍ତମାନର ଜିଲାପାଳ ଏକ୍ଷେତ୍ରରେ ଗୁରୁତ୍ୱ ଦେବାକୁ ଅଭିଯୋଗରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର...

ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ...

ଏସ୍‌ଆଇଟିର ତଦନ୍ତ ଜାରି

ନୟାଗଡ଼ ଅଫିସ,୫।୧୨: ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍‌ ୨ଥର ଯଦୁପୁରରେ ପହଞ୍ଚତ୍...

ବେଧଡ଼କ ଚାଲିଛେ ଦାଦନ ଶ୍ରମିକ ଚାଲାନ: ଲଗାମ୍‌ କସ୍‌ବାରେ ପରଶାସନ ବିଫଲ

ଲାଠୋର, ୬ା୧(ଡି.ଏନ୍‌.ଏ.)- ରାଏଜ୍‌ ସରକାର ଦାଦନ ସମସିଆ ସଂଗେ ଯୁଝବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରୀ...

ଆମ୍ବ ତୋଳୁଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ନାବାଳିକାଙ୍କ ଜୀବନ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍‌ଚାଳିତ ସାମଗ୍ରୀ...

ବସ୍‌ରେ ଗଞ୍ଜେଇ ଚାଲାଣ, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଜୁନାଗଡ,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ପୋଲିସ ବୁଧବାର ସକାଳେ ଏକ ବସ୍‌ରେ ଗଞ୍ଜେଇ ଚାଲାଣ ଉପରେ ଚଢାଉ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରିଛି। ପରେ...

୧୭,୦୦୦ ଫାଭିପିରାଭିର ଟାବ୍‌ଲେଟ୍‌ ଜବତ

କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ...

ଲୋକଲଜ୍ଜା ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା

ନାଉଗାଁ,୮ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ଲୋକଲଜ୍ଜା ସହି ନ ପାରି ଗୁରୁବାର ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଯୁବତୀଙ୍କ ମା’...

Advertisement
Archives

Model This Week