ବରୀ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନମୁଣ୍ଡ ପୂରାଇବ ନାହିଁ ବିଜେଡି: ବିଧାୟିକା

ବରୀ,୯।୮(ସ୍ବ.ପ୍ର): ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୨୧ତାରିଖରେ ଉପନିର୍ବାଚନ ହେବାକୁ ଯାଉଥିବା କୁହାଯାଉଛି। ଏ ନେଇ ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ହେଁ ବରୀ ରାଜନୀତିରେ ଉଷ୍ମତା ଦେଖାଦେଇଛି। ଆସନ୍ତା ୧୩ତାରିଖରେ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସମିତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଉପନିର୍ବାଚନରେ ବିଜେଡି ଅଂଶଗ୍ରହଣ କରିବ ନାହିଁ ବୋଲି ଗୁରୁବାର ବିଜେଡି ପକ୍ଷରୁ ବିଧାୟିକା ସୁନନ୍ଦା ଦାସ ସୂଚନା ଦେଇଛନ୍ତି। ବିଧାୟିକା କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦେବାଶିଷ ନାୟକଙ୍କୁ ଟିକେଟ ଦେଇ ନ ଥିଲା। ବିଜେଡିରୁ ଟିକେଟ ପାଇ ସେ ବିଧାୟିକାଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ବରୀର ବିକାଶ ପାଇଁ ୧୫ଟି କାର୍ଯ୍ୟସୂଚୀ ଉପରେ ବ୍ଲୁ ପ୍ରିଣ୍ଟ ସରିଛି। ବରୀର ବିକାଶ ଉପରେ ବିଜେଡି ସବୁବେଳେ ଗୁରୁତ୍ୱ ଦେଇଆସୁଛି। ଆସନ୍ତା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ମୁଣ୍ଡ ପୂରାଇବ ନାହିଁ ବୋଲି ବିଧାୟିକା ଦାସ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାବଣ୍ୟଦେଈପୁର ଓ ଶରତ ପଞ୍ଚାୟତବାସୀଙ୍କ ବିକ୍ଷୋଭ

କପ୍ତିପଦା,୧୨ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶରତ ଓ ଲାବଣ୍ୟଦେଈପୁର ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର।...

ଓଳଗ ପଞ୍ଚାୟତ ଶଟ୍‌ଡାଉନ୍‌

ଆରଡ଼ି,୨୦ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନସୂୟା ସେଠୀ ୫ ଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି ଶଟ୍‌ଡାଉନ୍‌...

ବଳାତ୍କାରୀ ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୨ା୭(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ...

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ

ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ...

ଘରୁ ମିଳିଲା ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ

ରାୟଗଡ଼ା ଅଫିସ,୨୮।୧୨: ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ...

ଶ୍ରୀମନ୍ଦିର ବିକାଶରେ ବାଧା ହେବନି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୨(ବ୍ୟୁରୋ): ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(ଏନ୍‌ଏମଏ୍‌)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ତେବେ ଏହି ପ୍ରସଙ୍ଗରେ...

ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ପ୍ରତିବାଦ

ତାଳଚେର,୪ା୭(ନି.ପ୍ର.): ତାଳଚେର ମେଡିକାଲ କଲେଜ ବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର)କୁ ରାଜ୍ୟ ସରକାର ପରିଚାଳନା କରିବେ। ମେ ୧୨...

Advertisement
Archives

Model This Week