ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ଘର ପାଖରେ ବ୍ୟାଙ୍କସେବା

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ମହାମାରୀ ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ଏବଂ ବୟସ୍କ ଭିନ୍ନକ୍ଷମମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନେ ନିଜର ଜରୁରୀ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଉଚିତ ବ୍ୟାଙ୍କସେବା ଯୋଗାଇ ଦିଆଯାଉ ନ ଥିବାରୁ ପ୍ରତ୍ୟେକଙ୍କ ଘର ପାଖରେ ବ୍ୟାଙ୍କସେବା ଯୋଗାଇଦେବାକୁ ୨୦୧୭ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ବ୍ୟାଙ୍କଗୁଡିକ ଦ୍ବାରା ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଅର୍ଥ ସଚିବ ରାଜ୍ୟର ବ୍ୟାଙ୍କ ମୁଖ୍ୟମାନଙ୍କୁ ତଥା ରିଜର୍ଭ ବ୍ୟାଙ୍କକୁ ତଦାରଖ କରିବା ପାଇଁ କହିଛନ୍ତି। ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ବୟସ୍କ ବ୍ୟକ୍ତିମାନେ ଆକାଉଣ୍ଟରୁ ଅର୍ଥ ଉଠାଣ, ଜମା, ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ, କଓ୍ବୋଇସି ତଥ୍ୟ ଉପସ୍ଥାପନ ଇତ୍ୟାଦି ଘର ପାଖରେ ପାଇପାରିବେ। ଏ ବାବଦରେ କୌଣସି ଦେୟ ଦେବାକୁ ପଡ଼ିବନାହିଁ। ଏହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ସଚିବ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଦେହାନ୍ତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଗତ ୧୨ ତାରିଖରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦...

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୂଆ ଡିଜିପି

ଭୁବନେଶ୍ୱର,୩।୧(ବ୍ୟୁରୋ): ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ ତାଙ୍କ ସ୍ତ୍ରୀଙ୍କ ସହ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ କରି ବହୁତ ଖୁସି ଥିବା ସେ...

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ୩ ମହାନଗର ଆସନ ସଂରକ୍ଷଣ ଚିଠା

ଭୁବନେଶ୍ୱର,୭।୧(ବ୍ୟୁରୋ)- ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୫୫କୁ ବୃଦ୍ଧି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ...

ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହନ ଦିଅ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ମିଠାମକା, ବାଜରା, ଚଣା, ହରଡ଼ ଆଦି ଲଘୁଶସ୍ୟ, ତୈଳବୀଜ, ଫଳଚାଷ, ବ୍ୟବସାୟଭିତ୍ତିକ ପନିପରିବା ଚାଷ ଆଦିକୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପ୍ରୋତ୍ସାହିତ କରିବା...

ସବ୍‌ପ୍ଲଟ୍‌୍‌ ମାଲିକଙ୍କୁ ବିଜ୍ଞପ୍ତି କଣ୍ଟା

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଲେ’ ଆଉଟ ପ୍ଲାନ ଅନୁମୋଦନ ହୋଇ ନ ଥିବା ପ୍ଲଟ୍‌ର ସବ୍‌ପ୍ଲଟ୍‌(ଛୋଟ ଜମି)ଗୁଡ଼ିକରେ...

ନିଜାମୁଦ୍ଦିନରୁ ଫେରିଛନ୍ତି ଷଷ୍ଠ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୪(ବ୍ୟୁରୋ):ରାଜ୍ୟରେ ଶୁକ୍ରବାର ଷଷ୍ଠ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ଘର କଟକ ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର...

କମିଲା ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୫(ବ୍ୟୁରୋ): ତେଲ ଦର ହ୍ରାସ ପାଇବା ପରେ କମିଲା ବସ୍‌ ଭଡା। ସାଧାରଣ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ...

Advertisement
Archives

Model This Week