ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ ଅଭିଯୁକ୍ତ ବରଗଡ଼ ୱାର୍ଡ ନଂ-୨ ତଳିପଡା ନିବାସୀ କଇରୁ ବେହେରା(୧୯) ଓରଫ ରାହୁଲଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ପାଇପ, ୨ଟି ବାଇକ, ୨ଟି ମୋବାଇଲ ଜବତ ହୋଇଛି।

ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇ କହିଛନ୍ତି, ମୃତ ପ୍ରଶାନ୍ତ ପରଧିଆ(୧୯) ଏବଂ ଗିରଫ ଅଭିଯୁକ୍ତ ରାହୁଲ ବରଗଡ଼ ୱାର୍ଡ ନଂ-୨ର ବାସିନ୍ଦା। ଗତ ୧୨ ତାରିଖ ଉଭୟେ ଟ୍ରେନ ଯୋଗେ ବଲାଙ୍ଗୀର ଯାଇଥିଲେ ଏବଂ ସେଠାକାର ଏକ ଲଜ୍‌ରେ ରହିଥିଲେ। ତେବେ ୧୩ ତାରିଖ ଭୋଜନ ପରେ ମୃତ ପ୍ରଶାନ୍ତଙ୍କୁ ନ ଜଣାଇ ରାହୁଲ ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ବରଗଡ଼ ଫେରି ଆସିଥିଲେ ଏବଂ ବରଗଡ଼ ପହଞ୍ଚିବା ପରେ ସେ ନେଇ ପ୍ରଶାନ୍ତଙ୍କୁ ଜଣାଇଥିଲେ। ଏହାପରେ ପ୍ରଶାନ୍ତ ତାଙ୍କ ଅନ୍ୟଜଣେ ବନ୍ଧୁ ପରାଧୀନଙ୍କ ସହିତ ଟ୍ରେନ ଯୋଗେ ବରଗଡ଼ ଫେରିବା ବାଟରେ ବରପାଲିରେ ଓହ୍ଲାଇଥିଲେ ଏବଂ ତାଙ୍କୁ ସେଠାକୁ ନେବା ପାଇଁ ଆସିବାକୁ ରାହୁଲଙ୍କୁ ଫୋନ କରିଥିଲେ । ରାହୁଲ ଅନ୍ୟଜଣେ ସାଙ୍ଗ ରିକୁ ପ୍ରଧାନଙ୍କୁ ଧରି ପ୍ରଶାନ୍ତଙ୍କ ବାଇକ ଯୋଗେ ବରପାଲି ପହଞ୍ଚିଥିଲେ। ବରପାଲି ଯୋଗିମୁଣ୍ଡାରେ ସେମାନଙ୍କ ଭେଟ ହୋଇଥିଲା। ଏହାପରେ ପରାଧୀନ ଓ ରିକୁ ଟ୍ରେନ୍‌ ଯୋଗେ ଘରକୁ ଫେରିଥିବା ବେଳେ ବରପାଲିରେ ଅଟକି ଥିବା ପ୍ରଶାନ୍ତ ଓ ରାହୁଲଙ୍କ ମଧ୍ୟରେ ପୂର୍ବରୁ ଚୋରି କରିଥିବା ବାଇକ ଏବଂ ମୋବାଇଲକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ପ୍ରଶାନ୍ତ ରାଗି ଯାଇଥିଲେ ଏବଂ ରାହୁଲଙ୍କୁ ବରପାଲିର ତାଙ୍କ ମଉସା ଘରୁ ଟଙ୍କା ଆଣିବାକୁ କହିଥିଲେ। ତେବେ ଟଙ୍କା ଆଣିବା ପାଇଁ ଉଭୟେ ବରପାଲି ଜଗନ୍ନାଥ ନଗରରେ ରହୁଥିବା ରାହୁଲଙ୍କ ମଉସା ଘରକୁ ଯାଇଥିଲେ ହେଁ ରାତିରେ ସେମାନେ ଘର ପାଇ ନ ଥିଲେ। ଏହାପରେ ପ୍ରଶାନ୍ତ ଆହୁରି ରାଗି ଯାଇ ନିଜ ବାଇକ ଡିକିରେ ରଖିଥିବା ଏକ ଲୁହା ପାଇପ ବାହାର କରି ରାହୁଲଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ମାତ୍ର ରାହୁଲ ସେହି ଲୁହା ପାଇପ ଛଡାଇ ଆଣି ପ୍ରଶାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ପ୍ରଶାନ୍ତ ଟଳି ପଡିବା ପରେ ରାହୁଲ ମୃତ ପ୍ରଶାନ୍ତଙ୍କ ବାଇକ ଧରି ସେଠାରୁ ଖସି ଆସିଥିଲେ। ତେବେ ୧୪ ତାରିଖରେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର ହେବା ପରେ ବରପାଲି ଥାନା ଆଇଆଇସି ରୋଜାଲିନ ପଟେଲଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ଚାଲିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ ସହିତ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ବରପାଲି ଥାନା ଆଇଆଇସି ପଟେଲ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?