ବରଦାନ ସାବ୍ୟସ୍ତ ହୋଇପାରେ ଆଣ୍ଟିବଡିଜ୍‌

ନ୍ୟୁୟର୍କ: କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା କ’ଣ ଏହି ମହାମାରୀ ସହ ଲଢ଼ିବାରେ ସହାୟକ ହେବ? କରୋନାର ଭୟାବହତା ଆଗରେ ବିଶ୍ୱବାସୀ ଅସହାୟ ହୋଇପଡ଼ିଥିବାବେଳେ ଏପରି ଏକ ପ୍ରଶ୍ନ ଏବେ ଦେଖାଇଛି ଆଶାର କିରଣ। ନ୍ୟୁୟର୍କର ଡାକ୍ତରମାନେ ଖୁବ୍‌ଶୀଘ୍ର ଏହାର ପ୍ରୟୋଗ କରିବାକୁ ଚିନ୍ତା କରୁଛନ୍ତି। କରୋନା ଭାଇରସ୍‌ ପ୍ରଭାବରେ ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଥିବା ରୋଗୀଙ୍କଠାରେ ଏହାକୁ ପ୍ରୟୋଗ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ହରାଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା ଆଣ୍ଟିବଡିଜ୍‌ର ପ୍ରମୁଖ ମାଧ୍ୟମ ହୋଇପାରିବ। ଦଶନ୍ଧି ଦଶନ୍ଧି ଧରି ଏହି ଉପାୟ ଆପଣାଇ ଅନେକ ମାରାତ୍ମକ ବ୍ୟାଧିର ଚିକିତ୍ସା ସମ୍ଭବ ହୋଇପାରିଛି। ଇବୋଲା, ଇନ୍‌ଫ୍ଲୁଏଞ୍ଜା ଭଳି ଘାତକ ରୋଗ କ୍ଷେତ୍ରରେ ଆଣ୍ଟିବଡିଜ୍‌ ବରଦାନ ସାବ୍ୟସ୍ତ ହୋଇଛି।
ମାଉଣ୍ଟ ସିନାଇ ହସ୍ପିଟାଲର ପ୍ରେସିଡେଣ୍ଟ ତଥା ଚିଫ୍‌ ଅପରେଟିଂ ଅଫିସର ଡା. ଡେବିଡ ଏଲ୍‌. ରିକ୍‌ କୁହନ୍ତି, ପରୀକ୍ଷା ନ ସରିବା ଯାଏ ଏହା କେତେ ଉପାଦେୟ ସାବ୍ୟସ୍ତ ହେବ ତାହା କହିବା ମୁସ୍କିଲ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସାଧାରଣ ରୋଗୀଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇପାରେ। କିନ୍ତୁ ଗମ୍ଭୀର ସ୍ଥିତିରେ ପହଞ୍ଚି ସାରିଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରିବା ପରିଣାମ ନକାରାତ୍ମକ ହୋଇପାରେ। ତେଣୁ ଠିକ୍‌ ସମୟରେ ଠିକ୍‌ ରୋଗୀଙ୍କୁ ଚିହ୍ନଟ କରି ଆଣ୍ଟିବଡିଜ୍‌ର ପ୍ରୟୋଗ କରିବା ଆବଶ୍ୟକ ବୋଲି ଡା. ରିକ୍‌ ପରାମର୍ଶ ଦେଇଛନ୍ତି।
ନ୍ୟୁୟର୍କ ବ୍ଲଡ ସେଣ୍ଟରର ଚିଫ୍‌ ମେଡିକାଲ ଅଫିସର ଡା. ବ୍ରୁସ୍‌ ସାଚେଜ୍‌ କୁହନ୍ତି, ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରଶନ୍‌ ପକ୍ଷରୁ ଏଥିଲାଗି ଅନୁମତି ମିଳିଛି। ଏହାପରେ ନ୍ୟୁୟର୍କର ହସ୍ପିଟାଲ ଏହାର ପ୍ରୟୋଗ ଲାଗି ଅଣ୍ଟା ଭିଡ଼ିଛି। ଜଣେ ଡୋନରଙ୍କ ପାଖରୁ ସଂଗୃହୀତ ପ୍ଲାଜ୍‌ମାରେ ଅନୂ୍ୟନ ୩ଜଣ ରୋଗୀ ଭଲ ହୋଇପାରିବେ। ତାଙ୍କ ଶରୀରରୁ ୨୦% ଆଣ୍ଟିବଡ଼ିଜ୍‌ ନିଆଯିବ, ଯାହା ୨ରୁ ୪ଦିନ ମଧ୍ୟରେ ଆଉଥରେ ଭରଣା ହୋଇଯାଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ରୋଗୀଙ୍କ ଚିକିତ୍ସା ଲାଗି ଏଭଳି ଏକ ପ୍ରଡକ୍ଟ ବାହାରିବା ଜରୁରୀ ଆବଶ୍ୟକତା ରହିଛି। ଏପରି ପ୍ଲାଜ୍‌ମା ସଂଗ୍ରହ କରିବା ଲାଗି ନ୍ୟୁୟର୍କରେ ଥିବା ବ୍ଲଡ୍‌ ବ୍ୟାଙ୍କ ପର୍ଯ୍ୟାପ୍ତ ହେବନାହିଁ। ବିଭିନ୍ନ ବ୍ଲଡ୍‌ ସେଣ୍ଟର ସହ ଯୋଗାଯୋଗ ରକ୍ଷା କରି ଏ ଦିଗରେ କାମ କରାଯାଇପାରିବ। ଫଳରେ ଅଧିକରୁ ଅଧିକ ରୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୮୬ ବର୍ଷ ର୍ପୂବରୁ ଏହି ଚିମିନିରେ ଜଳାଯାଉଥିଲା ନୋଟ୍ 

ଆଗ୍ରା: କଳକାରଖାନା ଓ ଇଟା ଭାଟିରେ ତିଆରି ହୋଇଥିବା ବଡ ବଡ ଚିମିନିକୁ ପ୍ରାୟ ଅଧିକାଂଶ ଲୋକେ ଦେଖିଥିବେ । ଏଥିରୁ ବାହାରୁଥିବା ଧୂଆ ପରିବେଶକୁ...

ଦେଶରେ ପ୍ରଥମ: ମୋହାଲିରେ ଥ୍ରୀ-ଡି ଅଟୋମେଟିକ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ

ଚଣ୍ଡିଗଡ :ମୋହାଲିରେ ଥ୍ରୀ-ଡି ଅଟୋମେଟିକ ସିଗ୍‌ନାଲ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ କରାଯାଇଛି । ଏହି ସିଷ୍ଟମ ବ୍ୟବହାର କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ।...

ଅଲମ୍ପିକ୍‌ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା…

ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍‌ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ...

‘ଘରେ ଯୋଗାଇ ଦିଆଯିବ ରାଶନ, ଖାଦ୍ୟ’ ନିର୍ଦ୍ଦେଶନାମା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୯ା୩- ଲକ୍‌ଡାଉନ୍‌ ପରିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ନେହେରୁ ଷ୍ଟାଡିୟମରେ ପରିବା...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

କରୋନାରେ ସ୍ବାମୀଙ୍କ ମୃତ୍ୟୁପରେ ୩ ଝିଅ ସହ ବିଷ ପିଇଲେ ମହିଳା

ହଲ୍‌ଦାନୀ, ୪।୮: ଉତ୍ତରାଖଣ୍ଡର ହଲ୍‌ଦାନୀ ସହରରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କରୋନା ଭାଇରସ୍‌ ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ...

ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ

ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ...

ପାଣିରେ ଖେଳୁଛି ହାତୀଛୁଆ, ଭାଇରାଲ ହେଉଛି ଭିଡିଓ

ପିଲା ହୁଅନ୍ତୁ କି ବଡ଼ ସମସ୍ତେ ହାତୀ ଦେଖିବାକୁ ଭଲ ପାଆନ୍ତି। ହାତୀଙ୍କ କାର୍ଯ୍ୟ ଦେଖି ସମସ୍ତେ ହସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ...

Advertisement
Archives

Model This Week