ବରଗଡ଼ ଧାନକିଣା ଦୁର୍ନୀତି: ଆର୍ଥିକ ଅପରାଧ ଶାଖା ତଦନ୍ତ ଦାବି କଲା ଆପ୍‌

ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲା ତୋରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଗତ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ଖୋଦ୍‌ ସମବାୟ, ଯୋଗାଣ, ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି), ରାଜସ୍ବ ବିଭାଗର କିଛି ଅଧିକାରୀ, କର୍ମଚାରୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏଥିରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ଏହାର ତଦନ୍ତ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌), ବରଗଡ଼ ଜିଲା ପକ୍ଷରୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆପ୍‌ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଆପ୍‌ ପ୍ରତିନିଧିମଣ୍ଡଳୀ ଶନିବାର ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ଆପ୍‌ ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ପବିତ୍ର ଦେହୁରୀ, ରମେଶ ପତି, ମେରିୟମ ବାର୍ଲା, ଅସିତ୍‌ ସାହୁ, ମହମ୍ମଦ ଅଲିମ୍‌ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ରେଳପଥ, ନଈନାଳ, ଗ୍ରାମ୍ୟରାସ୍ତା, ଜଳାଶୟ ଆଦି ଅଣଚାଷ ଜମିକୁ ଚାଷଜମି ଭାବେ ଚାଷୀ ପରିଚୟ ପତ୍ରରେ ଉଲ୍ଲେଖ କରି ଧାନ କିଣାବିକା ସହିତ ସେଭଳି ଜାଲିଆତିରେ କ୍ରୟଧାନର ସହାୟକ ମୂଲ୍ୟ କେତେକ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥିବା ପଦାକୁ ଆସିଥିଲା। ଏହି ଦୁର୍ନୀତିରେ ତଳୁ ଉପର ପର୍ଯ୍ୟନ୍ତ ଅନେକ ଅଧିକାରୀ, କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।
ତେବେ ଜିଲାପାଳ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସମବାୟ ଓ ଯୋଗାଣ ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ତାହାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୃଖୋଳାର ପୁନରୁଦ୍ଧାର ହେଉନି, ଜଳ ସଙ୍କଟ ଆଶଙ୍କା

ପାଟକୁରା, ୭ା୧ (ଡି.ଏନ.ଏ.): କଟକ ସଦର, ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଅଶୃଖୋଳା ନାମକ ଏକ ପ୍ରାକୃତିକ ଜଳାଶୟ ପୁରାତନ କାଳରୁ ପ୍ରବାହିତ...

ପାଚିକା, ସହାୟିକାଙ୍କ ବୈଠକ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ...

୩୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ ଆଉ ୪ ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୪ ଗେଟ୍‌...

ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ...

ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ...

ବିଜ୍ଞାନ କଲେଜରେ ରାଗିଂ: ୨ ଗିରଫ, ଜଣେ ଛାତ୍ର ବହିଷ୍କୃତ

ଆସିକା, ୬ା୧ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଗତ ୩ ତାରିଖରେ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ...

ଭଦ୍ରକରେ ୧୧ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା

ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ...

ଫଟୋଗ୍ରାଫିକୁ ନିଶା କରିଛନ୍ତି ସୌମ୍ୟଜିତ୍‌

କେନ୍ଦୁଝର,୧୯ା୧: ପାଠପଢ଼ା ସହ ଫଟୋଗ୍ରାଫିକୁ ନିଶା ଭାବେ ଗ୍ରହଣ କରିଛନ୍ତି। ନିଜର କଳା ମାଧ୍ୟମରେ ଅଞ୍ଚଳରେ ଯୁବ ସୁଲଭ ପ୍ରତିଭା ଭାବେ ନିଜକୁ ପରିଚିତ କରିପାରିଛନ୍ତି।...

Advertisement
Archives

Model This Week