ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ କରୁଛନ୍ତି ତାହା ବି ଆମେ ଊଣା ଅଧିକେ ଦେଖିଛେ। ସେଥିରୁ ଅଧିକାଂଶ ସିନେମା ସୁପରହିଟ୍‌ ମଧ୍ୟ ହୋଇଛି। ହେଲେ ଗୋଟିଏ କୁକୁର ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଦୁଇଜଣ ବ୍ୟକ୍ତି ମୁହଁାମୁହିଁ ହେବା ଭଳି ରୋଚକ ଘଟଣା ଘଟିଛି ହରିୟାଣାର ଫତେହାବାଦ ଅଞ୍ଚଳରେ। ଏପରି କି, ପ୍ରକୃତ ମାଲିକ କିଏ ତାହା ସାବ୍ୟସ୍ତ କରିବାକୁ କଥାଯାଇଛି ବରଗଛ ଛୁଇଁ ଶପଥ ପାଠ କରିବା ଯାଏ।
ସିଟି ପୋଲିସ ଷ୍ଟେଶନ ହାଉସ୍‌ ଅଫିସର (ଏସ୍‌ଏଚ୍‌ଓ) ୟାଦବିନ୍ଦର ସିଂ କୁହନ୍ତି, ରଟ୍‌ଓ୍ବେଲର ପ୍ରଜାତିର କୁକୁରକୁ ନେଇ ଉପୁଜିଥିଲା ଏପରି ବିବାଦୀୟ ପରିସ୍ଥିତି। ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଉକ୍ତ କୁକୁର ଉପରେ ପ୍ରଥମେ ମାଲିକାନା ସାବ୍ୟସ୍ତ କରିଥିଲେ। ସେ ନିଜର ଅଭିଯୋଗରେ ଦର୍ଶାଇଥିଲେ ଯେ, ଏହି କୁକୁରଟି ତାଙ୍କର। ୬ଦିନ ପୂର୍ବରୁ ଗଳିରେ ବୁଲୁଥିବାବେଳେ ପ୍ରବୀଣ ନାମକ ଜଣେ ବ୍ୟକ୍ତି କୁକୁରଟିକୁ ନେଇଯାଇଥିଲେ। ଅନ୍ୟପଟେ କୁକୁରଟିକୁ ପାଳିଥିବା ନେଇ ପ୍ରବୀଣ ମଧ୍ୟ ଅନୁରୂପ ଭାବେ ଯୁକ୍ତି ବାଢ଼ିଥିଲେ। ୮ ଦିନ ପୂର୍ବରୁ ତାଙ୍କ କୁକୁରକୁ କେହି ଚୋରି କରି ନେଇଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। କୁକୁରଟିର ଦୁଇଜଣ ଦାବିଦାର ବାହାରିବା ପରେ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିଲା। ପ୍ରକୃତ ମାଲିକ କିଏ ଜାଣିବା ପାଇଁ କୁକୁରର ପରୀକ୍ଷା କରାଗଲା। ଦୁଇଜଣ ଦାବିଦାରଙ୍କୁ ବସାଇ କୁକୁରକୁ ଛଡ଼ାଗଲା। ହେଲେ କୁକୁରଟି ଦୁଇଜଣଙ୍କ ପାଖକୁ ଚାଲିଯାଇଥିଲା। ଥାନାରେ ୨ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରିଲାନାହିଁ। ଶେଷରେ ପଞ୍ଚାୟତକୁ କଥା ଗଲା।
ପଞ୍ଚାୟତ ସଦସ୍ୟଙ୍କ ନିକଟରେ ଦାବି ରଖିଲେ ଯେ, ଯଦି କୁକୁରର ପ୍ରକୃତ ମାଲିକ ବୋଲି ପ୍ରବୀଣ ଦାବି କରୁଛନ୍ତି, ତେବେ ସେ ବରଗଛକୁ ଛୁଇଁ ଶପଥ କରନ୍ତୁ। ଏହାପରେ ହିଁ କୁକୁରକୁ ତାଙ୍କୁ ହସ୍ତାନ୍ତର କରାଯିବ। ଦାବି ମୁତାବକ ପ୍ରବୀଣ ଶପଥ କରିବା ପରେ ସେ କୁକୁରର ପ୍ରକୃତ ମାଲିକ ବୋଲି ବିଶ୍ୱାସ ହୋଇଥିଲା ଏବଂ କୁକୁରଟିକୁ ତାଙ୍କୁ ପ୍ରଦାନ କରାଯାଇଥିଲା। ତେବେ ବରଗଛ ପାଇଁ କୁକୁରଟି ନିଜର ମାଲିକଙ୍କ ନିକଟରେ ପହଞ୍ଚତ୍ ପାରିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ଅଭିଯାନ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଉପରେ ଭାରତର ନଜର

ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍‌କ୍ଷେପଣ କରାଯିବ। ତେବେ ଏହାପରେ...

ଲଖିମପୁର ଖେରି ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ,୧୧।୧୨: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ସାକ୍ଷୀ ପ୍ରବଜୋତ୍‌ ସିଂ ଏବଂ ତାଙ୍କ ସାନଭାଇ ସରଓ୍ବଜିତ୍‌ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଫଳରେ...

ମାତ୍ର ଦେଢ ଘଣ୍ଟାରେ ସେନା ନେଲା ପ୍ରତିଶୋଧ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର ବାରମୂଳାରେ ସିଆର୍‌ପିଏଫ୍‌ର ନାକା ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ୩ ଯବାନ। ଆଉ ଏହାର ଠିକ୍‌ ଦେଢଘଣ୍ଟା ପରେ...

ଅଧିକ ସନ୍ତାନ ପ୍ରସବ କଲେ ମାଆଙ୍କୁ ଦିଆଯାଏ ସ୍ବର୍ଣ୍ଣ ପଦକ

ବିଶ୍ୱର ଅଧିକାଂଶ ଦେଶ ଏବେ ଜନସଂଖ୍ୟା ବୃଦ୍ଧି ସମସ୍ୟାକୁ ନେଇ ଚିନ୍ତାରେ ପଡିଥିବା ବେଳେ ଏବେ ପରିବାର ନିୟୋଜନକୁ ଅନେକ ଦେଶ ଅପାଣାଇ ନେଇଛନ୍ତି। ଭାରତ,...

ପ୍ରଶାନ୍ତଙ୍କୁ ଚେତାବନୀ ଦେଲେ ମମତା

କୋଲକାତା,୨୧ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ହେଲେ ଏହି ସମୟରେ ଶାସନ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ଦଳ ଛାଡି...

ଜମ୍ମୁ-କଶ୍ମୀରରେ ମାଗଣା ଫିଲ୍ମ ଦେଖାଇବେ ସରକାର

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ସେଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି...

‘ମୁଖ୍ୟମନ୍ତ୍ରୀ ନ ହେବା ଯାଏ ଦାଢ଼ି କାଟିବି ନାହିଁ’

ବେଙ୍ଗାଲୁରୁ,୧୧ା୧: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ. ଶିବକୁମାର (ଡିକେଏସ୍‌) ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ନ ହେବା ଯାଏ ଦାଢ଼ି କାଟିବେ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ହ୍ୟାକ

ଲକ୍ଷ୍ନୌ,୯ ।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ସିଏମ୍‌ଓଙ୍କ...

Advertisement
Archives

Model This Week