ବନ ମହୋତ୍ସବ:ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

କର୍ଲାମୁଣ୍ଡା,୮।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମପଞ୍ଚାୟତ ଶିଶାଖାଲ ମଶାନ୍‌ମୁଣ୍ଡାଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ) ଓ ଉଦ୍ୟାନ ବିଭାଗ କର୍ଲାମୁଣ୍ଡା ପକ୍ଷରୁ ବନମହୋତ୍ସ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଉଦ୍ୟାନ ବିଭାଗ ଓଭରସିୟର ବନଦୁର୍ଗା ହରିଜନ, ଆଇଜିଏସ୍‌ଏସ୍‌ଏସ୍‌ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚାଏ। ଜୀବ ଜଗତ ବଞ୍ଚତ୍ ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ। ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ। ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ। ତେଣୁ ଗଛ ଲଗାନ୍ତୂ ନ୍ତୁ ଓ ଜୀବନ ବଚାନ୍ତୁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜାପାଟି ଗ୍ରାମ୍ୟ ଉନ୍ନୟନ କମିଟି ସଭ୍ୟ ଭୂପିନ୍ଦ୍ର ଚୌଧୁରୀ, ସିଲେଟପଡା ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଲକ୍ଷପତି ମାଝି, ଦ୍ରୋଣ ସାହୁ, ଜଳନ୍ଦର ଭୋଇ, ଶିଶାଖାଲ ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦିକା ନିଳେନ୍ଦ୍ରୀ ସାହୁ, ସଭ୍ୟ ହେମନ୍ତ ସାହୁ, ଯୁଗେଶ୍ୱର ମାଝି, ଅଚ୍ୟୁତ ସାହୁ, ଡାଳିମ୍ବ ମାଝି ଓ ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri