ବନ ବିଭାଗର କରତକଳ ଉପରେ ଚଢାଉ: ଯନ୍ତ୍ରାଂଶ, କାଠକୁ ଛଡାଇ ନେଲେ ଲୋକେ

ସିମୁଳିଆ, ୨୮ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଷ୍ଟେଶନ ବଜାର ନିକଟରେ ଥିବା ଏକ କରତକଳ ଉପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମାଜିଷ୍ଟ୍ରେଟ ରୂପେ ସଦର ବ୍ଲକ ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀଙ୍କ, ବନ ବିଭାଗୀୟ ଅଧିକାରୀ ସମୀର କୁମାର ସାହୁ, ଚାନ୍ଦିପୁର ଓ ନୀଳଗିରି ରେଞ୍ଜରଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ, ସିମୁଳିଆ ପୋଲିସ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା ଅଧିକାରୀମାନେ ଗ୍ୟାସ କଟର ସହାୟତାରେ କରତକଳର ବିଭିନ୍ନ ଯନ୍ତ୍ରାଂଶ ଓ କାଠଗଣ୍ଡି ଜବତ କରି ଗାଡିରେ ବୋଝେଇ କରିଥିଲେ ା ଅପରାହ୍ନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିଥିଲା ା ପରେ ସ୍ଥାନୀୟ ମହିଳା ଓ ଜନସାଧାରଣ ପହଞ୍ଚି ଜବତ କାଠ ଓ ଯନ୍ତ୍ରାଂଶଗୁଡିକୁ ଜବରଦସ୍ତ ଗାଡିରୁ ଓହ୍ଲାଇ ଦେଇଥିଲେ ା ବିଭାଗୀୟ ଅଧିକାରୀଙ୍କ ଚଢାଉ ପ୍ରହସନ ବୋଲି ଲୋକେ କହିଥିଲେ। ବାରମ୍ବାର ବିଭିନ୍ନ କରତକଳ ଉପରେ ଚଡାଉ କରାଯାଉଥିଲେ ହେଁ ୨ରୁ ୩ ଦିନ ମଧ୍ୟରେ ଏହି କରତ କଳଗୁଡିକ ପୁଣି କିପରି ଚାଲୁଛି, ଯଦି ସରକାରଙ୍କ ନିୟମ ନାହିଁ ତେବେ ରାଜ୍ୟ ସାରା କରତ କଳଗୁଡିକ ବନ୍ଦ କରିଦିଆଯାଉ ବୋଲି ଜନସାଧାରଣ ଦାବି କରିଥିଲେ ା ଜନସାଧାରଣ ନିଜର ଆବଶ୍ୟକ ମୁତାବକ କାଠ ଓ ପଟା କାଟୁଥିବା ବେଳେ ବିଭାଗୀୟ ଚଢାଉ କରି ଲୋକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ା ଅପରାହ୍ନରେ ବିଭାଗୀୟ ଅଧିକାରୀମାନେ ଉପରିସ୍ଥ ଅଧିକାରୀଙ୍କ ଫୋନ ପାଇ ନିରାଶରେ ଫେରିଯାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ

କୁଚିଣ୍ଡା,୧୧ା୯(ବିରଞ୍ଚତ୍ ଦର୍କା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନ କ୍ରମେ କୁଚିଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ୩ଦଫା ଦାବିରେ ସୋମବାର କୁଚିଣ୍ଡା ବିଇଓ...

ବସିବ ଛତିଶା ନିଯୋଗ ବୈଠକ: ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ହେବ ଆଲୋଚନା

ପୁରୀ ଅଫିସ,୪।୧୧: ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ପୁରୀ ଶ୍ରୀମନ୍ଦିର ଯାଇ...

ସିପିପି ନିଷିଦ୍ଧାଞ୍ଚଳରେ ଟିକ୍‌ଟକ୍‌: ଶ୍ରମିକଙ୍କ ଗେଟ୍‌ପାସ୍‌ ଜବତ

ବଅଁରପାଳ, ୧୨ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳସ୍ଥିତ ନାଲ୍‌କୋ ସିପିପି ପ୍ଲାଣ୍ଟର ନିଷିଦ୍ଧାଞ୍ଚଳରେ ଜଣେ ଠିକା ଶ୍ରମିକ ଟିକ୍‌ଟକ୍‌ ଭିଡିଓ ଶୁଟିଂ କରିବା ମହଙ୍ଗା ପଡିଛି। ସୋସିଆଲ...

ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା

ବାଲିଗୁଡା,୧ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ...

କାମଚଳାରେ ଚାଲିଛି ଶିକ୍ଷାଦାନ

ରୂପ୍‌ସା, ୧୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଗୋଟଏ ହତାରେ ରହିଛି ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ...

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ...

କଂଗ୍ରେସ ଆନ୍ଦୋଳନର ପ୍ରଭାବ: ବଦଳିଲେ ନିର୍ବାହୀଯନ୍ତ୍ରୀ

ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ସୋମବାର କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଥିବା ବେଳେ ସେହି ଦାବି ମଧ୍ୟରେ ପଞ୍ଚାୟତ ସମିତିର ସହକାରୀ ନିର୍ବାହୀଯନ୍ତ୍ରୀ...

୪ ଭାଇଙ୍କୁ ହତ୍ୟା ଘଟଣା, ଜେଲଗଲେ ୫ ଅଭିଯୁକ୍ତ

ହିଞ୍ଜିଳିକାଟୁ,୩୧।୩(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକରେ ଗତ ୨୨ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣରେ ୪ ଭାଇଙ୍କ ମୃତ୍ୟୁ ଘଟିଥିଲା।...

Advertisement
Archives

Model This Week