ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ

କର୍ଲାମୁଣ୍ଡା,୨୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ ଗ୍ରାମ ପ୍ରଭାବିତ ହେବା ସହ ଚାଷୀଙ୍କ ରୁଆଧାନ ନଷ୍ଟ ହେବା ସାଙ୍ଗକୁ ମାଟିଘରଗୁଡିକ ଭୁଶୁଡ଼ି ପଡ଼ିଥିଲା। ବ୍ଲକର କିଛି ସ୍ଥାନରେ ଆର୍‌ଡି ଓ ପିଡବ୍ଲୁଡି ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପଞ୍ଚାୟତ ଓ ସମିତି ରାସ୍ତାଗୁଡିକର ମରାମତି ବର୍ତ୍ତମାନ ସୁଦ୍ଧା ହୋଇପାରି ନ ଥିବା ଜଣାପଡ଼ିଛି। କର୍ଲାମୁଣ୍ଡା ଠାରୁ ରିଞ୍ଜାକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ସରବରା ଯୋରଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଚାରିଚକିଆ ଗାଡ଼ି ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପକ୍ଷରେ ଏହି ବ୍ଲକର ଉତେଇନଦୀ ଓ ତେଲନଦୀ ନିକଟରେ ଥିବା ତେରେକେଲା, ତେରେସିଂହା, ବିନ୍ଧାଣୀ, ବୁଢ଼ୀପଦର, ଖରଝୁରା, ପୁଟିଗାଁ, ସନ୍ଧିମୁଣ୍ଡା, ମାଲପଡ଼ା, ବାଗବୁରାଇ, ରିଞ୍ଜା, ଦେଗାଁ, ଖଲିଆପାଲି, ବୋରପଦର ରେଗେଡ଼ା, ଯୋଗିପଲା, ବିଜାପାଟି, ସାପଲହରା, କେର୍ଣ୍ଣାପଲା, ଏକାତରା, ଟେର୍ଚ୍ଚାପଲା ଆଦି ଗାଁରେ ରୁଆ ଧାନ ଚାଷରେ ବାଲିଚର ମାଡ଼ିଯାଇଛି। ଏହାବ୍ୟତୀତ କର୍ଲାମୁଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବୋରପଦର ପଞ୍ଚାୟତର ବତୀକୂପା,ପୁରଗୁଡ଼ିପଦରରେ ପାହାଡ଼ ପାଣି ଆସି ଚାଷ ଜମିକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ପ୍ରବଳ ବର୍ଷା ପାଣିରେ ରିଷିଡ଼ା ଅଞ୍ଚଳରେ ମଧ୍ୟ ଚାଷଜମି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏନେଇ କର୍ଲାମୁଣ୍ଡା ଭାରପ୍ରାପ୍ତ ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ବନ୍ୟାରେ ବ୍ଲକର ୧୨ଟି ପଞ୍ଚାୟତରେ ମୋଟ ୩୦୨ ହେକ୍ଟର ଚାଷଜମିରେ ବାଲିଚର ଓ ୫୪ଟି ଘର ଘର ଭାଙ୍ଗିଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ୬୨୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି। ତେବେ ଉଭୟ ବିଭାଗର ତଥ୍ୟରେ ତାଳମେଳ ରହୁ ନ ଥିବାରୁ ଉପଯୁକ୍ତ ତଦନ୍ତ ସହିତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ ଓ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ନିର୍ବାଚନ ମାମଲା: ୬ ସପ୍ତାହ ସମୟ ନେଲେ ବିଧାୟକ

କଟକ ଅଫିସ, ୨୬ା୧୧: ରାୟଗଡ଼ା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ବିଧାୟକ ମକରନ୍ଦ ମୁଦୁଲି ନିଜ ଓକିଲଙ୍କ ଜରିଆରେ ସୋମବାର ହାଜର ହୋଇଛନ୍ତି।...

ଜାଇକା କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ

କଟକ ଅଫିସ, ୨୦ା୧: କଟକ ସହରରେ ଜାଇକା କାର୍ଯ୍ୟର ଅଗ୍ରଗତି ନେଇ ମଙ୍ଗଳବାର ନୂଆବଜାରସ୍ଥିତ ଜାଇକା କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୩ ଜୀବନ ନେଲା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର...

‘ବ୍ଲାକ୍‌ ଡାଇମଣ୍ଡ’ କହିବ କୋଇଲା କାହାଣୀ

ଅନୁଗୋଳ ଅଫିସ, ୨୪।୧୧ କୋଇଲାକୁ କାହିଁକି କଳାହୀରା କୁହାଯାଏ। ଏହି ପ୍ରାକୃତିକ ସମ୍ପଦର ଉତ୍ପତ୍ତି କେମିତି। ତା’ ଭିତରେ ଥିବା ଶକ୍ତିର ଆଧାର କ’ଣ। ମାଟିତଳେ...

ଦୁଇଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୯ା୨ – ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ସ୍ବତନ୍ତ୍ର ଟ୍ରେନ ଶୁକ୍ରବାର ବ୍ରହ୍ମପୁର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନକୁ ପର୍ଯ୍ୟଟନ...

ଯାଜପୁରରେ ଖୋଲିବ ଭୂବନ୍ଦୋବସ୍ତ କମିଶନ ଅଫିସ୍‌

ଯାଜପୁର ଟାଉନ,୧୪ା୧୦ (ଡି.ଏନ.ଏ.): ବହୁ ପ୍ରତୀକ୍ଷାର ଅନ୍ତେପରେ ଭୂ-ବନ୍ଦୋବସ୍ତ କମିଶନ୍‌ ଅଫିସ୍‌ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଖୋଲିବ। ଏହି ଅଫିସ୍‌ ୪/୫ ବର୍ଷ ପୂର୍ବରୁ ଯାଜପୁରରେ...

ଝାଡ଼ାବାନ୍ତିରେ ୩୫ ଛାତ୍ର ଆକ୍ରାନ୍ତ

ରାୟଗଡା ଅଫିସ,୮।୭: ରାୟଗଡା ଜିଲା ବିଷମ କଟକ ବ୍ଲକ ଅଧୀନ ଡୁମ୍ବୁରିନେଲି ସଦର ପଞ୍ଚାୟତ ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ...

ଭାଜପାର ଜନସମ୍ପର୍କ ଅଭିଯାନ ସ୍ଥଗିତ

ବ୍ରହ୍ମପୁର ଅଫିସ,୩୧।୫: ଦଳରେ ଗୋଷ୍ଠୀ ବିବାଦ ଯୋଗୁ ଭାଜପାର ଜନ ସମ୍ପର୍କ ଅଭିଯାନ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ମଙ୍ଗଳବାର ୯...

Advertisement
Archives

Model This Week