Posted inଜାତୀୟ

ବନ୍ୟାଞ୍ଚଳରେ ଗାଁଲୋକେ ତିଆରି କଲେ ପୋଲ

ଦରଭଙ୍ଗା,୧୭।୭: ବିହାର ଦରଭଙ୍ଗା ଜିଲା ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ସେଠାକାର ଗାଁଲୋକେ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଥିବା ଦେଖିବାକୁ ମିଳିଛି।  ଲଗାତାର ମୁଷଳଧାରାରେ ବର୍ଷା ହେବାରୁ ଘରଗୁଡିକରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେବା ସହ ମୁଖ୍ୟରାସ୍ତାକୁ ଯୋଡୁଥିବା କଙ୍କ୍ରିଟ ପୋଲ ମଧ୍ୟ ଧୋଇ ହୋଇଯାଇଛି। ଗାଁରୁ ସହରକୁ ଯିବା ପାଇଁ ଏହି ରାସ୍ତା ଲୋକଙ୍କ ଲାଗି ଏକମାତ୍ର ସାହାଭରସା। ତେବେ ଏହି ପୋଲ ଧୋଇଯିବାରୁ ଗାଁଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଗାଁଲୋକେ ସରକାରୀ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ହେଲେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ କେହି ଅଧିକାରୀ ଆସି ନ ଥିଲେ କିମ୍ବା କୌଣସି ସରକାରୀ ସାହାଯ୍ୟ ମଧ୍ୟ ମିଳି ନ ଥିଲା। ଶେଷରେ ଗାଁଲୋକେ ଏକତ୍ରିତ ହୋଇ ନିଜ ଚେଷ୍ଟାରେ ଉକ୍ତ ଗାଁରେ ବାଉଁଶ ପୋଲ ତିଆରି କରିଥିଲେ। ଅପରପକ୍ଷରେ ଲଗାତାର ବର୍ଷାଯୋଗୁ ଡୋଙ୍ଗିଟଲା ଅଞ୍ଚଳର ଘରଗୁଡ଼ିକରେ ପାଣି ପଶି ଯାଇଥିବାରୁ ବ୍ୟାପକ କ୍ଷତି ହେବା ସହ ସାଇତି ରଖିଥିବା ଖାଦ୍ୟ ସବୁ ନଷ୍ଟ ହୋଇଯାଇଛି। ଫଳରେ ସେମାନଙ୍କୁ ବାଧ୍ୟ ହୋଇ ମୂଷାମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପଡ଼ୁଛି। କିଛି ଦିନରୁ ପ୍ରବଳ ବର୍ଷା ଯୋଗୁ ଦରଭଙ୍ଗା, ଆରିଆ, ମଧୁବନୀ ଜିଲାର ବହୁ ଗାଁ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ନିପା ଭାଇରସ୍‌କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲେ ଶୈଳଜା

ଥିରୁଭାନନ୍ତପୁରମ,୭।୬: କେରଳରେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଏହର ଭୟାବହତାକୁ ଦେଖି କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କେନ୍ଦ୍ର...

ଏଲଏସିରେ ଭାରତୀୟ ବାୟୁସେନା ପକ୍ଷରୁ ହେବ ସମରାଭ୍ୟାସ ‘ପ୍ରଳୟ’…

ନୂଆଦିଲ୍ଲୀ,୨୧।୧ : ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ ଯାଉଛି। ଏହାର...

ଭାରତକୁ ଘେରାଉ କରୁଛି ଚାଇନା, ଲାଓସ-ଥାଇଲାଣ୍ଡ-ମ୍ୟାନମାର୍‌ ବାଟେ ରାସ୍ତା…

ନୂଆଦିଲ୍ଲୀ, ୫।୪ : ବଙ୍ଗୋପସାଗରରେ ଭାରତକୁ ଘେରି ରହିବା ପାଇଁ ଚାଇନା ଷଡ଼ଯନ୍ତ୍ର ଜୋରଦାର କରିଛି। ବଡ କଥା ହେଉଛି ଏହା କରିବା ପାଇଁ ଚାଇନାକୁ...

ଗୋଟିଏ ଦିନରେ ୧୪ କଣ୍ଟେନମେଣ୍ଟ ଜୋନ ଘୋଷଣା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ବଢ଼ିଲା ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ଦିନକୁ ଦିନ ତୀବ୍ର ଗତିରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ମାମଲା ଏତେ ସଂଖ୍ୟାରେ ବୃଦ୍ଧି ପାଉଛି ଯେ,...

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ।...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ମୁମ୍ବାଇ, ୧୭।୯ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମାଣିକରାଓ ଗାଭିତଙ୍କର ପରଲୋକ ଘଟିଛି। ମହାରାଷ୍ଟ୍ର ନାସିକର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

Advertisement
Archives

Model This Week