ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍‌ ଦ୍ୱାରା ୬ ମାସରେ ୬ ଶହ ଗିରଫ

ଲିଓ,୧୫।୭: ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍‌ ଏବଂ ଓ୍ବାଲର୍‌ଡ କଷ୍ଟମ ଅର୍ଗାନାଇଜେସନ୍‌ର ମିଳିତ ସହଯୋଗରେ ଅପରେଶନ୍‌ ଜାରି ରହିଛି। ଏହି ଅପରେଶନ୍‌ରେ ୧୦୯ଟି ଦେଶ ସାମିଲ୍‌ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ୨ ହଜାରଟି ବନ୍ୟପ୍ରାଣୀ ଚୋରା ଚାଲାଣ ମାମଲା ଦାଏର ହୋଇଛି। ଏହି ମାମଲାରେ ୬ ଶହ ଜଣଙ୍କୁ ଗିରଫ କରାଯାଇଥିବା ଇଣ୍ଟରପୋଲ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଏହି ଚୋରା ଚାଲାଣ ଘଟଣାଗୁଡ଼ିକ ଘଟିଥିବା କୁହାଯାଉଛି। ଏହି ଅପରେଶନ୍‌ରେ ୪୪୦ ହାତୀଦାନ୍ତ ଜବତ ହୋଇଥିବାବେଳେ ୪୩ ଶହ ଜୀବିତ ପକ୍ଷୀ, ବିରଳ ପ୍ରଜାତିର ୧୦ ହଜାର କଇଁଛ ଉଦ୍ଧାର କରାଯାଇଛି। କେବଳ ଜୁନ୍‌ ମାସରେ ୨୩ ଲଙ୍ଗୁର, ୩୦ ସିଂହ, ବାଘ ଓ ଚିତା ଆଦି ବନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଏକ ଟନ୍‌ରୁ ଅଧିକ ଓଜନର ପାଙ୍ଗୋଲିନ୍‌ ହାଡ଼ ଜବତ କରାଯାଇଛି। ଏହା ସହିତ ୭୪ ଟ୍ରକ୍‌ ଚୋରାକାଠ ଓ ୨୬ ଶହ ବିରଳ ବୃକ୍ଷ ଚାରା ଜବତ ହୋଇଥିବା ଇଣ୍ଟରପୋଲ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୭ରେ ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅପରେଶନ୍‌ ଥଣ୍ଡରବଲ୍‌ କାର୍ଯ୍ୟକାରୀ ହେଉଥିବାବେଳେ ୨୦୧୮ରେ ଏହାକୁ ଅପରେଶନ୍‌ ଥଣ୍ଡରଷ୍ଟ୍ରମ୍‌ ଭାବେ ନାମିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୩।୬: ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ହେବା ପରେ ଆଫଗାନିସ୍ତାନରେ ୧୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହି ଘଟଣାରେ ୫୦ ଜଣ ଆତଙ୍କବାଦୀ ଆହତ ହୋଇଥିବା...

ତାଲିବାନ୍‌ ଶାସନରେ ୯ ଲକ୍ଷରୁ ଅଧିକ ହରାଇଲେଣି ଚାକିରି…

କାବୁଲ, ୧୧।୫ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଫେରିବା ପରଠାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ତାଲିବାନ...

ଚାଇନା ବିରୋଧୀ ବିଲ୍‌କୁ ବାଇଡେନ୍‌ଙ୍କ ମୋହର

ଓ୍ବାଶିଂଟନ,୨୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। ଚାଇନାର ଶିଞ୍ଜିଆନ୍‌ ପ୍ରଦେଶରେ ସଂଖ୍ୟାଲଘୁ ଉଇଗର ସମ୍ପ୍ରଦାୟ ଉପରେ ହେଉଥିବା...

ଭେଣ୍ଟିଲେଟରରେ ଅଧିକ କରୋନା ସଂକ୍ରମିତଙ୍କ ଘଟୁଛି ମୃତ୍ୟୁ !

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଗୁରୁତର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟରର ସହାୟତା ନିଆଯାଉଛି। ତେବେ ଏକ ରିପୋର୍ଟରୁ...

ସ୍ପେନରେ ୨୪ ଘଣ୍ଟାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମାଡ୍ରିଡ଼,୪।୪:ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ସେଠାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଵା ସହ ୮୦୯ ଜଣଙ୍କ ମୃତ୍ୟୁ ହୋଇଛି।...

ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ...

ତଳେ ମୁଁହ ମାଡ଼ି ଶୋଇଥିବା ପିଲାଙ୍କ ଉପରେ ଚାଲିଲେ ଚାଇନା ରାଷ୍ଟ୍ରଦୂତ: ଅମାନବୀୟ ବୋଲି କହିଲା ଆମେରିକା

ବେଜିଂ, ୨୨।୮: ଚାଇନା ରାଷ୍ଟ୍ରଦୂତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଷ୍ଟ୍ରଦୂତ ତଳେ ମୁଁହ ମାଡ଼ି ଶୋଇଥିବା ଛୋଟ...

ଆଫଗାନୀଙ୍କୁ ଅନାଥ କଲା ତାଲିବାନ ଶାସନ…

କାବୁଲ,୨୯।୮: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏବେ ଆଫଗାନୀମାନେ ଅନାଥ ହୋଇ ପଡ଼ିଛନ୍ତି। ଜୀବନ ଭୟ ଏବଂ ତାଲିବାନୀ କଟକଣାକୁ ସହ୍ୟ ନ କରିବା...

Advertisement
Archives

Model This Week