ବନ୍ଧ୍ୟାକରଣ ଯୋଜନା ଫେଲ୍‌

ବ୍ରହ୍ମପୁର ଅଫିସ,୭ା୬- ବ୍ରହ୍ମପୁର ମହାନଗର ନିଗମରେ ଗୋରୁଗୁଡିକ ଅବାଧ ଚଳପ୍ରଚଳ କରୁଛନ୍ତି ା
ଏହା ସହ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସହରବାସୀଙ୍କ ପାଇଁ ବର୍ତ୍ତମାନ ଏହା ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି। ସକାଳୁ ସନ୍ଧ୍ୟା ଯାଏ ସହରର ବିଭିନ୍ନ ଗଳି କନ୍ଦିରେ କୁକୁର ବହୁ ସଂଖ୍ୟାରେ ଏଣେତେଣେ ବୁଲୁଥିବା ବେଳେ ରାତି ହେବା ମାତ୍ରେ ସେମାନେ ଲୋକଙ୍କୁ କାମୁଡିବାକୁ ଗୋଡାଉଛନ୍ତି।
ସେହି ରାସ୍ତା ଦେଇ ଯାଉଥିବା ଯାନବାହନଗୁଡ଼ିକୁ ପିଛା କରିବା ସହ ଲୋକଙ୍କୁ ବୁଲା କୁକୁର ଆକ୍ରମଣ କରୁଛନ୍ତି। ଏପରିକି କୌଣସି ବ୍ୟକ୍ତି କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି।
ସେହିପରି ରାସ୍ତାରେ ଯାଉଥିବା ବାଇକ୍‌କୁ ମେଳି ବାନ୍ଧି ଗୋଡ଼ାଉଥିବାରୁ ବହୁ ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି।
ସହରରେ ଥିବା ବିଭିନ୍ନ ମୁଖ୍ୟ ଛକ ଓ ସାହିରେ ବୁଲା କୁକୁରଙ୍କର ଉପଦ୍ରବ ବୃଦ୍ଧି ପାଉଥିବାରୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଲେଣି। ପକ୍ଷରୁ କୁକୁର ବନ୍ଧ୍ୟାକରଣ ଯୋଜନା ମଧ୍ୟ ଏବେସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟର ଅନ୍ୟ ସହରଗୁଡିକରେ କୁକୁର ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଏହା ଫେଲ୍‌ ମାରିଛି। ୨୦୧୩ରେ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ଯୋଜନା ଆରମ୍ଭ ହୋଇଥିଲା। ୧୦ ଲକ୍ଷ ଟଙ୍କା ବ୍ୟୟରେ ଜିଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ କେନେଲ୍‌ ଗୃହ ନିର୍ମାଣ କରାଯାଇ ବୁଲା କୁକୁରଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ବନ୍ଧ୍ୟାକରଣ ବ୍ୟବସ୍ଥା କରାଯାଇଥିଲା। ମହାନଗର ନିଗମର ତତ୍କାଳୀନ ସ୍ବାସ୍ଥ୍ୟ ଅଧିକାରୀ ଶୁଭକାନ୍ତ ଦାସଙ୍କ ତତ୍ତ୍ବାବଧାନରେ କେତେ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ମାଡ୍ରାସରେ ତାଲିମ ଦିଆଯାଇଥିଲା। କିନ୍ତୁ କେନେଲ ଗୃହ ନିର୍ମାଣ ହେବାର ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆବଶ୍ୟକ ପ୍ରାଣୀଧନ ଚିକିତ୍ସକଙ୍କ ନିଯୁକ୍ତି ହୋଇପାରି ନ ଥିବାରୁ ତାହା ଫଳପ୍ରଦ ହୋଇପାରୁନାହିଁ। ଏପରିକି ନିଗମ ତରଫରୁ ନିର୍ମାଣ ହୋଇଥିବା କେନେଲ ଗୃହଟି ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିିଛି। ଗତ ୫/୬ ମାସ ତଳେ ବିଏମ୍‌ସି ପକ୍ଷରୁ ସହରର ଦଳଦଳ ହୋଇ ବୁଲୁଥିବା କୁକୁରଙ୍କୁ ଧରି ଜଙ୍ଗଲରେ ଛାଡ଼ିବା ବଦଳରେ ସହରତଳି ଅଞ୍ଚଳରେ ଛାଡ଼ି ଦେଇଥିଲେ। ଫଳରେ ଉଭୟ ସହର ଓ ଗ୍ରାମାଞ୍ଚଳରେ କୁକୁରଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ କେଉଁଠି ନା କେଉଁଠି ଲୋକମାନେ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଗତ ସପ୍ତାହକ ମଧ୍ୟରେ ବୁଲା କୁକୁର କାମୁଡ଼ାରେ ୭/୮ ଜଣ ଆହତ ହୋଇଥିବା ବେଳେ ୧୮/୨୦ ଜଣ କୁକୁର କାମୁଡ଼ା ଭୟରେ ଦୁର୍ଘଟଣାର ଶୀକାର ହୋଇ ଆହତ ହୋଇଛନ୍ତି। ଅବହେଳାରୁ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ସହରର ଗଳିକନ୍ଦିରେ ଖୋଲିଥିବା ଫାଷ୍ଟଫୁଡ ଦୋକାନର ଅବଶିଷ୍ଟାଂଶ ଖାଦ୍ୟ ଓ ବିଭିନ୍ନ କଲ୍ୟାଣ ମଣ୍ଡପରେ ହେଉଥିବା ଭୋଜିରୁ ବଳକା ଓ ବ୍ୟବହୃତ ଖାଦ୍ୟ ରାସ୍ତାକଡ଼ରେ ଫୋପଡ଼ା ଯାଉଥିବା ବେଳେ ସେହି ସବୁ ଖାଇବା ସହ କୁକୁରଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା କୁହାଯାଉଛି। କୁକୁର ଦାଉରୁ ସହରବାସୀଙ୍କୁ ଯେପରି ରକ୍ଷା କରାଯାଇପାରିବ ସେନେଇ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଉଛି। ପ୍ରଶାସନିକ ତଥା ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ବ୍ରହ୍ମପୁର ସହରରେ ଏହାର ବ୍ୟତିକ୍ରମ ଦେଖାଦେଇଛି ବୋଲି ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛି। ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ କୁକୁର ବନ୍ଧ୍ୟାକରଣ ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ଏନେଇ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ କୁକୁର ବନ୍ଧ୍ୟାକରଣ ଯୋଜନା ପାଇଁ ସ୍ବତନ୍ତ୍ର ଭାବେ ତାଲିମ ପାଇଥିବା ସର୍ଜନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବେ। ଜୁନ ଶେଷ ସୁଦ୍ଧା ଜିଲା ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା କୁକୁର ବନ୍ଧ୍ୟାକରଣ କେନେଲ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ସେହିପରି ସହରରେ ଦଳ ଦଳ ହୋଇ ବୁଲୁଥିବା କୁକୁରଙ୍କୁ ନ ଧରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପିପୁଲ ଫର୍‌ ଆନିମଲର ମୁଖ୍ୟ ମାନେକା ଗାନ୍ଧୀଙ୍କ ନିକଟରୁ ଏନେଇ ଏକ ଚିଠି ଆସିଥିବା କମିଶନର ରାଠୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?