Posted inଫୁରସତ

ବନ୍ଦ ହେଲା ୧ ମିଲିୟନ ବର୍ଗ କିମିର ଓଜୋନ ଛିଦ୍ର

ନୂଆଦିଲ୍ଲୀ, ୨୭ା୪- ବିଭିନ୍ନ କାରଣରୁ ପ୍ରକୃତିରେ ପରିବର୍ତ୍ତନ ଦେଖାଯାଇଥାଏ। କିନ୍ତୁ ସମୟ ଆସିଲେ ପ୍ରକୃତି କିପରି ସେହି ପରିବର୍ତ୍ତନରୁ ପୁଣି ନିଜକୁ ମୁକ୍ତ କରିନିଏ ତାହା ଏଥର ଦେଖାଯାଇଛି ଆର୍କଟିକ(ଉତ୍ତର ମେରୁ ଅଞ୍ଚଳ) ଉପରେ। ଚଳିତ ମାସ ଆର୍କଟିକରେ ବିଶେଷଜ୍ଞମାନେ ଠାବ କରିଥିବା ୧ ମିଲିୟନ ବର୍ଗ କିମି ଓସାରର ବିରଳ ଓଜୋନ ଛିଦ୍ର ଏବେ ବନ୍ଦ ହୋଇଯାଇଛି। ୟୁରୋପିଆନ କମିଶନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋପରନିକସ୍ ଆଟମୋସ୍ଫିୟର ମନିଟରିଂ ସର୍ଭିସ(ସିଏଏମଏସ୍) ଏବଂ କୋପରନିକସ କ୍ଲାଇମେଟ ଚେଞ୍ଜ ସର୍ଭିସ(ସି୩ଏସ୍) ଉକ୍ତ ଛିଦ୍ର ଆପେ ଆପେ ବନ୍ଦ ହୋଇଥିବା ନିଶ୍ଚିତ କରିଛନ୍ତି। ଏଜେନ୍ସି ପକ୍ଷରୁ ଏକ ଟୁଇଟ କରାଯାଇ ଏହା ପଛର କାରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି।
ଏଥିରେ କୁହାଯାଇଛି, ମେରୁ ଅଞ୍ଚଳରେ ପୋଲାର ଭର୍ଟେକ୍ସ (ଏକ ପ୍ରକାରର ଝଡ଼) ସଙ୍ଗଠିତ ହୋଇଥାଏ। ଏଥିଯେୋଗୁ ସେଠାରେ ଲୋ ପ୍ରେସର ବା ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ସହ ବିଶାଳ ମାତ୍ରାରେ ଥଣ୍ଡା ପବନ ପ୍ରବାହିତ ହୋଇଥାଏ। ଏଥିସହ ଷ୍ଟ୍ରାଟୋସ୍ଫିୟରିକ ମେଘ ବା ବାଦଲ ଉତ୍ପନ ହୋଇଥାଏ। କ୍ଲୋରୋଫ୍ଲୋରୋ କାର୍ବନ ଗ୍ୟାସ ସହ ଏହି ବାଦଲର ମିଶ୍ରଣ ଯୋଗୁ ସୃଷ୍ଟି ହେଉଥିବା କେମିକାଲ ଓଜୋନ ସ୍ତରକୁ ନଷ୍ଟ କରିଦେଇଥାଏ। ସାଧାରଣତଃ ଏପରି ଝଡ଼ ଜୁଲାଇରୁ ସେପ୍ଟମ୍ବର ମାସ ମଧ୍ୟରେ ଦକ୍ଷିଣ ମେରୁ ଅଞ୍ଚଳ ଆଣ୍ଟାର୍କଟିକ ଉପରେ ସୃଷ୍ଟି ହୋଇଥାଏ। ଏହି ସମୟରେ ଷ୍ଟ୍ରାଟୋସ୍ଫିୟର(ବାୟୁମଣ୍ଡଳର ଦ୍ୱିତୀୟ ସ୍ତର) ପ୍ରାକୃତିକ ଭାବେ ଥଣ୍ଡା ରହିଥାଏ । କିନ୍ତୁ ପାଣିପାଗ ପରିବର୍ତ୍ତନ ଯୋଗୁ ଚଳିତବର୍ଷ ଏହି ଝଡ଼ ଆର୍କଟିକ ଉପର ଓଜନସ୍ତରରେ ଛିଦ୍ର ସୃଷ୍ଟି କରିଥିଲା। ଏହାର ଆକାର ପ୍ରାୟ ୧ ମିଲିୟନ ବର୍ଗ କିମି ବୋଲି ଜଣାପଡ଼ିଥିଲା। ଯଦି ଏହି ଛିଦ୍ର ବାୟୁ ସ୍ରୋତ ସହ ଦକ୍ଷିଣକୁ ଗତି କରିଥାନ୍ତା ତେବେ ଜୀବଜଗତ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା। ବର୍ତ୍ତମାନ ପୋଲାର ଭର୍ଟେକ୍ସ ଦୁର୍ବଳ ହୋଇଯାଇଥିବାରୁ ଓଜୋନ ସ୍ତରରେ ସ୍ବାଭାବିକତା ଫେରିଆସିବା ସହ ବିପଦ ଆଶଙ୍କା ମଧ୍ୟ ଟଳିଯାଇଛି ।ଏପରି ପୋଲାର ଭର୍ଟେକ୍ସ ଆଉଥରେ ହୋଇପାରେ ବୋଲି ଏଜେନ୍ସି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ତାହା ସେତେମାତ୍ରାରେ ଓଜୋନ ସ୍ତରକୁ ପ୍ରଭାବିତ କରି ନ ପାରେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?