Posted inରାଜ୍ୟ

ବନ୍ଦ ହେଲା ନାବାଳିକାଙ୍କ ବିବାହ

ମହାକାଳପଡ଼ା,୨୨ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳରେ ଶିଶୁ ସୁରକ୍ଷା ବିଭାଗ, ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟି ଓ ପୋଲିସର ହସ୍ତକ୍ଷେପ ପରେ ଶୁକ୍ରବାର ଜଣେ ନାବାଳିକାଙ୍କ ବିବାହ ବନ୍ଦ କରାଯାଇଛି। ସେହିପରି ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମିକଙ୍କ ଘରୁ ଉଠାଇ ଆଣି କେନ୍ଦ୍ରାପଡାସ୍ଥିତ ରେସଓ୍ବାରେ ଅସ୍ଥାୟୀ ଭାବେ ରଖାଯାଇଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଶୁକ୍ରବାର ରାତିରେ ବିବାହ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବେଦି ତିଆରି ସରିଥିବା ବେଳେ ଭୋଜି ପାଇଁ ଆୟୋଜନ ଚାଲିଥିଲା। ଏସମ୍ପର୍କରେ କୌଣସି ସୂତ୍ରରୁ ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟିକୁ ସୂଚନା ମିଳିଥିଲା। ପରେ ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା ଅଧିକାରିଣୀ ମନୋରମା ସ୍ବାଇଁଙ୍କ ସମେତ ଜମ୍ବୁ ମେରାଇନ ପୋଲିସ ପକ୍ଷରୁ ବର ଓ କନ୍ୟା ଘରେ ଚଢ଼ାଉ କରାଯାଇ ବାହାଘରକୁ ବନ୍ଦ କରି ଦିଆଯାଇଥିଲା। ଉଭୟ ବର ଓ କନ୍ୟାଙ୍କ ବିବାହ ବୟସ ହୋଇ ନ ଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଅଭିଭାବକଙ୍କଠାରୁ ଏକ ଲିଖିତନାମା ଗ୍ରହଣ କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଉଭୟ ପରିବାରକୁ ଶିଶୁ ସୁରକ୍ଷା କମିଟି ନିକଟରେ ଉପସ୍ଥିତ ରହି ସେମାନଙ୍କ ବୟସ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚଢ଼ାଉ ସମୟରେ ଉକ୍ତ ଅଞ୍ଚଳରେ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମିକ ଘରେ ଗତ ୨ ମାସେ ହେବ ରହୁଥିବା ଦେଖି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ଉଠାଇ ନିଆଯାଇଛି। ନାବାଳିକା ଜଣକ ଏବେ ମାଟ୍ରିକ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ଜିଲା ସୁରକ୍ଷା କମିଟିର ପ୍ରବେସନ ଅଫିସର ବିବେକାନନ୍ଦ ଅତବୁଦ୍ଧି, ପରମର୍ଶଦାତା କନକଲତା ବେହେରା, ଅନନ୍ତ କିଶୋର ବେହେରା, ଜମ୍ବୁ ମେରାଇନ୍‌ ଥାନା ସବ୍‌ ଇନ୍‌ସ୍ପେକ୍ଟର ପବିତ୍ର କୁମାର ପଟ୍ଟନାୟକ ଓ ଅଙ୍ଗନଓ୍ବାଡି କର୍ମୀ ପାର୍ବତୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?