ବନ୍ଦ ହେବ ରାଜ୍ୟର ୧୦ ଦୂରଦର୍ଶନ ରିଲେ ସେଣ୍ଟର

ଭଞ୍ଜନଗର,୨।୩(ଡି.ଏନ୍‌.ଏ.) ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଦୂରଦର୍ଶନ ଧିରେଧିରେ ଲୋକଙ୍କଠାରୁ ଦୂରେଇ ଯାଉଛି। ଘରୋଇ ଚ୍ୟାନେଲ ଆଗରେ ପ୍ରସାର ଭାରତୀ ଦୂରଦର୍ଶନ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାରେ ବିଫଳ ହେଉଛି। ତେଣୁ ସହରାଞ୍ଚଳରେ ଲୋକ ପ୍ରାୟ ଦୂରଦର୍ଶନ ଦେଖୁନାହାନ୍ତି। ଗ୍ରାମାଞ୍ଚଳ ଲୋକ (ଯେଉଁଠି ଘରୋଇ କେବୁଲ ସୁବିଧା ନାହିଁ) ସମ୍ପୃକ୍ତ ଅଞ୍ଚଳବାସୀ ଦୂରଦର୍ଶନ ଉପରେ ନିର୍ଭରଶୀଳ। ଏଥିସହ ବେଳେବେଳେ କିଛି ଜାତୀୟ କାର୍ଯ୍ୟକ୍ରମ ଓ ଖେଳ ପ୍ରସାରଣ ବେଳେ ବହୁ ଲୋକେ ଦୂରଦର୍ଶନରେ ଏହାକୁ ଦେଖିଥାନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଦେଶର ୧୨୫ ସ୍ବଳ୍ପ କ୍ଷମତା ସମ୍ପନ୍ନ ଦୂରଦର୍ଶନ ରିଲେ କେନ୍ଦ୍ରକୁ ୬ ସପ୍ତାହ ମଧ୍ୟରେ ବନ୍ଦ କରିବାକୁ ଗତମାସ ୨୪ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିରେ ରାଜ୍ୟର ଭଞ୍ଜନଗର ସମେତ ୧୦ଟି କେନ୍ଦ୍ର ଅଛି। ଯାହାକି ଚିନ୍ତାଜନକ ବିଷୟ। ରାଜ୍ୟରେ ବନ୍ଦ ହେବାକୁ ଥିବା କେନ୍ଦ୍ରଗୁଡିକ ହେଲା ଭଞ୍ଜନଗର, ଆନନ୍ଦପୁର, ବ୍ରଜରାଜନଗର, ଦଶରଥପୁର, ଢ଼େଙ୍କାନାଳ, ଯୋଡା, କରଞ୍ଜିଆ, ଖଣ୍ଡପଡା, ମୋହନା ଓ ରାଜରଣପୁର। ଏହି ଖବର ପ୍ରଚାରିତା ହେବାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛିମାସ ପୂର୍ବେ ଭଞ୍ଜନଗର ସମେତ ଆଉକେତେକ କେନ୍ଦ୍ରର ଆଧୁନିକିକରଣ କରାଯାଇଥିଲା। ଟଙ୍କା ଖର୍ଚ୍ଚ ପରେ ସରକାର ଉକ୍ତ କେନ୍ଦ୍ରକୁ ବନ୍ଦ କରିବାକୁ ନେଇଥିବା ନିଷ୍ପତିକୁ ନେଇ ନାନା ସନ୍ଦେହ ପ୍ରକାଶ ପାଉଛି। କେନ୍ଦ୍ର ଗୁଡିକ ବନ୍ଦ ହେଲେ ଲୋକେ ବାଧ୍ୟ ହୋଇ ଡିଟିଏଚ୍‌ କିଣି ଖର୍ଚ୍ଚାନ୍ତ ହେବେ। ଏନେଇ କେନ୍ଦ୍ର ସରକାର ପୁନଃବିଚାର କରିବାକୁ ସାଧାରଣରେ ଦାବି ହୋଇଛି।


ପ୍ରକାଶ ଯେ, ୧୯୮୯ ମସିହାରେ ତତ୍କାଳୀନ ଆସିକା ଏମ୍‌ପି ସ୍ବର୍ଗତ ସୋମନାଥ ରଥଙ୍କ ଉଦ୍ୟମକ୍ରମେ ଭଞ୍ଜନଗରରେ ଟିଭି ରିଲେ ସେଣ୍ଟର ସ୍ଥାନୀୟ ବିଇଡି କଲେଜ ପରିସରରେ ସ୍ଥାପିତ ହୋଇଥିଲା। ୫ବର୍ଷ ପୂର୍ବେ ଏଠାରେ ଥିବା ୧୦୦ ୱାଟ୍‌ ଟ୍ରାନ୍ସମିଟର ବଦଳରେ ୫ଶହ ୱାଟ୍‌ ଟ୍ରାନ୍ସମିଟର ବସାଯାଇଥିଲା। କିନ୍ତୁ ଏନେଇ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ୫ଶହ ୱାଟ୍‌ ଟ୍ରାନ୍ସମିଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଗତବର୍ଷ ପୁରୁଣା ଟାୱାରଟି ଝଡତୋଫାନରେ ଭାଙ୍ଗି ଯାଇଥିଲା। ୫ଶହ ୱାଟ୍‌ ଟ୍ରାନ୍ସମିଟର ପାଇଁ ନୂଆ ଟାୱାର ଆବଶ୍ୟକ ଥିଲା। ୬ମାସ ପୂର୍ବେ ଟାୱାର ସମେତ ଅନ୍ୟାନ୍ୟ ଆଧୁନିକୀକରଣ କରାଯାଇଥିଲା। କେନ୍ଦ୍ରଟି ଭଡାରେ ଚାଲୁଥିବାବେଳେ ଏହି ସମୟରେ ଜମିକୁ ନେଇ ବିଇଡି କଲେଜ କର୍ତ୍ତୃପକ୍ଷ ଓ ପ୍ରସାର ଭାରତୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାପରେ ଗଞ୍ଜାମ ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ଏଥିସହ ମାସିକ ଭଡା ୩୪୪୦ ଟଙ୍କା କେନ୍ଦ୍ର ବାବଦକୁ ବିଇଡି କଲେଜକୁ ପ୍ରଦାନ କରାଯାଉଛି। ଏଥିସହ ୩ମାସ ପୂର୍ବେ ପାଚେରୀ ନିର୍ମାଣ ପାଇଁ କିଛି ଟଙ୍କା ଆସିଥିଲା। ତାହା ଇତିମଧ୍ୟରେ ଫେରି ଯାଇଥିବା ଜଣାପଡିଛି।
କେନ୍ଦ୍ର ବନ୍ଦପରେ ଏଠାରେ କାର୍ଯ୍ୟରତ ୬ କର୍ମଚାରୀ କେଉଁଆଡେ ଯିବେ ସେନେଇ ନିର୍ଦ୍ଦେଶନାମା ଆସିନାହିଁ। ଯାହାକୁନେଇ କର୍ମଚାରୀମାନେ ମଧ୍ୟ ଦ୍ୱନ୍ଦ୍ୱରେ। ଗତବର୍ଷ ଚିକିଟି, କବିସୁର୍ଯ୍ୟନଗର ଓ ଜି.ଉଦୟଗିରି ରିଲେ କେନ୍ଦ୍ରକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri