ବନ୍ଦ ଘରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ

ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା ତୋଟାପଡାସ୍ଥିତ ଏକ ବନ୍ଦ ଘରର ତାଲା ଭାଙ୍ଗି ପୋଲିସ ଓ ଅବକାରୀ ବିଭାଗ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନାମୀଦାମୀ କମ୍ପାନୀର ବିଦେଶୀ ମଦ ଶୁକ୍ରବାର ଜବତ କରିଛି। ଘର ମଧ୍ୟରେ ଭର୍ତ୍ତି ହୋଇ ପ୍ରାୟ ୨ ହଜାର ପେଟି ବିୟର ଓ ୬ ଶହ ବୋତଲରୁ ଊର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ବିଦେଶୀ ମଦ ରହିଥିଲା। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ହେଲେ ଏତେ ପରିମାଣର ମଦ କେଉଁଠାରୁ ଆସି ଘରେ ରହିଥିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଏହାକୁ ନେଇ ଅବକାରୀ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶୁକ୍ରବାର ମଧ୍ୟାହ୍ନରେ ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ ବିଶେଷ ସୂତ୍ରରୁ ଖବରପାଇ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ସମେତ ଉକ୍ତ ବନ୍ଦ ଘର ଉପରେ ଚଢାଉ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗିଥିଲେ। କୋଠରି ଭିତରେ ବିଦେଶୀ ମଦ ପେଟି ଭର୍ତ୍ତି ହୋଇ ରହିଥିଲା। ଏ ନେଇ ଏସ୍‌ପି ସ୍ବାଇଁ କୁହନ୍ତି, ଘଟଣାର ତଦନ୍ତ ଜାରି ରଖିଛି। ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ମଦ କାରବାର ବନ୍ଦ ରହିଛି। ତେବେ ଏତେ ପରିମାଣର ମଦ କେଉଁଠୁ ଆସିଲା, କିଏ ଏଠାରେ ଗଚ୍ଛିତ ରଖିଛି ଓ ଏହାର ମାଷ୍ଟରମାଇଣ୍ଡ କିଏ, ତାହାର ଖୋଳତାଡ ଚାଲିଛି। ନିକଟରେ ରହିଥିବା ମଦ କାଉଣ୍ଟରକୁ ସିଲ୍‌ କରିବାକୁ ଅବକାରୀ ବିଭାଗକୁ ଏସ୍‌ପି ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥ ରାସ୍ତା କଡ ପଲ୍ଲା ତୋଟାପୋଡାରେ ଜଣେ ବ୍ୟବସାୟୀ ମଦ ବିକ୍ରି ଲାଗି ୨ ବର୍ଷ ତଳେ ଲାଇସେନ୍ସ ପାଇଥିଲେ। ମାର୍ଚ୍ଚ ୩୦ରେ ମଦ ଦୋକାନ ଲାଇସେନ୍ସରେ ଅବଧି ସରିଛି। ତେବେ ଦୋକାନ ଖୋଲିବା ଦିନଠାରୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହା ବନ୍ଦ ରହିଛି। ଅନ୍ୟପକ୍ଷେ ସମ୍ପୃକ୍ତ ବ୍ୟବସାୟୀ ଦୋକାନ ବନ୍ଦ ସତ୍ତ୍ୱେ ପ୍ରତି ମାସର ମଦ କୋଟା ଉଠାଇ ଚାଲିଥିବା ଅବକାରୀ ଇନ୍ସପେକ୍ଟର ରଞ୍ଜନ ନାୟକ ସ୍ବୀକାର କରିଛନ୍ତି। ଅପରପକ୍ଷରେ ପୋଲିସ ଦ୍ୱାରା ଜବତ ମଦ ପୂର୍ବରୁ ପ୍ରତି ମାସରେ ଉଠାଯାଇଥିବା ମଦକୁ ଏଠାରେ ଗଚ୍ଛିତ ରଖାଯାଇଥିବା ନେଇ ଦୋକାନର ଜଣେ କର୍ମଚାରୀ ପୋଲିସକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri