ନକଲି ମଦ କାରଖାନା ଠାବ

ଖୋର୍ଦ୍ଧା ଅଫିସ/ ବେଗୁନିଆ,୨୫ା୪(ଡି.ଏନ.ଏ.): ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ରାସୋଳ ଗଁ। ନିକଟ ଏକ ନିଛାଟିଆ ଘରେ ଚାଲିଥିବା ନକଲି ମଦ କାରଖାନା ଉପରେ ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଶୁକ୍ରବାର ଚଢାଉ କରିଛି। ସେଠାରୁ ୬୦ ଲିଟର ଦେଶୀ ମଦ, କାର ଡିକିରୁ ୯୦ ଲିଟର ମଦ, ୩ଟି ପଲିଥିନ ପ୍ୟାକିଂ ମେଶିନ୍‌, ଏକ ଜେନେରେଟର ଓ କାର (ଓଆର୦୨ ବିଟି-୫୭୭୬) ଜବତ କରିଛି। ଏଥିରେ ସମ୍ପୃକ୍ତ ମହିଳା ମୀନତି ପାଇକରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ତାଙ୍କ ସ୍ବାମୀ ଫେରାର ହୋଇଯାଇଛନ୍ତି। ମୀନତିଙ୍କ ଘରୁ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଚଢାଉରେ ଅବକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ନାୟକ, ରଶ୍ମିରଞ୍ଜନ ସାହୁଙ୍କ ସହ ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାଡ କର୍ମଚାରୀ ସାମିଲ ହୋଇଥିଲେ। ଦମ୍ପତି ଘର ଭିତରେ ବେଆଇନ ଭାବେ ମଦ କାରବାର ଚଳାଇ ଆସୁଥିଲେ। ବାହାରୁ ଦେଶୀ ମଦ ଆଣି ଏଠାରେ ପ୍ୟାକିଂ କରି କାର ଯୋଗେ ବିଭିନ୍ନ ସ୍ଥାନକୁ ବିକ୍ରି ଲାଗି ପଠାଉଥିଲେ। ତେବେ ପ୍ରଶ୍ନ ଉଠିଛି, ଦୀର୍ଘ ଦିନ ଧରି ଦମ୍ପତି ଏହି କାରବାର ଚଲାଇଥିବା ବେଳେ କିପରି ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ଜାଣିପାରିଲେ ନାହିଁ। ମୋଟା ଅଙ୍କର ବଟି ନେଇ ଉଭୟ ବିଭାଗର କେତେଜଣ କର୍ମଚାରୀ ଚୁପ୍‌ ବସିଥିଲେ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ କହିଛନ୍ତି, କୌଣସି ପରିସ୍ଥିତିରେ ବେଆଇନ ମଦ କାରବାରକୁ ପ୍ରୋତ୍ସାହନ ଦିଆଯିବ ନାହିଁ। ଏଥିରେ କୌଣସି ପୋଲିସ ଅଧିକାରୀଙ୍କ ହାତ ରହିଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri