ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍‌

ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର ବିଳମ୍ବିତ ରାତିରେ କେତେକ ଲୋକ ବିପୁଳ ପରିମାଣର ଶାଳଗଣ୍ଡି ଲୁଟି ନେଇଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ମକରାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩ଟି ଟ୍ରାକ୍ଟରରେ ଶାଳଗଣ୍ଡି ବୋଝେଇ ହୋଇ ଆସୁଥିବା ନେଇ ବାହାଡ଼ାଝୋଲା ବନପାଳ ସରିତା ବରାଳ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏହି ସମୟରେ ଓଡି୨୫ଜି-୬୬୯୧, ଓଆର୦୨କେ-୨୪୦୭ ଓ ଓଆର ୨୫ବି-୬୧୪୩ ନମ୍ବର ବିଶିଷ୍ଟ ଟ୍ରାକ୍ଟରରେ ଶାଳ ଗଣ୍ଡି ବୋଝେଇ ହୋଇ ଆସୁଥିବା ସେ ଦେଖିଥିଲେ। ସେ କୁଆଡେ ସମ୍ପୃକ୍ତ ୩ ଟ୍ରାକ୍ଟର ଚାଳକ ଓ ସେମାନଙ୍କ ହେଲପର ଏହିପରି ୬ ଜଣଙ୍କୁ ଅଟକ ରଖିବା ନିମନ୍ତେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ସେଠାରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସହିତ ବନ୍ଧାଭୂମି ଗ୍ରାମର କେତେକ ସମର୍ଥକ ପହଞ୍ଚତ୍ ଜବତ କାଠ ଓ ଅଟକ ଟ୍ରାକ୍ଟର କର୍ମଚାରୀଙ୍କୁ ଛାଡିଦେବାକୁ ବନପାଳଙ୍କୁ ଧମକ ଦେଇଥିଲେ। ଏପରି କି ସେମାନେ ବନପାଳଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଘେରାବନ୍ଦୀ କରିରଖିଥିଲେ। ଖବର ପାଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡି, ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପଣ୍ଡା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଆଣିଥିବା ଶାଳ କାଠ ସହିତ ଅଟକ ଟ୍ରାକ୍ଟର କର୍ମଚାରୀଙ୍କୁ ଛାଡିବା ଦାବିରେ ଅଟଳ ରହିଥିଲେ । ଏପରି କି ଗାଁ ମଝିରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ବନଖଣ୍ଡ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷେ ଏସବୁ କାଠ ଗ୍ରାମରେ ହେଉଥିବା ଅଷ୍ଟପ୍ରହରି ନିମନ୍ତେ ଅଣାଯାଉଥିବା ସମ୍ପୃକ୍ତ ଅଭିଯୁକ୍ତମାନେ ଡିଏଫଓଙ୍କୁ କହିଥିଲେ। ହେଲେ ରାତିଅଧିଆ ଏପରି ଶାଳ ଗଣ୍ଡି ବୋହିବା ବେଆଇନ ଓ ଶାଳ କାଠକୁ ଏପରି ବ୍ୟବହାର କରିବା ଆଇନସମ୍ମତ ନୁହେଁ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏସବୁ ସତ୍ତ୍ୱେ ବିଳମ୍ବିତ ରାତିରେ ବନଖଣ୍ଡ ଅଧିକାରୀ, ବନ କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତିମାନେ କାଠ ବୋଝେଇ ଟ୍ରାକ୍ଟର ନେଇ ଚାଲିଯାଇଥିଲେ। ଏହି କାଠର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଘଟଣାର ଗୋଟିଏ ଦିନ ବିତିଯାଇଥିଲେ ସୁଦ୍ଧା ଥାନାରେ କିମ୍ବା ବିଭାଗୀୟ ମାମଲା ରୁଜୁ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏ ସମ୍ପର୍କରେ ଡିଏଫଓଙ୍କ ମୋବାଇଲ (ନଂ.୯୪୩୭୦୫୨୨୨୬)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସୁଇଚ୍‌ ଅଫ ଦର୍ଶାଇଥିଲା। ରେଞ୍ଜର ପଣ୍ଡା ଓ ବନପାଳ ବରାଳ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହାକୁ ନେଇ ବନ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନବର୍ଷ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ

ପୁରୀ ଅଫିସ,୩୦।୧୨: ନୂତନବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ ରବିବାର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ପୁରୀ...

ସିମନବାଡ଼ିରେ କୁଆପଥର ବୃଷ୍ଟି

ଦାରିଙ୍ଗବାଡ଼ି,୮ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ପ୍ରବଳ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁ...

ବିପଦସଙ୍କୁଳ ଅବସ୍ଥାରେ ପ୍ରାଚୀନ କୁଶଭଦ୍ରା ସେତୁ

ନିମାପଡ଼ା,୧୨।୭(ଡି.ଏନ୍‌.ଏ.):ନିମାପଡ଼ା ଦୋଳବେଦୀ ଛକଠାରେ କୁଶଭଦ୍ରା ନଦୀ ଉପରେ ଥିବା କୁଶଭଦ୍ରା ସେତୁଟି ଏବେ ବିପଦସଙ୍କୁଳ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଶହ...

ଖଲିପତ୍ରରେ ଚଳୁଛି ସଂସାର

ଆନନ୍ଦପୁର,୧୧।୬ ରାତି ପାହିଲେ ପେଟ ଚିନ୍ତା। ଘଞ୍ଚ ଜଙ୍ଗଲକୁ ଯାଇ ଶାଳ ପତ୍ର ଆଣି ଖଲି ତିଆରି ନ କଲେ କୁଟୁମ୍ବ ଉପାସ। ରାଶନ ଚାଉଳ...

ଟମକା-ମଙ୍ଗଳପୁର ରାସ୍ତା କାର୍ଯ୍ୟ ନିମ୍ନମାନର

କାଳିଆପାଣି,୨୯ା୪(ଡି.ଏନ.ଏ.): ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଛି। ଠିକାଦାର ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଉକ୍ତ...

ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ କେତେକ ମଣ୍ଡିରେ ଚାଷୀଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି । ମଣ୍ଡିରେ...

ସାକ୍ଷୀଗୋପାଳଙ୍କ ଫଟୋ ଭାଇରାଲ: ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,୧୮।୬(ଡି.ଏନ.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅବସ୍ଥିତ ଶ୍ରୀସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୀକ୍ଷେତ୍ର ଇତିହାସ ନାମକ ଏକ ଫେସବୁକ ସାଇଟ୍‌ରେ...

ବିଜୁ ସେତୁ ନିର୍ମାଣସ୍ଥଳକୁ ନେଇ ତେଜୁଛି ଅସନ୍ତୋଷ

କୋରେଇ,୧୧ା୨(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟ ସରକାର ୨୦୧୧ରେ ଆରମ୍ଭ କରିଥିବା ବିଜୁ ସେତୁ ଯୋଜନାର ସଫଳ ରୂପାୟନ ପରାହତ ହୋଇଛି। କେତେଜଣ...

Advertisement
Archives

Model This Week