Posted inଫୁରସତ

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି କାଫେର ଅଧିକାଂଶ କର୍ମଚାରୀ ହେଉଛନ୍ତି ବଧିର। ଗ୍ରାହକମାନଙ୍କଠାରୁ ଅର୍ଡର ରଖିବା, ଖାଦ୍ୟ ପରଷିବା ତଥା ପଇସା କଲେକ୍ସନ ପାଇଁ ଉକ୍ତ କର୍ମଚାରୀମାନଙ୍କୁ ସାଇନ୍‌ ଲାଙ୍ଗୁଏଜ୍‌ର ସାହାଯ୍ୟ ନେବାକୁ ପଡିଥାଏ। ତେବେ ଯେଉଁ କର୍ମଚାରୀ ବା ଗ୍ରାହକଙ୍କୁ ସାଇନ୍‌ ଲାଙ୍ଗୁଏଜ୍‌ ଜଣା ନ ଥାଏ, ସେମାନଙ୍କ ସୁବିଧା ପାଇଁ କାଫେରେ ଏକ ବୋର୍ଡ ଟଙ୍ଗା ଯାଇ ସେଥିରେ ସାଇନ୍‌ ଲାଙ୍ଗୁଏଜ୍‌ର ବିଭିନ୍ନ ସିମ୍ବଲ ସମ୍ପର୍କରେ ଉଲ୍ଲେଖ କରି ଦିଆଯାଇଛି। ସେହିପରି ଖାଦ୍ୟ ଅର୍ଡର ଦେବା ପାଇଁ ଏଠାରେ ପ୍ରତି ଖାଦ୍ୟ ଓ ପାନୀୟର ଭିନ୍ନ ଭିନ୍ନ ନମ୍ବର ମଧ୍ୟ ରଖାଯାଇଛି, ଯାହାର ସୂଚନା ମଧ୍ୟ ଉକ୍ତ ବୋର୍ଡରେ ଲେଖି ଦିଆଯାଇଛି। ଫଳରେ ଗ୍ରାହକ ନିଜ ପସନ୍ଦ ମୁତାବକ ଖାଦ୍ୟର ନମ୍ବରକୁ ଉକ୍ତ ବୋର୍ଡରୁ ପଢି ହାତରେ ବିଭିନ୍ନ ଭାବଭଙ୍ଗୀ କରି କାଫେ କର୍ମଚାରୀଙ୍କୁ ଖାଦ୍ୟ ଅର୍ଡର ଦେଇଥାନ୍ତିି। ଯଦି କୌଣସି ଗ୍ରାହକ ସାଇନ୍‌ ଲାଗୁଏଜ୍‌ ଦ୍ୱାରା କାଫେ କର୍ମଚାରୀଙ୍କୁ ଖାଦ୍ୟ ଅର୍ଡର ଦେବାରେ ଅସଫଳ ହେଉଥାନ୍ତି, ତା’ହେଲେ ସେମାନେ ଚାହିଁଲେ ନୋଟ୍‌ପ୍ୟାଡ୍‌ରେ ନିଜ ଅର୍ଡର ଲେଖିକି ମଧ୍ୟ ଦେବାର ସୁବିଧା ଏଠାରେ ଅଛି। ସେହିପରି ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଡିଜିଟାଲ୍‌ କମ୍ୟୁନିକେଶନର ବ୍ୟବସ୍ଥା ବି ଉକ୍ତ କାଫେରେ ଉପଲବ୍ଧ ଅଛି। ବଧିର ବ୍ୟକ୍ତିଙ୍କ କର୍ମନିଯୁକ୍ତି ତଥା ଲୋକମାନଙ୍କୁ ସାଇନ୍‌ ଲାଙ୍ଗୁଏଜ୍‌ ସମ୍ପର୍କରେ ଶିକ୍ଷା ଦେବା ପାଇଁ ଗୁଆଙ୍ଗଡଙ୍ଗ ଡିଫ୍‌ ପିପୁଲ୍‌ ଆସୋସିଏଶନ୍‌ର ସହଯୋଗରେ ଷ୍ଟାରବକ୍ସ ଚାଇନାରେ ଏହି ଅଭିନବ ପ୍ରୟାସ କରି ୟା’ ଭିତରେ ଅନେକ ସଫଳତା ମଧ୍ୟ ପାଇସାରିଲାଣି। ତେବେ ଚାଇନା ପୂର୍ବରୁ ଷ୍ଟାରବକ୍ସ ୨୦୧୬ରେ ମାଲେସିଆ ଓ ୨୦୧୮ରେ ଓ୍ବାଶିଂଟନ୍‌ ଡି.ସି.ରେ ମଧ୍ୟ ଏହି ସାଇଲେଣ୍ଟ କାଫେ କରି ସଫଳତା ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି...

କରୋନା ଟିକା ନେବା ପାଇଁ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟା ଚାଲିଲେ ଯୁବକ

ବ୍ରାଜିଲର ଆମାଜନରେ କରୋନା ଟିକା ନେବା ପାଇଁ ଜଣେ ଆଦିବାସୀ ଯୁବକ ତାଙ୍କ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟାର ରାସ୍ତା ଚାଲିବା ଆଶ୍ଚର୍ଯ୍ୟଜନକ। ଏହି...

ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମାଜୁଲି

ଇତିହାସର ଅନେକ ସ୍ମୃତି ଏବଂ ସଂସ୍କୃତିକୁ ଆଜିଯାଏ ନିଜ ଭିତରେ ସାଇତି ରଖିଥିବା ମାଜୁଲି ହେଉଛି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ। ଏଥିସହିତ ଏହା ଆସାମର ଏକ...

୨ ଦିନରେ ଜେଲ୍‌ରେ କଏଦୀ ତିଆରି କଲେ ୨୦୦୦ ମାସ୍କ

ଭୋପାଳ: କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରିଛନ୍ତି। ୨ ଦିନରେ ଏଠାରେ ୨୦୦୦...

ଇଏ କ’ଣ ବିଲେଇ!

ବିଲେଇ ଅନେକଙ୍କୁ ପସନ୍ଦ। ଏହି ସୁନ୍ଦର ବିଲେଇଙ୍କ ଫଟୋ ସବୁକୁ ଦେଖି ବି ଆପଣଙ୍କୁ ଭାରି ଖୁସି ଲାଗୁଥିବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ...

ପୃଥିବୀ ପାଇଁ ନୂଆ ବିପଦ: ଭାଙ୍ଗିଲା ବିରାଟ ହିମ ପାହାଡ଼

ଓ୍ବାଶିଂଟନ,୨୮।୨: ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଅଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୭୦ ବର୍ଗ...

କାଚ କାନ୍ଥକୁ ଫଟାଇବାକୁ ଚାହୁଁଥିଲା ମାଙ୍କଡ: ତା ସହ ଘଟିଲା କିଛି ଏମିତି

ବର୍ତ୍ତମାନ ମାଙ୍କଡ ଛୁଆର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ମାଙ୍କଡ ଛୁଆ କାଚ କାନ୍ଥକୁ ଫଟାଇବାକୁ ଚେଷ୍ଟା କରୁଛି।...

ଆଜି ହଗ୍‌ ଡେ’: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ହୃଦୟ ଖୋଲା କଥା

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

Advertisement
Archives

Model This Week