Posted inଫୁରସତ

ବଧିରଙ୍କୁ କର୍ମନିଯୁକ୍ତି ଦେବା ଲାଗି ରେଷ୍ଟୁରାଣ୍ଟ ମାଲିକଙ୍କ ଅଭିନବ ପ୍ରୟାସ: କଥା କହି ନୁହେଁ ଗ୍ରାହକ ଦିଅନ୍ତି ଠାରରେ ଅର୍ଡର

ବିଶ୍ୱରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହୋଟେଲମାଲିକମାନେ ବିଶେଷକରି ଏହାର ନିର୍ମାଣଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି। କିଛି ରେଷ୍ଟୁରାଣ୍ଟ ଜେଲ ପରି ତିଆରି ହୋଇଥାଏ ତ କେଉଁଠି ଗଛ ଉପରେ ନିର୍ମିତ ହୋଇଥାଏ। ପାଣିରେ ମଧ୍ୟ ରେଷ୍ଟୁରାଣ୍ଟ ଖୋଲାଯିବାର ମଧ୍ୟ ନଜିର ରହିିଛି। ଏପରି ଏକ ରେଷ୍ଟୁରାଣ୍ଟ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ କଥା କହି ନୁହେଁ ବରଂ ଠାରରେ ଖାଦ୍ୟ ଅର୍ଡର ଦିଆଯାଇଥାଏ। ହୁଏତ ନା। ତେବେ ଜାଣନ୍ତୁ ସେ ବିଷୟରେ।
ଚାଇନାର ଗୁଆଙ୍ଗଝୋଉଠାରେ ଏହି ଅଜବ ରେଷ୍ଟୁରାଣ୍ଟ ରହିଛି। ସ୍ବତନ୍ତ୍ରତାକୁ ନେଇ ଦେଶର ପ୍ରଥମ ରେଷ୍ଟୁରାଣ୍ଟ ଭାବେ ଏହା ସାଇଲେଣ୍ଟ କ୍ୟାଫେ ନାମରେ ପରିଚିତ। ଏଠାକୁ ଆସୁଥିବା ଗ୍ରାହକ କଥା ନ କହି ଠାରରେ ଖାଦ୍ୟ ଅର୍ଡର ଦେଇଥାନ୍ତି। ଗ୍ରାହାକ ନିଜ ହାତରେ ଠାରି ନମ୍ବର କରିଥାନ୍ତି। ଏପରି କରିବା ମାତ୍ରେ ଖାଦ୍ୟ ପାଖରେ ପହଞ୍ଚିଥାଏ। ଯଦି ଅର୍ଡର କରିବା ସମୟରେ ଗ୍ରାହକଙ୍କ ଠାର ରେଷ୍ଟୁରାଣ୍ଟର କର୍ମଚାରୀ ବୁଝି ନ ପାରନ୍ତି ତ ସେମାନଙ୍କୁ ଅନ୍ୟ ଏକ ସୁବିଧା ଯୋଗାଇ ଦିଆଯାଏ। ଗ୍ରାହକଙ୍କୁ ଏକ ନୋଟ୍‌ ପ୍ୟାଡ୍‌ ଦିଆଯାଏ। ଗ୍ରାହକ ନୋଟ୍‌ ପ୍ୟାଡ୍‌ରେ ସେମାନଙ୍କ ଖାଦ୍ୟ ତାଲିକା ବିଷୟରେ ଲେଖିଥାନ୍ତି। ନଚେତ୍‌ ଡିଜିଟାଲ ସଂଯୋଗର ମଧ୍ୟ ବ୍ୟବସ୍ଥା ହୋଇଛି। ଏହାକୁ କାନ୍ଥରେ ସାଙ୍କେତିକ ଭାଷାରେ ଠାର କରାଯାଇଥାଏ, ଯାହା ଫଳରେ ଗ୍ରାହକଙ୍କ ଠାର କର୍ମଚାରୀ ଜାଣିପାରିବେ ।
ତେବେ ହୋଟେଲର ନିର୍ମାତା ବଧିର ଲୋକଙ୍କ ପାଇଁ କର୍ମ ପନ୍ଥା ଯୋଗାଇଦେବା ଲକ୍ଷ୍ୟ ରଖିଥିଲେ। ଏଥିରେ ୩୦ କର୍ମଚାରୀ କାମ କରୁଥିବାବେଳେ ୧୪ ଶୁଣିପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି। ମାଲେସିଆ ଓ ଆମେରିକାରେ ମଧ୍ୟ ଏଭଳି ହୋଟେଲ ଖୋଲାଯାଇଥିବା ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?