Posted inଜାତୀୟ

ବଦଳିଲା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପଦ୍ଧତି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌) ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଅଣାଯାଇଛି। ପ୍ରତି ବିଷୟରେ ଏଣିକି ୧ ନମ୍ବର ବିଶିଷ୍ଟ ୨୫ଟି ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ। ଏହା ସହିତ ୩୩ ପ୍ରତିଶତ ପ୍ରଶ୍ନରେ ପରୀକ୍ଷାର୍ଥୀ ନିଜସ୍ବ। ଏହାଦ୍ୱାରା ପରୀକ୍ଷାର୍ଥୀ ସହଜ ପ୍ରଶ୍ନର ଚୟନ କରି ଏହାର ଉତ୍ତର ଦେଇପାରିବେ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ନିଶାଙ୍କ ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ତର୍କ ତଥା ଚିନ୍ତନ କ୍ଷମତା ବୃଦ୍ଧି କରିବା ଲାଗି ଏଭଳି ପଦ୍ଧତିକୁ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ପ୍ରତି ବିଷୟରେ ୨୦ ପ୍ରତିଶତ ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ, ୧୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ସେହିପରି ୨୦ ନମ୍ବରର ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ୍‌ ରହିବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ପ୍ରାକ୍ଟିକାଲ୍‌, ଥିଓରୀ ଏବଂ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ୍‌ ଆଦିରେ ଅଲଗା ଅଲଗା ୩୩ ପ୍ରତିଶତ ନମ୍ବର ରଖିବାକୁ ହେବ। ୭୦ ନମ୍ବର ଥିବା ବିଷୟରେ ୨୩ ଏବଂ ୮୦ ନମ୍ବର ଥିବା ବିଷୟରେ ୨୮ ନମ୍ବର ରଖିବା ବାଧ୍ୟତାମୂଳକ ହେବ ବୋଲି ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ଅଫିସରେ ଏମ୍‌ବିଏ ଚାଏ ଓ୍ବାଲା, ମିଳୁଛି ୪ ପ୍ରକାରର ଚା’

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ଏଏପି, କଂଗ୍ରେସ ଏବଂ ଭାଜପା କ୍ଷମତା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତିି। ଏସବୁ ଭିତରେ...

ନୌକାଯାତ୍ରା କଲେ ପ୍ରିୟଙ୍କା

ବାରାଣସୀ,୧୦।୧: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ବାରାଣସୀକୁ ଦିନିକିଆ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି...

ନା ସୁନା ନା ରୂପା; ଦୋକାନରୁ ହେଉଛି ଟମାଟୋ ଲୁଟ୍‌, ମାମଲା ରୁଜୁ

ଲକ୍ଷ୍ନୌ,୧୪।୭: ନା ସୁନା ନା ରୂପା। ୨୬ କିଲୋ ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଲୁଟି ନେଇଛନ୍ତି ଲୁଟେରା। ଉତ୍ତରପ୍ରଦେଶର...

ସାମାଜିକ ଦୂରତା ହ୍ରାସ ପାଇଲେ ବଢ଼ିବ ସଙ୍କଟ: ମୋଦି

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ଭାଇରସ୍‌ ମହାମାରୀ ସଙ୍କଟ ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ...

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ...

ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର...

ଚକୋଲେଟ୍‌, ଫୁଲ ନେଇ ଅଡୁଆରେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଆକ୍ଟ୍ରେସ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଜଣେ ଠକ ଜେଲରେ ବସି ନିୟମିତ ଫୁଲ ଓ ଚକୋଲେଟ୍‌ ପଠାଉଥିଲେ। ପରିଚୟ ଗୋପନ ରଖି ଯୋଗାଯୋଗ ପାଇଁ...

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ

ନୂଆଦିଲ୍ଲୀ,୧୨।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ...

Advertisement
Archives

Model This Week