Posted inଜାତୀୟ

ବଦଳିଲା ଫୈଜାବାଦ ଜଙ୍କସନର ନାମ

ଲକ୍ଷ୍ନୌ,୨ ।୧୧: ଉତ୍ତର ପ୍ରଦେଶର ଫୈଜାବାଦ ରେଲୱେ ଜଙ୍କସନର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କାଣ୍ଟ କରିଦିଆଯାଇଛି । ଏହାକୁ ନେଇ ଅଧିସୂଚନା ଜାରି କରାଯାଇଛି । ପ୍ରମୁଖ ସଚିବ ଲୋକ ନିର୍ମାଣ ବିଭାଗ ନିତିନ ରମେଶ ଗୋକର୍ନ ଏହି ଅଧିସୂଚନା ଜାରି କରିଛନ୍ତି । ଏହି ନାମ ପରିବର୍ତ୍ତନର ନିଷ୍ପତ୍ତି ବହୁ ପୂର୍ବରୁ ନିଆ ସରିଥିଲା । ଆଉ ଏବେ ଅଧିସୂଚନା ଜାରି କରାଯାଇଛି । ସୂଚନାଯୋଗ୍ୟ, ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟୁଇଟ୍ କରାଯାଇଥିଲା କି , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଜଙ୍କସନର ନାମ ‘ଅଯୋଧ୍ୟା କାଣ୍ଟ’ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ ଯୋଗୀ ଆଦିତ୍ୟନାଥଙ୍କ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ୨୦୧୮ରେ ଫୌଜାବାଦ ଜିଲା ଓ ମଣ୍ଡଳର ନାମ ପରିବର୍ତ୍ତନ କରି ଅଯୋଧ୍ୟା କରିଦେଇଥିଲେ । ସେହିପରି ଭାଜପା ସରକାର ଇଲାହବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ଓ ମୁଗଲସରାୟ ଜଙ୍କସନର ନାମ ପରିବର୍ତ୍ତନ କରି ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ କରିଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି କର୍ନାଟକର ଯୁବତୀ? ହିଜାବ ବିବାଦ ମଧ୍ୟରେ ଯାହା ଭିଡିଓ ହେଉଛି ଭାଇରାଲ

ବେଙ୍ଗାଲୁରୁ,୯।୨: କର୍ନାଟକରେ ହିଜାବକୁ ନେଇ ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ମୁସଲମାନ ଯୁବତୀ। ତାଙ୍କର ଏକ ଭିଡିଓ...

୨୦୨୦ ବର୍ଷରେ ହୋଇଛି ବହୁ ପରିବର୍ତ୍ତନ, ବିଗିଡ଼ିଥିବା ସ୍ଥିତି ପୁଣି ହେଉଛି ସ୍ବାଭାବିକ : ମୋଦି

ନୂଆଦିଲ୍ଲୀ,୧୨।୧୨: ଚଳିତ ୨୦୨୦ ବର୍ଷରେ ଭାରତ ସମେତ ସମଗ୍ର ପୃଥିବୀରେ ବହୁ ପରିବର୍ତ୍ତନ ହୋଇଛି। ୨୦-୨୦(ଟୋଣ୍ଟି-ଟୋଣ୍ଟି) କ୍ରିକେଟ ମ୍ୟାଚ୍‌ ଠାରୁ ଏହି ବର୍ଷ ଅଧିକ ତୀବ୍ର...

ହାଇକୋର୍ଟ ଗଲେ ରକୁଲ

ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି...

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ...

ଭୋଟ କେନ୍ଦ୍ରରେ ପହଞ୍ଚିଲେ ନବ ବିବାହିତ ଯୋଡ଼ି

ଶ୍ରୀନଗର,୧୮।୪: ଲୋକ ସଭା ନିର୍ବାଚନରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳୁଛି। ଏହି ମର୍ମରେ...

ସୋମବାର ୯.୭୫ କୋଟି ଚାଷୀଙ୍କ ଖାତାକୁ ପଠାଯିବ ୧୯,୫୦୦ କୋଟି …

ନୂଆଦିଲ୍ଲୀ,୮।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯.୭୫ କୋଟି ଚାଷୀଙ୍କୁ ୧୯,୫୦୦କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ...

କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ

ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍‌ପି-ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ...

କପିପେଷ୍ଟ ଟୁଇଟ୍‌ ଉପରେ ଲାଗିବ ଲଗାମ!

ନୂଆଦିଲ୍ଲୀ,୨୯।୮: ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଏହା ଫଳରେ ଦଳ ଓ ବିଭିନ୍ନ ସଂସ୍ଥା ପାଇଁ କାମ କରୁଥିବା...

Advertisement
Archives

Model This Week