Posted inଖେଳ

ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପ

କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ବୋଲିଂ କୋଚ୍‌ ଆଝାର ମେହମୁଦ, ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର ଓ ଟ୍ରେନର ଗ୍ରାଣ୍ଟ ଲୁଡେନ ପଦ ଛାଡ଼ିବେ। ପିସିବି କ୍ରିକେଟ କମିଟି ଶୁକ୍ରବାର ବୈଠକରେ ସଦସ୍ୟମାନେ କୋଚ୍‌ ପରିବର୍ତ୍ତନ କରିବା ନେଇ ସୁପାରିସ ଦେଇଥିଲେ। ପିସିବି ମ୍ୟାନେଜର ଓ୍ବାସିମ ଖାନଙ୍କ ନେତୃତ୍ୱାଧୀନ କମିଟିରେ ଓ୍ବାସିମ ଆକ୍ରମ, ମିଶବା ଉଲ ହକ୍‌ ଓ ଉରୁଜ ମମତାଜ ସଦସ୍ୟ ଥିଲେ। କମିଟିର ସୁପାରିିସକୁ ମୁଁ ଗ୍ରହଣ କରୁଛି। ପାକିସ୍ତାନ ଦଳକୁ ନୂଆ ନେତୃତ୍ୱ ଦରକାର। ପିସିବି ପକ୍ଷରୁ ମୁଁ ଆର୍ଥର, ଫ୍ଲାଓର, ଲୁଡେନ ଓ ମେହମୁଦଙ୍କୁ ଧନ୍ୟବାଦ ଦେଉଛି। ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଦଳ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଆମେ ଦଳକୁ ଆହୁରି ଆଗକୁ ନେବାକୁ ଚାହୁଁ ବୋଲି ପିସିବି ମୁଖ୍ୟ ଇସାନ ମାନି କହିଛନ୍ତି। ଉଲ୍ଲେଖଥାଉ କି, ୨୦୧୬ରେ ଆର୍ଥର ପାକିସ୍ତାନ ଦଳର କୋଚ୍‌ ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏଥିସହ ଦଳ ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାତେଇଥିଲା। ଚୁକ୍ତି ଅନୁଯାୟୀ ତାଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାର ଥିଲା। କିନ୍ତୁ ଆର୍ଥର କାର୍ଯ୍ୟକାଳ ବଢ଼ାଇବା ନେଇ ପିସିବି କ୍ରିକେଟ କମିଟିକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ବେରେଟିନି ଫାଇନାଲରେ

ଲଣ୍ଡନ, ୧୦।୭- ଇଟାଲିର ମାଟେଓ ବେରେଟିନି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ...

ଇତିହାସ ରଚିଲେ ମନ୍ଧାନା

ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍‌ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ...

ବିବିଏଲରେ କୋଭିଡ୍‌-୧୯ ପ୍ରୋଟୋକଲ ଭାଙ୍ଗିଛନ୍ତି କ୍ରିସ ଲିନ, ଡାନ ଲରେନ୍ସ

ବ୍ରିସବେନ,୧୪।୧୨: ବ୍ରିସବେନ ହିଟ୍‌ ଅଧିନାୟକ କ୍ରିସ ଲିନ ଓ କ୍ଲବର ବିଦେଶୀ ଖେଳାଳି ଡାନ ଲରେନ୍ସ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଦୁହେଁ କାନବେରାଠାରେ...

ଦ୍ରାଭିଡଙ୍କ ଏହି ଟିପ୍ସ ମାନିଲେ ଭାରତ ଗସ୍ତରେ ସଫଳ ହେବ ଇଂଲଣ୍ଡ

ଇଂଲଣ୍ଡର ପୂର୍ବତନ କେଭିନ ପିଟରସନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ଆଗାମୀ ଭାରତ ଏବଂ ଇଂଲଣ୍ଡ ସିରିଜ୍‌ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି...

କେ.ଏଲ୍‌. ରାହୁଲଙ୍କୁ ମିଛ କହିଥିଲେ ତାଙ୍କ ମା’, ୨୭ ବର୍ଷ ଧରି…

ନୂଆଦିଲ୍ଲୀ,୩୦।୩: ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ତଥା ଏବେ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ୍‌ ରାହୁଲଙ୍କୁ ଦୀର୍ଘ ୨୬ରୁ ୨୭ ବର୍ଷ ଧରି...

ଧୋନୀଙ୍କଠାରୁ ଉପହାର ପାଇ ପାକିସ୍ତାନ କ୍ରିକେଟର୍‌ଙ୍କ ଖୁସି କହିଲେ ନ ସରେ…

ଚେନ୍ନାଇ,୯।୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଜର୍ସି ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ଦେଇଛନ୍ତି।...

ଭାରତ ନିୟନ୍ତ୍ରଣରେ କାନପୁର ଟେଷ୍ଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତୀୟ ଦଳର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ...

ଅଲିମ୍ପିକ୍ସରୁ ଭାରତକୁ ୬ ପଦକ ସମ୍ଭାବନା

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସରେ ଭାରତକୁ ଅତିକମ୍‌ରେ ୬ ପଦକ ମିଳିବା ସମ୍ଭାବନା ରହିଛି ବୋଲି ଓଡ଼ିଶାର କ୍ରୀଡ଼ା ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।...

Advertisement
Archives

Model This Week