Posted inଖେଳ

ବଦଳିପାରେ ଓଭରଥ୍ରୋ ନିୟମ

ଲଣ୍ଡନ,୨୦।୭(ପି.ଟି.)- କ୍ରିକେଟ ନିୟମ ପ୍ରସ୍ତୁତକାରୀ ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଓଭରଥ୍ରୋ ନିୟମରେ ପରିବର୍ତ୍ତନ କରିପାରେ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ୍‌ ଫାଇନାଲରେ ଓଭରଥ୍ରୋ ବିବାଦ ଉପୁଯିବା ପରେ ଏହି ନିୟମ ଉପରେ ବିଚାର କରାଯିବା ନେଇ ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ର ଅନ୍ତିମ ଓଭରରେ ହୋଇଥିବା ଓଭରଥ୍ରୋ ନ୍ୟୁଜିଲାଣ୍ଡର ଦୁର୍ଭାଗ୍ୟଜନକ ପରାଜୟର କାରଣ। ମାର୍ଟିନ ଗୁପ୍‌ଟିଲଙ୍କ ଥ୍ରୋ ବେନ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜିବା ପରେ ବଲ ବାଉଣ୍ଡରି ସୀମା ଅତିକ୍ରମ କରିଯାଇଥିଲା। ଅନ୍‌ଫିଲ୍ଡ ଅମ୍ପାୟର କୁମାର ଧର୍ମସେନା ଓ ମାରିଅସ ଇରାସମୁସ ଏହାକୁ ଚୌକା ବୋଲି ଘୋଷଣା କରିଥିଲେ। ଯାହାଫଳରେ ମ୍ୟାଚ୍‌ର ଫଳାଫଳ ପାଇଁ ସୁପର ଓଭର ଖେଳାଯାଇଥିଲା ଓ ପରେ ଇଂଲଣ୍ଡ ଟ୍ରଫି ହାତେଇ ନେଇଥିଲା। କିନ୍ତୁ ଆଇସିସି ଏଲାଇଟ ପ୍ୟାନେଲ ଅମ୍ପାୟର ସାଇମନ ଟଫେଲ କହିଛନ୍ତି, ନିୟମ ଅନୁଯାୟୀ ଅମ୍ପାୟରମାନେ ଇଂଲଣ୍ଡକୁ ୬ ରନ୍‌ ପରିବର୍ତ୍ତେ ୫ ରନ୍‌ ଦେବା କଥା। କାରଣ ଡିପ୍‌ ଅଞ୍ଚଳରୁ ଗୁପ୍‌ଟିଲ ଥ୍ରୋ କରିବା ପୂର୍ବରୁ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ ରନ୍‌ ପୂରଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଫର୍ମର ରହସ୍ୟ ଖୋଲିଲେ ଧାଓ୍ବନ

ଦୁବାଇ,୨୨।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ...

ଜାତୀୟ ସିନିୟର ରଗ୍‌ବୀ ସେଭେନ୍ସ: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୧୭।୭(କ୍ରୀଡ଼ା ପ୍ରତିନିଧି): ବିହାରର ପାଟଣାସ୍ଥିତ ପାଟଳିପୁତ୍ର ଷ୍ଟାଡିୟମରେ ଜାତୀୟ ସିନିୟର ରଗ୍‌ବୀ ସେଭେନ୍ସ (ମହିଳା/ପୁରୁଷ) ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ଲିସ୍‌ବନରେ ପହଞ୍ଚତ୍ଲେ ନୀରଜ

ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍‌ ୧୦ରେ ଲିସ୍‌ବନରେ...

ମିଥାଲି ରାଜଙ୍କ ଦଳରେ ସ୍ଥାନ ପାଇଲେ ଏହି ଓଡ଼ିଆ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ...

ଦିନିକିଆ ସିରିଜ ଜିତିଲା ଶ୍ରୀଲଙ୍କା

କଲମ୍ବୋ, ୨୯।୭- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୩୨ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି।...

ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା

ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍‌...

ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍‌ଜାଦ

ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍‌ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍‌...

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର, ପିଠିରେ କରିଛନ୍ତି ଏମିତି

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ...

Advertisement
Archives

Model This Week