Posted inଜାତୀୟ

ବଦଳିଗଲା ସଚ୍ଚିନଙ୍କ ଦାଢ଼ି କାଟିଥିବା ବାର୍ବଲ ଗର୍ଲଙ୍କ ଜୀବନ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବନଓ୍ବାରି ତୋଲା ଗାଁରେ ଥିବା ନେହା ଓ ଜ୍ୟୋତି ନାମକ ଦୁଇ ଭଉଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଦିନେ ପିତାଙ୍କର ଅସୁସ୍ଥତା ପାଇଁ ଘରୁ ଗୋଡ କାଢିଥିବା ଏହି ଦୁଇ ଭଉଣୀ କିଛି ସାଧାରଣ କାମ ହାତକୁ ନେଇ ନ ଥିଲେ। ଏମାନେ ପିତାଙ୍କ ବ୍ୟବସାୟ ସମ୍ଭାଳିବାକୁ ଯାଇ ଏକ ସେଲୁନ୍‌ ଆରମ୍ଭ କରିଥିଲେ। ଯେଉଁଠି ଏମାନେ ପୁରୁଷମାନଙ୍କର ଦାଢି କାଟୁଥିଲେ। ପ୍ରଥମେ ପ୍ରଥମେ ଏମାନେ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ଏବେ ଏମାନେ ଆସିଛନ୍ତି ଚର୍ଚ୍ଚାକୁ। ଏମିତି ଏକ ଖବର ସାମ୍ନାକୁ ଆସିବା ପରେ ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକର ଜ୍ୟୋତି ଓ ନେହାଙ୍କ ସେଲୁନରେ ଆସି ଦାଢି କାଟିଥିଲେ। ଏହାପରେ ସଚ୍ଚିନ ଏହାକୁ ନେଇ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଦୁଇ ଭଉଣୀଙ୍କର ବେଶ୍‌ ପ୍ରଶଂସା କରିଥିଲେ। ଏହାପରେ ଜ୍ୟୋତି ଓ ନେହାଙ୍କର ଏକ ଭିଡିଓ ୟୁଟ୍ୟୁବରେ ଭାଇରାଲ ମଧ୍ୟ ହୋଇଥିଲା। ଏବେ ଏମାନଙ୍କ ପାଖରେ ବଲିଉଡ୍‌ର କେତେଜଣ ନାମୀ କଳାକାର ମଧ୍ୟ ଦାଢି କାଟିଥିବା କୁହାଯାଉଛି। ପିତାଙ୍କ ସଂସାର ବୋଝକୁ ମୁଣ୍ଡରେ ନେଇ ବାହାରକୁ ଗୋଡ କାଢିଥିବା ଜ୍ୟୋତି ଓ ନେହାଙ୍କ ଭାଗ୍ୟରେ ଏବେ ପରିବର୍ତ୍ତନ ଆସିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ବିରୋଧୀ ଅଭିନବ ଲଢ଼େଇ

ନୂଆଦିଲ୍ଲୀ, ୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା...

ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ

ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ,...

ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଆସନ୍ତା ୧୬ ତାରିଖ ଅର୍ଥାତ୍‌ ରବିବାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।...

କୋମଳମତି ଶିଶୁଙ୍କ ଚିତ୍କାର ଶୁଣି ସାହାଯ୍ୟର ହାତ ବଢ଼ାଇଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨।୮: ଭୋଜପୁରୀ ସୁପରଷ୍ଟାର ତଥା ଭାଜପା ଏମ୍‌ପି ରବି କିଶନ ଶୁକ୍ରବାର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ପ୍ରବଳ ବର୍ଷାରେ କିଛି...

ହୋମ୍‌ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଦମତାରି,୩୧।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଛତିଶଗଡ଼ ଦମତାରି ତାଗାପାଣି ଅଞ୍ଚଳର ଜରେ ୩୫ ବର୍ଷୀୟ ଯୁବକ ହୋମ୍‌...

ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଜଣେ ୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ କରୋନାରେ...

୨୦୦୦ କେନ୍ଦ୍ରୀୟ ପୋଲିସ ମଗାଇଲା ମହାରାଷ୍ଟ୍ର

ମୁମ୍ବାଇ,୧୪ା୫: ମହାରାଷ୍ଟ୍ର ସରକାର ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ୍‌)ଯୋଗାଇଦେବା ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, କରୋନା...

ଫରିଦାବାଦ ସ୍କୁଲରେ ନିଆଁ: ୨ ଶିଶୁଙ୍କ ସମେତ ୩ ମୃତ

ଫରିଦାବାଦ,୮।୬: ହରିୟାଣାର ଫରିଦାବାଦରେ ଥିବା ଡାବୁଆ କଲୋନୀ ନିକଟରେ ଏକ ସ୍କୁଲ ଓ ଏହା ନିକଟରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯିବା ଫଳରେ...

Coronavirus Update


Archives

Model This Week

Why Dharitri