ବଣ୍ଡାଘାଟିରେ ବନ୍ୟା ପରିସ୍ଥିତି: ଅନେକ ଗ୍ରାମରେ ପହଞ୍ଚିପାରିନି ପ୍ରଶାସନ

ଖଇରପୁଟ, ୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାର ଖଇରପୁଟ ବ୍ଲକରେ ଲଗାଣବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇରହିଛି। କେତେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ବଣ୍ଡାଘାଟିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତର ପାତ୍ରପୁଟ, ଖୋଇଗୁଡା, କିଚାପଡା, ତୁସେଇପଡା, ଖାଲଗୁଡା, ଭେଜଗୁଡା, ଦାଣ୍ଡିଗୁଡା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରାମଗୁଡିକରେ ପ୍ରଶାସନ ପହଞ୍ଚତ୍ପାରିନାହିଁ । ପ୍ରବଳ ବର୍ଷା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପଶି ଲୋକଙ୍କ ଘର ଭାଙ୍ଗିଯାଇଛି। ନିତ୍ୟବ୍ୟବହୃତ ଜିନିଷପତ୍ର ନଷ୍ଟ ହୋଇଛି। କେତେକ ଗ୍ରାମରେ ମହାମାରୀ ଦେଖାଦେଲାଣି। ଗ୍ରାମଗୁଡିକର ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। କୌଣସି ସ୍ବାସ୍ଥ୍ୟକର୍ମୀଙ୍କ ଗ୍ରାମଗୁଡିକରେ ପାଦ ପଡୁନାହିଁ। ଜିଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ କୌଣସି ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି। ପାହାଡିଆ ଅଞ୍ଚଳ ରୂପେ ପରିଚିତ ବଣ୍ଡାଘାଟିରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଅନେକ ଚାଷଜମିରେ ବର୍ଷାପାଣି ପଶି ଚାଷ ନଷ୍ଟ ହୋଇଯାଇଛି। ଫଳରେ ଏହି ଆଦିମ ବଣ୍ଡା ଜନଜାତିର ଲୋକେ କିଭଳି ଚଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରାମରେ କୌଣସି ପ୍ରଶାସନିକ ଅଧିକାରୀ, ସ୍ବାସ୍ଥ୍ୟସେବା କିମ୍ବା ରିଲିଫ ସାମଗ୍ରୀ ପହଞ୍ଚତ୍ ନ ଥିବା ଦାଣ୍ଡିଗୁଡାର ସମରା ଶିଶା, ବୁଦ୍ରା ଦୋରା, ଗୁରୁ କିର୍ଷାନି, ଧବୁଲୁମୁଦୁଲି ଏବଂ କିଚାପଡା ଗ୍ରାମର ମଙ୍ଗଳା ମୁଦୁଲି, ବୁଦା ଶିଶା, ଶୁକ୍ରା ମୁଦୁଲି ପ୍ରମୁଖ କହିଛନ୍ତି। ପ୍ରଶାସନ ପକ୍ଷରୁ ଶୀଘ୍ର ସେମାନଙ୍କୁ ରିଲିଫ ସହ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଖଇରପୁଟ ବ୍ଲକର ସଦର ମହକୁମାର ମାଝିଗୁଡା, କେନ୍ଦୁଗୁଡା ଓ ଗମ୍ଭାରିଭଟ୍ଟା ୩ଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜଣେ ରୋଗୀ ମଧ୍ୟ ଫସି ରହିଛନ୍ତି। ମାଝିଗୁଡା ଗ୍ରାମର ଗୁରୁମାଝି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଟୋକେଇରେ ବୋହି ଅଣାଯାଇଥିଲା। ତେବେ ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲଟି ଧୋଇଯିବାରୁ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ନେବା ସମ୍ଭବପର ହୋଇ ନଥିବା ପ୍ରକାଶ କରିଛନ୍ତି। ପୂର୍ବରୁ ଗ୍ରାମବାସୀ ବାରମ୍ବାର ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ଫଳରେ ଆମେ ନାହିଁ ନ ଥିବା ହଇରାଣ ହେଉଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ବର୍ଷାରେ କ୍ଷୟକ୍ଷତି ହୋଇଥିବା ସମସ୍ତ ଗ୍ରାମକୁ ରିଲିଫ ସହ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଟୁନି ବିଜେଡି-ଭାଜପା କଳି

ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି...

କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...

ଜ୍ୱାଇଁଙ୍କ ମୁଣ୍ଡ କାଟି ଦେଇଥିଲେ ଶ୍ୱଶୁର

ସୋରଡା,୨୬ା୬: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ନିକଟ ନଦୀପଠାରୁ ପୋଲିସ ଗତ ମଙ୍ଗଳବାର ଭଗିଆ ବେହେରାଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲା। ପୋଲିସ ଭଗିଆ...

ଚେନ୍ନାଇ, ସୁରଟରୁ ଟ୍ରେନରେ ଆସିଲେ ୨୩୫୦ ପ୍ରବାସୀ

ଛତ୍ରପୁର, ୧୧।୫(ଡି.ଏନ୍‌.ଏ.): ଚେନ୍ନାଇ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସି ସୋମବାର ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ଏଥିରେ ମୋଟ ୨୩୫୦ ଜଣ...

ମାଥିଲିରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ମାଥିଲି, ୧।୧୦(ଡି.ଏନ.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଶୁକ୍ରବାର ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଫ୍ଲାଗ...

ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର

ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍‌ଶୀଘ୍ର ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ...

ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏମ୍‌ସ୍‌...

ରାଜ୍ୟରେ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଲିଗ୍‌

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳଗୁଡିକ କେତେ ସଫାସୁତୁରା ରହିଛି ତାହା ଜାଣିବା ଲାଗି ପ୍ରଥମଥର ସାରା ରାଜ୍ୟରେ ସ୍ବଚ୍ଛ ସର୍ବେକ୍ଷଣ (ଏସ୍‌ଏସ୍‌) ଲିଗ୍‌ ୨୦୨୦ ଆରମ୍ଭ ହେବ।...

Advertisement
Archives

Model This Week