Posted inଜାତୀୟ

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୩।୧: ଦେଶରେ ବେକାରଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଛି। ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୬ ଲକ୍ଷ ୮୫ ହଜାର ଚାକିରି ଖାଲି ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଗ୍ରୁପ୍‌ ସିରେ ୫ ଲକ୍ଷ ୭୫ ହଜାର, ଗ୍ରୁପ୍‌ ବିରେ ୯୦ ହଜାର ଏବଂ ଗ୍ରୁପ୍‌ ଏରେ ୨୦ ହଜାର ପଦବୀ ପୂରଣ ହୋଇପାରିନି। ଏସବୁ ପଦବୀ ଶୀଘ୍ର ପୂରଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗକୁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁୟାରୀ ୨୧ରେ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ,ଦେଶର ଯୁବବର୍ଗଙ୍କ ମଧ୍ୟରେ ଚାକିରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ବିଭିନ୍ନ ଆର୍ଥିକ ନୀତିର ନକାରାତ୍ମକ ପ୍ରଭାବ ଯୋଗୁ ବହୁ ଲୋକ ଛଟେଇ ହୋଇଛନ୍ତି। ବେକାରୀ ସମସ୍ୟା ଯୋଗୁ କେତେକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ସର୍ବାଧିକ ଅଧିକ ବେକାର ଆତ୍ମହତ୍ୟା କରିଥିବା ଏଥିରେ ଦର୍ଶାଯାଇଛି। ଏହି ବର୍ଷରେ ମୋଟ ୨୬ ହଜାର ୮୫ ଜଣ ଲୋକ ବେକାରୀ ଯୋଗୁ ଆତ୍ମହତ୍ୟା କରିଥିଲେ। ଫଳରେ ପ୍ରତିଦିନ ହାରାହାରି ୩୫ ଜଣ ବେକାର ଏବଂ ବିଭିନ୍ନ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ୩୬ ଜଣ ଲୋକ ଆତ୍ମହତ୍ୟା କରିଥିବା ନେଇ ତଥ୍ୟ ପ୍ରକାଶ ପାଇଛି। ୨୦୧୮ରେ ୧୨ ହଜାର ୯ ଶହ ୩୬ ଜଣ ବେକାର ଏବଂ ବିଭିନ୍ନ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ୧୩ ହଜାର ଶହେ ୪୯ ଜଣ ଆତ୍ମହତ୍ୟା କରିଥିଲେ। ବେକାର ଏବଂ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା ସଂଖ୍ୟା ଚାଷୀଙ୍କ ଆତ୍ମହତ୍ୟା ତୁଳନାରେ ଯଥେଷ୍ଟ ଅଧିକ ଥିବା ଏହି ରିପୋର୍ଟରେ କୁହାଯାଇଛି। ୨୦୧୮ ବର୍ଷରେ ୧୦ ହଜାର ୩ଶହ ୪୯ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବେକାରୀ ସଂଖ୍ୟା ୬.୩୮ ପ୍ରତିଶତ ଥିବାବେଳେ ୨୦୧୯ ଫେବୃୟାରୀ, ଜୁନ୍‌ ଏବଂ ଅକ୍ଟୋବରରେ ଏହା ଯଥାକ୍ରମେ ୭.୨୦ ପ୍ରତିଶତ, ୭.୮୭ ପ୍ରତିଶତ ଏବଂ ୮.୧ ପ୍ରତିଶତ ଥିଲା। ସେହିପରି ୨୦୧୮ରେ ଗ୍ରାମୀଣ ଅଞ୍ଚଳ ତୁଳନାରେ ସହରରେ ଅଧିକ ବେକାର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସହରରେ ବେକାରୀଙ୍କ ସଂଖ୍ୟା ୮.୫ ପ୍ରତିଶତ ଥିବାବେଳେ ଦେଶର ଗ୍ରାମୀଣ ଅଞ୍ଚଳରେ ଏହା ୭.୯ ରହିଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?