ବଢୁଛି ତରଭୁଜର ଚାହିଦା

କେନ୍ଦୁଝର, ୨୮ା୪ (ସ୍ବ.ପ୍ର.)-ପ୍ରବଳ ଖରା ଲାଗି ତରଭୂଜର ଚାହିଦା ବଢୁଛି ା ବିଶେଷ କରି ସହରାଞ୍ଚଳରେ ତରଭୂଜ ଖାଇବା ପାଇଁ ଲୋକଙ୍କ ଆଗ୍ରହକୁ ଦେଖି ଚାଷୀ ଓ ବେପାରୀ ତରଭୂଜ ଆଣି ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। କିନ୍ତୁ ଚାଷୀଙ୍କର ଆର୍ଥିକ ଅବସ୍ଥା ସୁଧୁରୁନାହିଁ। ଜିଲାର ତେଲକୋଇ, ସାହାରପଡା ଅଞ୍ଚଳରେ ତରଭୂଜ ଚାଷ ହୋଇଥାଏ ା ସେହିପରି ପଡୋଶୀ ଜିଲା ଅନୁଗୋଳ ପାଲଲହଡା ଅଞ୍ଚଳରୁ ମଧ୍ୟ ତରଭୂଜ ଏଠାକୁ ବେପାର ପାଇଁ ଆସିଥାଏ। ଏହି ଜିଲାରୁ ଟ୍ରିପ ଟ୍ରିପ ତରଭୂଜ ବେପାରୀ ମାନେ ଅନ୍ୟ ଜିଲାକୁ ନେଇଯାଇ ଲାଭବାନ ହୋଇଥାନ୍ତି। କିନ୍ତୁ ଚାଷୀ ସେଭଳି ପ୍ରୋତ୍ସାହନ ଓ ମୂଲ୍ୟ ପାଉନଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରୁ ନାହିଁ ା ଅନେକ ସମୟରେ କାଳବୈଶାଖୀ, ଜଳାଭାବ, କୁଆପଥର ମାଡ ଆଦି ଯୋଗୁଁ ତରଭୂଜ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ ହେଁ କ୍ଷତିପୂରଣ ପାଉନଥିବାରୁ ଆଗଭଳି ଆଗ୍ରହ କରୁନାହାନ୍ତି।

ଚାଷୀ ମାନେ ସହରରେ ତରଭୂଜ ଗୋଟା ୫ରୁ ୨୦ ଟଙ୍କା (ସାଇଜ ଅନୁଯାୟୀ)ରେ ବିକ୍ରି କରିଥାନ୍ତି। କେତେକ ବେପାରୀ ଏହି ତରଭୁଜକୁ କାଟି ଅଧିକ ଦୁଇ ପଇସା ଲାଭ କରୁଛନ୍ତି। ଗ୍ରୀଷ୍ମ ଋତୁରେ ତରଭୂଜ ବ୍ୟବସାୟରୁ ଚାଷୀ, ଛୋଟବଡ ବେପାରୀ ଲାଭବାନ ହେଉଥିବା ବେଳେ ଲୋକ ମାନେ ସୁସ୍ବାଦୁ ତରଭୂଜର ମଜାଉଠାଇଥାନ୍ତି। ପ୍ରବଳ ଗରମରେ ତରଭୂଜ, ସର୍ବତ ଆଦି ଲୋକେ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। ଏହା ଦ୍ୱାରା ଭୋକ ଓ ଶୋଷ ମେଣ୍ଟିିଯାଏ ା ତରଭୂଜ ଜୁସ କରି ଅନେକ ପିଇଥାନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି ସରୋଜ ନାୟକ କହିଛନ୍ତି। ଖରାରେ ପାଣି ସୁବିଧା ନ ଥିଲେ ତରଭୂଜ ଚାଷ କରିବା କଷ୍ଟକର ା ପାଣି ଅଭାବରୁ ନଷ୍ଟ ହୋଇଯିବା ଆଶଙ୍କା ରହିଥାଏ। ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ପଡେ ା ତେବେ କ୍ଷତିପୂରଣ ମିଳେ ନାହିଁ  ବୋଲି ଚାଷୀ ରବୀନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri