ବଢୁଛି ତରଭୁଜର ଚାହିଦା

କେନ୍ଦୁଝର, ୨୮ା୪ (ସ୍ବ.ପ୍ର.)-ପ୍ରବଳ ଖରା ଲାଗି ତରଭୂଜର ଚାହିଦା ବଢୁଛି ା ବିଶେଷ କରି ସହରାଞ୍ଚଳରେ ତରଭୂଜ ଖାଇବା ପାଇଁ ଲୋକଙ୍କ ଆଗ୍ରହକୁ ଦେଖି ଚାଷୀ ଓ ବେପାରୀ ତରଭୂଜ ଆଣି ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। କିନ୍ତୁ ଚାଷୀଙ୍କର ଆର୍ଥିକ ଅବସ୍ଥା ସୁଧୁରୁନାହିଁ। ଜିଲାର ତେଲକୋଇ, ସାହାରପଡା ଅଞ୍ଚଳରେ ତରଭୂଜ ଚାଷ ହୋଇଥାଏ ା ସେହିପରି ପଡୋଶୀ ଜିଲା ଅନୁଗୋଳ ପାଲଲହଡା ଅଞ୍ଚଳରୁ ମଧ୍ୟ ତରଭୂଜ ଏଠାକୁ ବେପାର ପାଇଁ ଆସିଥାଏ। ଏହି ଜିଲାରୁ ଟ୍ରିପ ଟ୍ରିପ ତରଭୂଜ ବେପାରୀ ମାନେ ଅନ୍ୟ ଜିଲାକୁ ନେଇଯାଇ ଲାଭବାନ ହୋଇଥାନ୍ତି। କିନ୍ତୁ ଚାଷୀ ସେଭଳି ପ୍ରୋତ୍ସାହନ ଓ ମୂଲ୍ୟ ପାଉନଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରୁ ନାହିଁ ା ଅନେକ ସମୟରେ କାଳବୈଶାଖୀ, ଜଳାଭାବ, କୁଆପଥର ମାଡ ଆଦି ଯୋଗୁଁ ତରଭୂଜ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ ହେଁ କ୍ଷତିପୂରଣ ପାଉନଥିବାରୁ ଆଗଭଳି ଆଗ୍ରହ କରୁନାହାନ୍ତି।

ଚାଷୀ ମାନେ ସହରରେ ତରଭୂଜ ଗୋଟା ୫ରୁ ୨୦ ଟଙ୍କା (ସାଇଜ ଅନୁଯାୟୀ)ରେ ବିକ୍ରି କରିଥାନ୍ତି। କେତେକ ବେପାରୀ ଏହି ତରଭୁଜକୁ କାଟି ଅଧିକ ଦୁଇ ପଇସା ଲାଭ କରୁଛନ୍ତି। ଗ୍ରୀଷ୍ମ ଋତୁରେ ତରଭୂଜ ବ୍ୟବସାୟରୁ ଚାଷୀ, ଛୋଟବଡ ବେପାରୀ ଲାଭବାନ ହେଉଥିବା ବେଳେ ଲୋକ ମାନେ ସୁସ୍ବାଦୁ ତରଭୂଜର ମଜାଉଠାଇଥାନ୍ତି। ପ୍ରବଳ ଗରମରେ ତରଭୂଜ, ସର୍ବତ ଆଦି ଲୋକେ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। ଏହା ଦ୍ୱାରା ଭୋକ ଓ ଶୋଷ ମେଣ୍ଟିିଯାଏ ା ତରଭୂଜ ଜୁସ କରି ଅନେକ ପିଇଥାନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି ସରୋଜ ନାୟକ କହିଛନ୍ତି। ଖରାରେ ପାଣି ସୁବିଧା ନ ଥିଲେ ତରଭୂଜ ଚାଷ କରିବା କଷ୍ଟକର ା ପାଣି ଅଭାବରୁ ନଷ୍ଟ ହୋଇଯିବା ଆଶଙ୍କା ରହିଥାଏ। ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ପଡେ ା ତେବେ କ୍ଷତିପୂରଣ ମିଳେ ନାହିଁ  ବୋଲି ଚାଷୀ ରବୀନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ

ସୋର,୧୬।୫: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜିରିତାଳ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ଜଣେ ୧୨ ବର୍ଷୀୟ...

ଓଡ଼ିଶାରେ ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୈପାରୀଗୁଡ଼ା,୧୬।୫(କଳ୍ପତରୁ ମହାନ୍ତି): ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା...

ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ…

ଜଳେଶ୍ବର,୧୪।୫( ନବୀନ ସାହୁ): ବାଲେଶ୍ୱର ଏସ୍‌ପଙ୍କି ବିରୋଧର ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜଳେଶ୍ୱର ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ। ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ...

ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍‌, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video

ଭୋଗରାଇ, ୧ ୩ l୫ ( ପ୍ରଦୀପ ଦାସ ): ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦...

ମନ୍ଦିରକୁ ୧ ଲକ୍ଷ ଦାନ

ନୀଳଗିରି,୧୩।୫(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ରାଧାକିଶୋରପୁର ପଞ୍ଚାୟତ ପୁନ୍ଦାଳ ଗ୍ରାମରେ ଥିବା ମା’ ମଙ୍ଗଳା ମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ...

ଏକାବେଳେ ୫ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଳିଗଲା ଦୋକାନ ଘର

ବାଲେଶ୍ୱର, ୧୨।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି...

ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ…

ବାଲେଶ୍ୱର,୯।୫: ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍‌ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି।  ବତ୍ତର୍ମାନ ସାରା...

ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri