Posted inଫୁରସତ

ବଡିବିଲ୍ଡିଂ ମାନିଆ: ବାଇସପ୍‌ରେ ଭର୍ତ୍ତି କରିଦେଲେ ୬ ଲିଟର ଭେସ୍‌ଲିନ୍‌

ମସ୍କୋ: ସମସ୍ତଙ୍କୁ ଲୋଡ଼ା ଆକର୍ଷଣୀୟ ଚେହେରା। ଏଥିପାଇଁ ସୁଠାମ ଶରୀର ଗଠନ ନିଶାରେ ପଡ଼ିଛନ୍ତି ଯୁବପିଢ଼ି। ହେଲେ ପରିଶ୍ରମ ନୁହେଁ, ବରଂ କମ୍‌ଦିନରେ ନିଜର ମାଂସପେଶୀ ସୃଦୃଢ଼ କରିବାକୁ ସହଜ ସୁବିଧା ଉପାୟ ଖୋଜୁଛନ୍ତି ସେମାନେ। ହେଲେ କାର୍ଟୁନ କାରେକ୍ଟର ପୋପେୟାଙ୍କ ଭଳି ରାତାରାତି ବଡି ଗଠନ ନିଶାରେ ବାଇସପ୍‌ରେ ୬ଲିଟର ଭେସ୍‌ଲିନ୍‌ ଭର୍ତ୍ତି କରି ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ଜଣେ ରୁଷୀୟ ଯୁବକ। ଶରୀରରେ ମାତ୍ରାଧିକ ଭେସ୍‌ଲିନ୍‌ ମୃତ୍ୟୁର କାରଣ ହୋଇପାରେ ବୋଲି ଡାକ୍ତର ଚେତାବନୀ ଦେବା ପରେ ବାଧ୍ୟ ହୋଇ ସେ ଅପରେଶନ କରାଇଛନ୍ତି। ତଥାପି ତାଙ୍କ ଅବସ୍ଥା ସଙ୍ଗିନ ରହିଛି। ବାଇସପ୍‌ ପାଇଁ ଏପରି ପାଗଳପଣ କରିଥିବା ଯୁବକ ଜଣକ ହେଲେ ୨୩ବର୍ଷୀୟ କେରିଲ ତେରେଶିନ। କାରିଲ ଜଣେ ମିକ୍ସଡ ମାର୍ଶଲ ଆର୍ଟ (ଏମଏମ୍‌ଏ) ଫାଇଟର। ଏହି ମାର୍ଶଲ ଆର୍ଟରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପାଇଁ ବଡି ଗଠନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସେ କଡ଼ା ଅଭ୍ୟାସ ଜାରି ରଖିଥିଲେ। ଏହା ସତ୍ତ୍ୱେ ବାଇସପ୍‌ ଗଠନକୁ ନେଇ ସନ୍ତୁଷ୍ଟ ନ ଥିଲେ କାରିଲ। ଏହାପରେ ସେ ବାଇସପ୍‌କୁ ଅସ୍ବାଭାବିକ ଭାବେ ବଢ଼ାଇବା ପାଇଁ ଇଞ୍ଜେକ୍ସନ ସହାୟତାରେ ପେଟ୍ରୋଲିୟମ ଜେଲି (ଭେସ୍‌ଲିନ୍‌) ଭର୍ତ୍ତି କରିଥିଲେ। ଗୋଟିଏ ବାହୁରେ ୩ କେଜି ଲେଖାଏ ଭେସଲିନ୍‌ ଭର୍ତ୍ତି କରିବା ପରେ ତାଙ୍କର ବାଇସପ୍‌ କାର୍ଟୁନ କାରେକ୍ଟର ପୋପେୟାଙ୍କ ଭଳି ଫୁଲିଗଲା ସତ, ହେଲେ ଏହାର ସାଂଘାତିକ କୁପ୍ରଭାବ ପଡ଼ିଲା ତାଙ୍କ ଶରୀର ଉପରେ।
ବାଇସପ୍‌ରୁ ତୁରନ୍ତ ଭେସ୍‌ଲିନ୍‌ ବାହାର କରା ନ ଗଲେ ତେରେଶିନଙ୍କ ମୃତ୍ୟୁ ହୋଇଯିବ ବୋଲି ଚେତାଇଦେଲେ ଡାକ୍ତର। ଏହା କରିବାକୁ ପ୍ରଥମେ ସେ ଅରାଜି ଥିଲେ। ବହୁ ବୁଝାଶୁଝା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତଥାପି ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ନ ଥିବା ଡାକ୍ତର କହିଛନ୍ତି। ବାଇସପ୍‌ରେ ଭର୍ତ୍ତି ହୋଇଥିବା ଭେସ୍‌ଲିନ ଯୋଗୁ ତାଙ୍କର ଟିସ୍ୟୁ ନଷ୍ଟ ହୋଇଯାଇଛି। ହାତର ବିଭିନ୍ନ ସ୍ଥାନକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଛି। ତାଙ୍କୁ ପ୍ରବଳ ଜ୍ୱର ହେଉଛି। ଦିନକୁ ଦିନ ସେ ଦୁର୍ବଳ ହୋଇପଡୁଛନ୍ତି। ଭେସ୍‌ଲିନ ଭଳି ବାହ୍ୟ ବ୍ୟବହୃତ କସ୍‌ମେଟିକ୍‌ ସାମଗ୍ରୀକୁ ଆଭ୍ୟନ୍ତରୀଣ ଅଙ୍ଗରେ ବ୍ୟବହାର କରିବାର ଫଳ ଭୋଗୁଛନ୍ତି ତେରେଶିନ। ସାମୟିକ ଆବେଗରେ ଆସି ଏପରି କାର୍ଯ୍ୟ ନ କରିବାକୁ ଡାକ୍ତରମାନେ ଦେଶର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?