ବଡ଼ ପରଦାରେ ଦୀପାବଳି

ମୁମ୍ବାଇ: ସବୁ ବଡ ବଡ ପର୍ବକୁ ରୁପେଲି ପରଦାରେ ଦେଖାଇବାକୁ ଚାହିଁଥାଆନ୍ତି ନିର୍ମାତା ନିର୍ଦ୍ଦେଶକ। ସେ ହୋଲି ହେଉ କି ଦୀପାବଳି, ଦଶହରା ହେଉ ଅବା ଗଣେଶ ପୂଜା। ସେମିତି ଦୀପାବଳିକୁ ନେଇ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଜଗତ ଦର୍ଶକଙ୍କ ନିକଟତର ହୋଇଛି। କଳାଧଳା ପରଦାରୁ ଆରମ୍ଭ କରି ଏବେକାର ରଙ୍ଗିନ ପରଦା ପର୍ଯ୍ୟନ୍ତ ଦୀପାବଳିକୁ ଏଠି ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ୧୯୫୯ରେ ଆସିଥିବା ଚଳଚ୍ଚିତ୍ର ‘ପୟିଗାମ୍‌’ରେ ଦର୍ଶକ କଳାଧଳା ପରଦାରେ ଦେଖିଥିଲେ ଦୀପାବଳିର ଝଲକ୍‌। ‘କେଶେ ଦିଓ୍ବାଲି ମନାୟେ’ ଗୀତ ମାଧ୍ୟମରେ ନିର୍ମାତା ଦର୍ଶକଙ୍କୁ ଭେଟି ଦେଇଥିଲେ ଦୀପାବଳିର କିଛି ମୁହୂର୍ତ୍ତକୁ। ସେହି ବର୍ଷ ଫିଲ୍ମ ‘ନଜରାନା’ରେ ମଧ୍ୟ ‘ମେଲେ ହେ ଚିରାଗୋ କେ’ ଗୀତଟି ଦୀପାବଳିକୁ ନେଇ ପ୍ରସ୍ତୁତ କରାଯାଇଥିଲା। ୧୯୬୪ରେ ମୁଭି ‘ହକିକତ୍‌’ରେ ମଧ୍ୟ ଦୀପାବଳିକୁ ସ୍ଥାନ ମିଳିଥିଲା। ଏହାପରେ ରଙ୍ଗିନ ଚଳଚ୍ଚିତ୍ରରେ ଦୃଶ୍ୟାୟିତ ହେଲା ଦୀପାବଳି। ୧୯୭୩ରେ ‘ଜୁଗ୍‌ନୁ’ ଚଳଚ୍ଚିତ୍ର ମାଧ୍ୟମରେ ଦିଓ୍ବାଲି ଗୀତରେ ଅଭିନୟ କଲେ ହି ମ୍ୟାନ୍‌ ଧର୍ମେନ୍ଦ୍ର। ୧୯୯୨ରେ ଚଳଚ୍ଚିତ୍ର ‘ଯୋ ଜିତା ଓ୍ବହି ସିକନ୍ଦର’ରେ ‘ସେହେର କି ପରିୟୋଁ’ ଗୀତରେ ଦୀପାବଳିକୁ ସ୍ଥାନିତ କରାଗଲା। ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିବା ୨୦୦୧ର ଚଳଚ୍ଚିତ୍ର ‘ଆମଦାନି ଆଠାନି ଖର୍ଚ୍ଚା ରୂପୟା’ରେ ‘ଆୟେ ହୋ ଦିଓ୍ବାଲି ଶୁନ ଲୋ ଘରଓ୍ବାଲି’ ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ୨୦୦୦ମସିହାରେ ପରଦାରେ ରାଜ୍‌ କରିଥିବା ଚଳଚ୍ଚିତ୍ର ‘ମୋହବତେ’ରେ ମଧ୍ୟ ‘ପରିୟେଁା ମେ ବନ୍ଧନ ହୈ’ ଗୀତରେ ଦେଖିବାକୁ ମିଳିଥିଲା ଦୀପାବଳିର ଝଲକ୍‌। ସେହିପରି ୨୦୦୧ରେ ପରଦାକୁ ଆସିଥିବା ବିଗ୍‌ ବି ଓ ଜୟା ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ୍‌’ରେ ସ୍ଥାନିତ ହୋଇଥିଲା ଏକ ଦିଓ୍ବାଲି ସଙ୍ଗ୍‌। ଏହାର ଟାଇଟଲ ସଙ୍ଗ୍‌ ହିଁ ଦିଓ୍ବାଲି ପର୍ବର ତାତ୍ପର୍ଯ୍ୟକୁ ବଖାଣିଥିଲା। କେବଳ ଏତିକି ନୁହେଁ, ବଲିଉଡର ଆଉ ଏକ ବିଶେଷତ୍ୱ ହେଉଛି ଦିଓ୍ବାଲିକୁ ନଜରରେ ରଖି ଏଠାରେ ନିର୍ମାତା ନିର୍ଦ୍ଦେଶକମାନେ ଦର୍ଶକଙ୍କୁ ଭେଟି ଦିଅନ୍ତି କିଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପୂର୍ବରୁ ପ୍ରଭାସଙ୍କ ସିଡିପି ଭାଇରାଲ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ଦମଦାର ଅଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସଙ୍କ ସିଡିପି(କମନ ଡିସପ୍ଲେ ପିକଚର)...

୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଓସ୍କାର ବିଜେତାଙ୍କୁ କିପରି ଚୟନ କରାଯାଏ, ଜାଣନ୍ତୁ…

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଗଣିତ ହୁଏ। ତେବେ ସୋମବାର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ...

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ...

ଇରାନ ମହିଳାଙ୍କ ସପକ୍ଷରେ ବାହାରିଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ୟୁନିସେଫ (ୟୁନିସେଫ) ଗୁଡଓ୍ବିଲ ଆମ୍ବାସାଡାର ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କା...

ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ...

କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର...

ଅଙ୍କିତା କହିଲେ ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର, ଭିଡିଓ ଦେଖି ପ୍ରେମିକଙ୍କ…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛନ୍ତି। ବର୍ତ୍ତମାନ ସେ ‘ପବିତ୍ରରିସ୍ତା’ର ସିଜନ ୨ ରେ ନଜର ଆସୁଛନ୍ତି। ଏଥି ସହିତ...

Advertisement
Archives

Model This Week