ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଝାରସୁଗୁଡା ଅଫିସ୍‌/ ଲଖନପୁର, ୨୪।୪(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍‌ଆର୍‌ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ସୁରେଶ ଧୁରୁଆ(୩୫)ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ପ୍ରଥମେ ଝାରସୁଗୁଡା ଜିଲା ମୁଖ୍ୟଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ୍‌ ସୂତ୍ରରୁ ଜଣାପଡିଛି। ଖବରପାଇ ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡାଙ୍କ ସମେତ ଏକ ପୋଲିସ୍‌ ଟିମ୍‌ ଆର୍‌ଆର୍‌ କଲୋନୀରେ ପହଞ୍ଚି ରକ୍ତମୁଖା ବଡଭାଇ ସୁଶିଲଙ୍କୁ ଗିରଫ କରିଛି। ଏହା ସହ ବ୍ୟବହୃତ ରକ୍ତଲଗା ଟାଙ୍ଗିଆକୁ ଜବତ କରିଛି। ପୋଲିସ ଏନେଇ ବଡମାଲ ଥାନାରେ ଏକ ମାମଲା ( ନଂ.୬୪/୨୦୧୯) ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫମ୍ପା ପ୍ରତିଶ୍ରୁତି ପାଲଟିଛି ପିଏମ୍‌ଏଓ୍ବାଇ

ସମ୍ବଲପୁର,୧୭ା୧୦(ବ୍ୟୁରୋ): କଚ୍ଚାଘର ସବୁ ପକ୍କା ହୋଇଯିବ। ସମସ୍ତଙ୍କ ଘରେ କଂକ୍ରିଟ ଛାତ ରହିବ। ୨୦୨୨ ମସିହା ସୁଦ୍ଧା ଆଉ କେହି ବାସହରା ହୋଇ ରହିବେ ନାହିଁ।...

‘ଉପୁଜୁଥିବା ସମସ୍ୟା ଦୂର ହେବ’

ସମ୍ବଲପୁର,୨୬।୧୦(ବ୍ୟୁରୋ):  ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ...

ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ଅଇଁଠାପାଲି ପିଏଚଡି ପଡିଆଠାରେ ଚାଲିଥିବା ସମ୍ବଲପୁର ମହୋତ୍ସବ-୨୦୧୯ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ପ୍ରୀତିନନ୍ଦା...

ବର୍ଷାରେ ଭାଙ୍ଗିଲା ହିଡ: ଚାଷଜମି କ୍ଷତିଗ୍ରସ୍ତ

କୁଚିଣ୍ଡା,୧୬।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଧୀନ ଖଣ୍ଡୋକଟା ଗ୍ରାମର ବର୍ଷା ଯୋଗୁ ହରକଟା ହିଡ ଭାଙ୍ଗିଯାଇଛି। ଫଳରେ ଏହି କଟା ତଳେ ଥିବା...

ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଦନ୍ତା ହାତୀର ପ୍ରାଣ ଗଲା

ସମ୍ବଲପୁର ଅଫିସ,୨୧ା୧୨: ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେଶନ ମଧ୍ୟରେ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ...

ବିଧାୟକଙ୍କ ଜେଇଙ୍କୁ ବସ୍‌ଉଠ୍‌ ଘଟଣା: ଓବିସି ମଞ୍ଚର ପାଟଣାଗଡ ଥାନା ଘେରାଉ, ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି

ପାଟଣାଗଡ଼,୨୧।୬(ଡି.ଏନ୍‌.ଏ.): ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମଠାରେ ନିମ୍ନମାନର ରାସ୍ତାକାମକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିଥିବା ଘଟଣାରେ...

ଅନ୍ତର୍ଜାତୀୟ ନିଶା ଅପବ୍ୟବହାର, ଅବୈଧ ଚାଲାଣ ନିରୋଧ ଦିବସ

ଭବାନୀପାଟଣା,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ପ୍ରଶାସନର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଭବାନୀପାଟଣାଠାରେ ବୁଧବାର ଅନ୍ତର୍ଜାତୀୟ ନିଶା...

ବିବାଦରେ ଉଚ୍ଛେଦ ପ୍ରକ୍ରିୟା ଶେଷ

ସମ୍ବଲପୁର,୧୧ା୪(ବ୍ୟୁରୋ): ସମ୍ବଲପୁର ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାରେ ସମଲେଇ ମନ୍ଦିର ପାର୍ଶ୍ୱରେ ଥିବା...

Advertisement
Archives

Model This Week