ବଡ଼ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ୍‌.ଏ.): ବଡ଼ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ପାଇଁ ଡିଏସ୍‌ପି ଆଲବିନାସ କେରେକେଟାଙ୍କ ନେତୃତ୍ୱରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ସମେତ ଜଣେ ସବ୍‌ଇନ୍ସପେକ୍ଟର, ଏଏସ୍‌ଆଇଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ବିଭିନ୍ନ ଚର୍ଚ୍ଚ ସମେତ ବଜାରରେ ମୁତୟନ କରାଯାଇଛି ।
ସେହିପରି ଦାରିଙ୍ଗବାଡ଼ି ଥାନାରେ ଡିଏସ୍‌ପି ସୂର୍ଯ୍ୟକାନ୍ତ ରାୟଙ୍କ ନେତୃତ୍ୱରେ ଆଇଆଇସି କୌଶିକ ମାଝି, ସବ୍‌ଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ଅନିଲ କୁମାର ଦେବତ୍ତା, ସୌମ୍ୟରଞ୍ଜନ ଜେନାଙ୍କୁ ନେଇ ଭିନ୍ନ ଭିନ୍ନ ଟିମ୍‌ ଗଠନ କରାଯାଇ ସିମନବାଡ଼ି ସମେତ ସାରିଙ୍ଗିଇର୍ପ ଏବଂ ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥି ସହ ସାଦା ପୋଷାକରେ ପୋଲିସ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପହରା ଦେଉଛନ୍ତି । ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ହତାଶ

ପଟ୍ଟାମୁଣ୍ଡାଇ,୩ା୪(ସ୍ବ.ପ୍ର.): ରାଜ୍ୟର ପ୍ରମୁଖ ଜିଲା ଭାବେ କେନ୍ଦ୍ରାପଡ଼ାର ସ୍ବତନ୍ତ୍ର ପରିଚୟ ରହିଛି । ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ କେନ୍ଦ୍ରାପଡ଼ା ଆଜି ବି ଶିଳ୍ପବିହୀନ। ଜିଲାର...

ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୧୯।୧୧: ପୌରାଞ୍ଚଳ ସରବାହାଲଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ...

ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ୍‌ରୁ ୨୯୮ ଆକ୍ରାନ୍ତ ଚିହ୍ନଟ: ସିଏମ୍‌ସି କମିଶନର

କଟକ ଅଫିସ,୯ା୮-କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି।...

ମାସ୍କ ନ ପିନ୍ଧି ୩ଶହ ଜଣ ଦେଲେ ଜରିମାନା

କଟକ ଅଫିସ,୨୭।୪: ଲକ୍‌ଡାଉନ ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ କିଛି ବ୍ୟକ୍ତି ଏହି...

ଚନ୍ଦ୍ରୟାନ-୩ ଅଭିଯାନରେ ସାମିଲ ଥିଲେ କନିକା ପୁଅ ଦେବଦତ୍ତ

ରାଜକନିକା,୨୬ା୮(ସଞ୍ଜୟ କୁମାର ଦାଶ): ଚନ୍ଦ୍ରୟାନ-୩ ସଫଳତାରେ ସାରା ଦେଶ ଉଲ୍ଲାସ ପାଳୁଛି। ସେହି ସମୟରେ ଏହି ଅଭିଯାନରେ ସାମିଲ ଥିବା ଓଡ଼ିଆ ପୁଅମାନଙ୍କର ଜ୍ଞାନକୌଶଳକୁ ନେଇ...

ଦର ବୃଦ୍ଧି ନ କଲେ ଆଖୁ ଦେବେନି ଚାଷୀ

ଆସିକା,୧ା୨(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଚଳିତ ବର୍ଷ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଆଖୁପେଡା ଆରମ୍ଭ ହୋଇଛି। ଶୁଭ ମୂହୁର୍ତ୍ତ ଦିନ ପ୍ରାୟ ୧ଟାବେଳେ କାରଖାନା ଆଖୁ ନାଳିରେ...

କଟକରେ ଖୋଲିବ ବାଣ ଦୋକାନ: ମିଳିଲା ଅନୁମତି

କଟକ ଅଫିସ, ୨।୧୧: ଆଗକୁ କାଳୀ ପୂଜା ଓ ଦୀପାବଳି। ତେବେ କୋଭିଡ୍‌ କଟକଣା ଭିତରେ ପାଳିତ ହେବ ଏହିସବୁ ପର୍ବ। କଟକରେ ପୂର୍ବଭଳି ଚଳିତ...

ପାଣିରେ ଭାସିଗଲା ଚାଷୀଙ୍କ ଆଶା

ଜଳେଶ୍ୱର, ୨୫ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀର କୂଳେ ଜଳେଶ୍ୱର ବ୍ଲକର ୧୪ଟି ପଞ୍ଚାୟତର ହଜାର ହଜାର ଚାଷୀ ଉପୁଜାଇଥିବା ପରିବା ଚାଷ ବନ୍ୟାପାଣିରେ ବୁଡି ନଷ୍ଟ ହୋଇଛି...

Advertisement
Archives

Model This Week