କଟକ ସଦର,୪ା୩(ଡି.ଏନ୍.ଏ.): ବିଳମ୍ବରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପ୍ରତିବାଦରେ କଟକ-ପାରାଦୀପ ରେଳପଥର ବଡ଼ଖଣ୍ଡାଏତା ଷ୍ଟେଶନରେ ମଙ୍ଗଳବାର ସକାଳେ ଯାତ୍ରୀମାନେ ୨ଘଣ୍ଟା ରେଳରୋକୋ କରିଥିଲେ। ସୂଚନା ଅନୁଯାୟୀ, ପାରାଦୀପ-ଭଦ୍ରକ ଟ୍ରେନ୍ ବିଳମ୍ବରେ ବଡ଼ଖଣ୍ଡଏତା ଷ୍ଟେଶନରେ ପହଞ୍ଚିଥିଲା। ଠିକ୍ ସେହି ସମୟରେ କଟକ ପଟୁ ପୁରୀ-ପାରଦୀପ ଟ୍ରେନ ମଧ୍ୟ ସେଠାରେ ପହଞ୍ଚିଥିଲା। ଏହା ପରେ କେତେଜଣ ଯାତ୍ରୀ ରେଳରୋକୋ କରିଥିଲେ। ପ୍ରତ୍ୟେକଦିନ ପାରାଦୀପ ପଟୁ ପାରାଦୀପ-ଭଦ୍ରକ ପାସେଞ୍ଜର ଟ୍ରେନ୍ ବିଳମ୍ବରେ ଛାଡୁଛି। ଫଳରେ କଟକ ଷ୍ଟେଶନରେ ଉକ୍ତ ଟ୍ରେନ୍ ବିଳମ୍ବରେ ପହଞ୍ଚିବା ଦ୍ୱାରା ଭୁବନେଶ୍ୱର ଯିବା ପାଇଁ ଯାତ୍ରୀମାନେ କୌଣସି ଟ୍ରେନ୍ ପାଇପାରନ୍ତି ନାହିଁ। ଏହି ସମସ୍ୟା ପ୍ରାୟ ୧ବର୍ଷ ଧରି ଲାଗିରହିଥିଲେ ମଧ୍ୟ ରେଲ୍ଓ୍ବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅନେକ ଯାତ୍ରୀ କହିଛନ୍ତି। ମାଲଗାଡିକୁ ସକାଳ ଓ ସନ୍ଧ୍ୟାରେ ଅଗ୍ରାଧିକାର ଦିଆଯାଉଥିବାରୁ ଯାତ୍ରୀବାହୀ ଟ୍ରେନ ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି। ଗତ ଫେବୃୟାରୀ ୧୮ରେ ମଧ୍ୟ ଏହି ଷ୍ଟେଶନରେ ଏକା ସମସ୍ୟାକୁ ନେଇ ରୋଳରୋକୋ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଦୁଇ ଯାତ୍ରୀବାହୀ ଟ୍ରେନ୍ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା।
Posted inଆମ ଜିଲା ଖବର, କଟକ View All
ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ
ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…
ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ
ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…
ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ
ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…
ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ
ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…
ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…
ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…
ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…
ଅମରନାଥଙ୍କୁ ପିଟିଲା କାର୍, ଚାଲିଗଲା ଜୀବନ
ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…
ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ
ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…
Archives

